ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ସାଂସଦଙ୍କ ଦିନିକିଆ ନର୍ଲା ବ୍ଲକ୍ ଗସ୍ତ, ବୁଝିଲେ ଲୋକଙ୍କ ଦୁଃଖ ସୁଖ 

ରୁପ୍ରା, ୭/୯ (ମନିସ) : କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଦିନିକିଆ ନର୍ଲା ବ୍ଲକ୍ ଅଧିନ ବିଭିନ୍ନ ଅଞ୍ଚଳ ଆଜି ଗସ୍ତ କରିଛନ୍ତି । ଏହି ଅବସରରେ ପ୍ରଥମେ ଉଲିକୁପା ଓ ରେଖପୁର ଗ୍ରାମ ଗସ୍ତ କାର୍ଯ୍ୟକ୍ରମ ଶେଷକରି ରୁପ୍ରାକୁ ଅପରାହ୍ନରେ ପହଞ୍ଚିଥିଲେ। ରୁପ୍ରା ଜଗନ୍ନାଥ ମନ୍ଦିର ଛକରେ ସ୍ଥାନୀୟ ଜନସାଧାରଣଙ୍କୁ ସାକ୍ଷାତ କରି ଗ୍ରାମର ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଥିଲେ। ରୁପ୍ରା ଏକ ଅଣ ଜଳସେଚିତ ଅଞ୍ଚଳ ହୋଇଥିବାରୁ ସବୁବର୍ଷ ମୁଖ୍ୟତଃ ଇନ୍ଦ୍ରଦେବତା ଙ୍କ ଆଶିର୍ବାଦରେ ଚାଷ ହୋଇଥାଏ, ଏଣୁ ତେଲନଦୀରୁ ମେଗା ପ୍ରୋଜେକ୍ଟ ମାଧ୍ୟମରେ ଜଳସେଚନ ବ୍ୟବସ୍ଥା କରିବାକୁ ସାଂସଦ ଶ୍ରୀ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ରୁପ୍ରା ସୂନାମୁହିଁ ସାଗରର ଉନ୍ନତି ସହ ଉକ୍ତ ସାଗରରୁ ଜମି ମାନଙ୍କୁ ଜଳସେଚନ ପାଇଁ କେନାଲ୍ ତିଆରି କରିବାକୁ ପ୍ରସ୍ତାବ ଦେଇଥିଲେ। ସାଂସଦ ଶ୍ରୀ ପଣ୍ଡାଙ୍କ ସହ ଜିଲ୍ଲା ବିଜେପି ଉପସଭାପତି ଅନିରୁଦ୍ଧ ପଧାନ, ଜିଲ୍ଲା କାର୍ଯ୍ୟକାରୀଣି ସଦସ୍ୟ ଦିବାକର ବାଗ, ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ ନାଏକ ଓ ବିଜେପି ନର୍ଲା ମଣ୍ଡଳର ସଭାପତି ପଦ୍ମଲୋଚନ ଜାଲ୍ ପ୍ରମୁଖ ଉପସ୍ଥିତ ଥିଲେ। ରୁପ୍ରା ଗ୍ରାମର ବରିଷ୍ଠ ବ୍ୟକ୍ତି ତ୍ରିନାଥ ସାହୁ, ରୁପ୍ରା ସରପଞ୍ଚ ପ୍ରତିନିଧି ସୁଶାନ୍ତ ସେନାପତି, ନାଏବ ସରପଞ୍ଚ ଚନ୍ଦ୍ରମଣି ଗୌଡ, ବିନୋଦ ବିହାରୀ ମିଶ୍ର, ଡାକରୁଷୀ ସାହୁ, ଜୟ ସାହୁ, ଲମ୍ବୋଦର ସାହୁ ଓ ହେମନ୍ତ ସାହୁଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ରହି ଆଲୋଚନା କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ରେ ମୃତ୍ୟୁ ଘଟଣା: ତିନିମାସ ପରେ କ୍ଷମା ମାଗିଲା ମାଓ ସଂଗଠନ

ଆଡ଼ପ ମଣ୍ଡପରେ ଶ୍ରୀଜଗନ୍ନାଥଙ୍କ ବରାହ ଓ ନୃସିଂହ ଅବତାର ବେଶ

ଲୁକାପଡ଼ା ଛକ ଠାରେ ବାଇକ ଦୁର୍ଘଟଣା ଗ୍ରସ୍ତ ଜଣେ ମୃତ

Sunil Chandra Nayak

Leave a Comment

error: Content is protected !!