ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଷ୍ଟ୍ରୀୟ ପଛୁଆ ବର୍ଗ(ଓବିସି) ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା

ରାଷ୍ଟ୍ରୀୟ ପଛୁଆ ବର୍ଗ(ଓବିସି) ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ ଆଜି ଧର୍ମଗଡ଼ ଠାରେ ଓବିସି ମୋର୍ଚ୍ଚା ପକ୍ଷରୁ ରାଜ ରାସ୍ତା ଉପରେ ପିକେଟିଂ କରାଯିବା ସହ ଓ ପ୍ରତିବାଦ ସଭା କରାଯାଇଛି।ଯାଦବ ସମାଜ ସଭାପତି ଡମ୍ବରୁଧର ଲହଜଲ ଙ୍କ ନେତୃତ୍ୱରେ ଓବିସି ନେତା ମାନେ ବିଭିନ୍ନ ଦାବିନେଇ ରାଜରାସ୍ତାକୁ ଓହ୍ଲାଇ ଥିଲେ। କେନ୍ଦ୍ର ସରକାରଙ୍କ ଦ୍ୱାରା ଓବିସି ଜାତି ଆଧାରିତ ଜନଗଣନା ନ କରାଯିବା, ଇଭିଏମ ଘୋଟଲା, ବେସରକାରୀ କ୍ଷେତ୍ରରେ ଏସସି,ଏସଟି,ଓବିସିଙ୍କ ପାଇଁ ସଂରକ୍ଷଣ କାର୍ଯ୍ୟକାରୀ କରିବା,ଏମଏସପି ଗ୍ୟାରେଣ୍ଟି ଆଇନ ତିଆରି କରି ଚାଷୀ ମାନଙ୍କୁ ଏମ ଏସ ପି ଦିଆଯିବା, ଏନଆରସି/ଏନପିଆର/ସି ଏଏର ବିରୋଧ, ପୁରୁଣା ପେନସନ ସ୍କିମ ପୁନଃ କାର୍ଯ୍ୟକାରୀ କରିବା, ମଧ୍ୟ ପ୍ରଦେଶ ଓ ଓଡ଼ିଶାର ପଞ୍ଚାୟତ ନିର୍ବାଚନରେ ପୃଥକ ନିର୍ବାଚନ ମଣ୍ଡଳୀ ଲାଗୁ କରିବା, ବିକାଶ, ପରିବେଶ ସୁରକ୍ଷା ନାମରେ ଓ ପ୍ରାଣୀ ମାନଙ୍କର ସୁରକ୍ଷା ନାମରେ ଆଦିବାସୀ ମାନଙ୍କୁ ସେମାନଙ୍କ ର ଜଳ, ଜଙ୍ଗଲ ଏବଂ ଜମିରୁ ବିସ୍ଥାପନ କରିବା, ଲକଡା ଉନ ସମୟରେ ଗୁପ୍ତ ଭାବେ ଶ୍ରମିକଙ୍କ ବିରୋଧରେ ତିଆରି କରାଯାଇଥିବା ଶ୍ରମ ଆଇନ ଏବଂ ଜୋର ଜବରଦସ୍ତି ଚାପ ସୃଷ୍ଟି କରି ଟୀକାକରଣ କରିବା ୧୦ ଗୋଟି ପ୍ରସଙ୍ଗକୁ ନେଇ ବ ରାଷ୍ଟ୍ରୀୟ ଓବିସି ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି।ଏହି ବନ୍ଦ ଡ଼ାକରା ରେ ବହୁଜନ ସମାଜର ସମସ୍ତଏସସି,ଏସଟି,ଓବିସି,ଓ ମାଇନୋରିଟି ବର୍ଗର ଙ୍କୁ ସାମିଲ କରାଯାଇଥିଲା।ବରିଷ୍ଠ ଆଇନଜୀବୀ ତରୁଣ ଭୋଇ, ଟିପିଗୁଡା ସରପଞ୍ଚ ହାତୀରାମ ଦୁର୍ଗା,ଗଡ଼ିଆଯୋର ସରପଞ୍ଚ ଉଦିତ ନାଏକ, ସମିତି ସଭ୍ୟ ଗୋପୀନାଥ ଝାଙ୍କର, ଯୁବ ଯାଦବ ସଭାପତି ଡାକେଶ୍ୱର ଲହଜଳ, ପୂର୍ବତନ ସମିତି ସଭ୍ୟ ଟିକେ ରାମ ସାହୁ, ଯୁବ ଆଦିବାସୀ ନେତା ଶ୍ୟାମଘନ ମାଝୀ, ପଟେଲ ସମାଜର ପଟ୍ଟଯୋଶୀ ପଟେଲ, ପୂର୍ବତନ ସରପଞ୍ଚ ଚିତ୍ରସେନ ଗୋପାଳ, ଏକାଦଶୀ ଗୋପାଳ, ପଣ୍ଡରା ମାଳି ସମାଜର ନେତା ରତନ ନାଏକ, ରାଷ୍ଟ୍ରୀୟ ପଛୁଆ ବର୍ଗର ଜିଲ୍ଲା ସଭାପତି ଆଦିତ୍ୟ ହଂସ ଯାଦବ, ବିଶିଷ୍ଟ ସମାଜସେବୀ ଆଇନଜୀବୀ ଦିଗାମ୍ବର ଦୁରିଆ,ସିଡ୍ୟୁଲ କାଷ୍ଟ ଫେଡରେସନ ର ସଭାପତି ଧୀମାନ ବିରଞ୍ଚି ନାରାୟଣ ଜାଲ ପ୍ରମୁଖ ଏହି ଭାରତ ବନ୍ଦ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ଓ ଉପୋରକ୍ତ ୧୦ ଗୋଟି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଗର୍ଜିଥିଲେ।ଆନ୍ଦୋଳନ ଜାରି ମାନେ ଯାନବାହନ,ବ୍ୟାଙ୍କ ବନ୍ଦ କରିବା ସହ ରାସ୍ତାରୋକ ଓ ପ୍ରତିବାଦ ସଭା କରିଥିଲେ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ମଣିଷ

Sunil Chandra Nayak

ଷ୍ଟେଟ ଲେବଲ ପାୱାର ଲିଫ୍ଟିଙ୍ଗ ୨୦୨୨, ଭାଗ ନେବେ, ନବରଙ୍ଗପୁର ଜିଲ୍ଲାରୁ ୭ ପ୍ରତିଯୋଗୀ

Sunil Chandra Nayak

ପୋଲିସ ଓ ପରିବହନ ବିଭାଗର ମିଳିତ ଯାନବାହାନ ଯାଞ୍ଚ

Sunil Chandra Nayak

Leave a Comment

error: Content is protected !!