ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଆ ଭାଷା ବିକାଶ ମଞ୍ଚ ର କବି ବିନୋଦଚନ୍ଦ୍ର ନାୟକ ଜୟନ୍ତୀ ପାଳନ

ରାଉରକେଲା/ ସହରର ପ୍ରଗତିଶୀଳ ସାହିତ୍ୟନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୧ସ୍ଥିତ ଡିଭାଇନ ଲାଇଫ ର ମିଳିତ ଆନୁକୂଲ୍ୟରେ ଗ୍ରାମପଥର କବି ବିନୋଦଚନ୍ଦ୍ର ନାୟକଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନନ୍ଦା ସାମଲଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପ ସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ମଂଚ ର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କବିଙ୍କ ଜୀବନୀ ଓ ସୃଷ୍ଟି ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ରାଉତ ତାଙ୍କ ବକ୍ତବ୍ଯ ରେ କହିଲେ ଯେ ଆଧୁନିକ ଓଡିଆ ସାହିତ୍ୟର ଜଣେ ସଫଳ ସ୍ରଷ୍ଟା ହେଉଛନ୍ତି କବି ବିନୋଦଚନ୍ଦ୍ର ନାୟକ । ସବୁଜଯୁଗ ପରବର୍ତ୍ତୀ ପ୍ରଗତିବାଦୀ ସାହିତ୍ୟିକ ଙ୍କ ମଧ୍ୟରେ ତାଙ୍କ ସ୍ଥାନ ସ୍ବତନ୍ତ୍ର । ସୌନ୍ଦର୍ଯ୍ୟାନୁଭୂତି ଓ ରୂପପିପାସା ତାଙ୍କ କବିତାର ପ୍ରାଣ। ମୁଖ୍ୟବକ୍ତା ଶ୍ରୀ ମହାପାତ୍ର କହିଲେ ଯେ ସୁନ୍ଦର ଭାଷାଶୈଳୀ ଓ ସଂଯୋଜନାରେ କବିଙ୍କ ସୃଷ୍ଟି ସମୁହ ବିମଣ୍ଡିତ। ସେ କାଳଜୟୀ ସାହିତ୍ୟ ସୃଷ୍ଟି ଦିଗରେ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ସୃଷ୍ଟିରେ ମଧ୍ୟରେ ରହିଛି ନୀଳଚନ୍ଦ୍ରର ଉପତ୍ୟକା, ନନ୍ଦାଦେବୀ,ସରୀସୃପ,ଇଳାବୃତ୍ତ,ସାତ ତାରାର ଦୀପ,ରାଜକୀୟ,ନିଃସଂଗତା ପ୍ରଭୃତିରେ ତାଙ୍କ କବିତ୍ବର ସ୍ବାକ୍ଷର ଛାଡିଯାଇଛନ୍ତି। ତାଙ୍କ କବିତାରେ ଅପୂର୍ବ କଳ୍ପନା ବିଳାସ,ଛନ୍ଦ ପ୍ରୟୋଗ ଓ ଚମତ୍କାର ବର୍ଣ୍ଣନା ଶୈଳୀର ଚିତ୍ର ପରିପ୍ରକାଶ ଲାଭ କରିଛି କବିଙ୍କ କବିତା ଗୁଡିକରେ। ସଭାପତି ଶ୍ରୀମତୀ ସାମଲ କବିଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଛାତ୍ରୀ ଶୁଭଲକ୍ଷ୍ମୀ ଦାସ,ନିହାରିକା ମିଶ୍ର,ରଶ୍ମିତା ମଣ୍ଡଳ, ଅଞ୍ଜଳି ଗୌଡ ପ୍ରମୁଖ କବି ଙ୍କ କବିତା ପାଠ କରିଥିଲେ । ସେହିପରି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇ ସଠିକ୍ ଉତ୍ତର ଦେଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ପ୍ରଶାନ୍ତ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବଙ୍ଗୋମୁଣ୍ଡା ଗ୍ରାମରେ ଜହ୍ନି ଓଷା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଜଗଦୀଶ ଶତପଥୀ ଙ୍କ କବିତା ଶିଖା

Sunil Chandra Nayak

ବେଙ୍ଗାଲୁର ରୁ ଗାଁକୁ ଫେରୁଛି ଦାଦନ ଶ୍ରମିକଙ୍କ ଶବ

Leave a Comment

error: Content is protected !!