ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କେଲା ରେ ଭାରତବନ୍ଧ ପାଳନ

ଉତ୍କେଲା, ୨୫/୦୫,(ମ ନି ସ) ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଓଡିଶା ପକ୍ଷରୁ OBC ମାନଙ୍କର ଜାତି ଆଧାରିତ ଜନଗଣନା ନ କରାଯିବା ବିରୋଧରେ ଭାରତ ବନ୍ଦ ଡାକରା ଦିଆ ଯାଇଛି । ତେବେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ମେ ୨୫ ତାରିଖରେ ଭାରତ ବନ୍ଦ ଡାକରା ଦେଇଥିଲା| ସ୍ବାଧୀନତାର ଦୀର୍ଘ ୭୫ ବର୍ଷ ପରେ ମଧ୍ୟ OBC ମାନଙ୍କର ସ୍ୱତନ୍ତ୍ର ଜାତିଭିତ୍ତିକ ଜନଗଣନା କରାଯାଇ ନାହିଁ । ମିଳିଥିବା ସୂଚନା ଅନୁଯାୟୀ ,OBC ମାନଙ୍କର ଜାତିଭିତ୍ତିକ ଗଣନା ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ସୁପ୍ରିମ କୋର୍ଟରେ ଏକ ଶପଥ ପାଠ ଦେଇଛନ୍ତି ।OBC ମାନଙ୍କର ସ୍ୱତନ୍ତ୍ର ଜାତୀ ଭିତ୍ତିକ ଗଣନା ହେଉ ନଥିବାରୁ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା 25 ତାରିଖ ରେ ଭାରତ ବନ୍ଦ ଡାକରା ରେ କେସିଙ୍ଗା, ଉତ୍କେଲା ଠାରେ ଦୋକାନ ଗାଡି ମଟର ସବୁ ବନ୍ଧ କରା ଯାଇଥିଲା| ଏମିତିକି ପଶୁ ପକ୍ଷୀ ମାନଙ୍କର ଗଣନା ହେଉଥିବା ବେଳେ OBC ମାନଙ୍କର ଜନଗଣନା ନାହିଁ ।ଏହା ସହିତ ମଧ୍ୟ OBC ଜନସଂଖ୍ୟା ର ତଥ୍ୟ ସଂଗ୍ରହ ହେଉ ନାହିଁ । ଯାହା ଦ୍ଵାରା କି ସେମାନେ ବିକାଶ ରୁ ବଞ୍ଚିତ ରହିବେ ।ତେବେ ଏହି ଗଣନା ହେଉ ନଥିବାରୁ ଓଡିଶା ର ମୁନସିପାଲଟି ନିର୍ବାଚନ ଓ ପଞ୍ଚାୟତରାଜ ନିର୍ବାଚନ ରେ OBC ମାନଙ୍କର ସଂରକ୍ଷଣ ସମାପ୍ତ ହେଉଛି । ତେବେ ବର୍ତ୍ତମାନ ସବୁ କିଛି କୁ ଆଖି ରେ ରଖି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଭାରତ ବନ୍ଦ ଡାକରା ଦେଇଛି ।କୃଷକ ମାନଙ୍କୁ MST ଗ୍ୟାରେଣ୍ଟି ଆଇନ ଦାବିରେ ବେସରକାରୀ କ୍ଷେତ୍ର ରେ ST SC , OBC ମାନଙ୍କ ପାଇଁ ସଂରକ୍ଷଣ କାର୍ଯ୍ୟକାରୀ କରିବା ଦାବି ରେ ଭାରତ ବନ୍ଦ ଡାକରା ରେ ଉତ୍କେଲାରେ ପୂର୍ଣ୍ଣଚନ୍ଦ୍ର ପୁଟେଲ , ନରେନ୍ଦ୍ର ପ୍ରଧାନ, ତେଜରାଜ ବେହେରା , ଭୁବନେଶ୍ୱର ନାଗ, ସନ୍ତୋଷ ନାଏକ, ଶରତ ଚନ୍ଦ୍ର ପ୍ରଧାନ,ବେଲାଲ ସନ ବେହେରା ,ଅନିରୁଦ୍ଧ ସାହୁ, ଶଙ୍ଖନାଦ ନାଏକ, କୁନା ଜାଲ, ଟଙ୍କଧର ନାଏକ, ଲାଲବାହାଦୁର ପୁଟେଲ, ରମେଶ କୁମ୍ଵାର, ବନମାଳି ଦୋରା ପ୍ରମୁଖ ଉପସ୍ଥିତ ରହି ବନ୍ଧ କରିବାରେ ସଂପୁର୍ଣ ସଫଳ କରିଥିଲେ ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ ।

Related posts

ଜଟାଵାଲ ଧାନ ମଣ୍ଡିର ଶୁଭାରମ୍ଭ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ରକ୍ତ ହୀନତା ନିରାକରଣ ଅଭିଯାନ ର ଶୁଭାରମ୍ଭ ,”ଆନିମିଆ ମୁକ୍ତ କଳାହାଣ୍ଡି ଆଜିର ଆହ୍ଵାନ “

Sunil Chandra Nayak

ବିଜେପି ପ୍ରାର୍ଥୀନୀ ସୋନିଆ ଜୈନ ଜିତିଲେ ଖରୀଆର ରୋଡ ପୌର ପରିଷଦ

Sunil Chandra Nayak

Leave a Comment

error: Content is protected !!