ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାଟଖଲିଆ ଠାରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ

ଚନ୍ଦାହାଣ୍ଡି (ମ ନିସ) ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ପାଟଖଲିଆ ଗ୍ରାମ ଠାରେ ଗଜଲକ୍ଷ୍ମୀ ପୂଜା ଅବସରରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ପଡୋଶୀ କଳାହାଣ୍ଡି ଜିଲ୍ଲାର ବାନେର, କଦଳିମୁଣ୍ଡା, ପଦମପୁର, ସାନକେନ୍ଦୁଗୁଡା,ଅନ୍ତରଲା,ନାଗଫେନି ଓ ଚନ୍ଦାହାଣ୍ଡି ବ୍ଲକର ବାବୁରିଆ ଦଳ ଅଂଶ ଗ୍ରହଣ କରି ନିଜ ନିଜ କଳା ପ୍ରଦର୍ଶନ କରିଥିଲେ । ଏଥିରେ କଳାହାଣ୍ଡି ଜିଲ୍ଲା ଅନ୍ତରଲା ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ରୁ ୧୩ ହଜାର , ବାନେର ଦଳ ଦ୍ୱିତୀୟ ହୋଇଥିବାରୁ ୧୧ ହଜାର , ତୃତୀୟ ସ୍ଥାନ ଅଧିକାର କରିଥିବା କଦଳିମୁଣ୍ଡା ଦଳକୁ ୯ ହଜାର ଟଙ୍କା ଏବଂ ଚତୁର୍ଥ ସ୍ଥାନ ଅଧିକାର କରିଥିବା ବାବୁରିଆ ଦଳ କୁ ୮ ହଜାର ଟଙ୍କା ପୂଜା କମିଟି ତରଫରୁ ପ୍ରଦାନ କରାଯାଇଥିବା ସହ ସାନ୍ତ୍ୱନା ପୁରଷ୍କାର ଭାବେ ସମସ୍ତ ଦଳକୁ ୬ ହଜାର ୫ ଶହ ଲେଖାଏଁ ପୁରଷ୍କୃତ କରାଯାଇଥିଲା । ପୂର୍ବତନ ସରପଂଚ ହର ପୁଜାରୀ ଙ୍କ ସଭାପତିତ୍ୱରେ ଆୟୋଯିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ , ସମ୍ମାନୀତ ଅତିଥି ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ , ଜିଲ୍ଲା ପରିଷଦ ସଭ୍ୟା କେତକୀମଲ୍ଲୀ ଗୈାଡ, ପାଟଖଲିଆ ସରପଂଚ ସୁଶିଳା ପୁଜାରୀ, ଉପାଧ୍ୟକ୍ଷ ବାସୁଦେବ ଗୈାଡ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସନିନ୍ଦ୍ର ସୋରୀ , ଯୁବ ବିଜେଡି ସଭାପତି ତ୍ରୀନାଥ ଦାଶ , ବ୍ଲକ ବିଜେଡି ସଭାପତି ଗୈାରହରୀ ନାୟକ , ବରିଷ୍ଠ କଳାକାର ପୁରୁଷୋତମ ପାରୀ , ଦୁତିବାହାନ ଖମାରୀ, ବଳରାମ ପଟ୍ଟନାୟକ, ମଧୁସୂଦନ ନାଗେଶ ପ୍ରମୂଖ ଯୋଗଦେଇ ଘୁମୁରା ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ପୁରଷ୍କାର ବିତରଣ ଉତ୍ସବରେ ପ୍ରଦିପ ଦାଶ , ଶ୍ୟାମସୁନ୍ଦର ନେତାମ, ଗୈାରହରୀ ନାୟକ, ଶ୍ରୀବତ୍ସ ପଣ୍ଡା, ସହଦେବ ସୁନା,କାର୍ତିକ ଡଙ୍ଗରୀ,ରୋହିତ ସୁନା ଯୋଗ ଦେଇ କୃତି ପ୍ରତିଯୋଗି ମାନଙ୍କୁ ପୁରଷ୍କୃତ କରିଥିଲେ । ପ୍ରଦିପ ଦାଶ ମଂଚ ପରିଚାଳନା କରିଥିବା ବେଳେ ପ୍ରତିଯୋଗିତାରେ ବିଚାରକ ଭାବେ ସହଦେବ ସୁନା , ଅଭିରାମ ବଗର୍ତି , ଗୈାରହରୀ ନାୟକ ଓ ଶ୍ରୀବତ୍ସ ପଣ୍ଡା କାର୍ଯ୍ୟ ତୁଳାଇଥିଲେ । ,ଗଙ୍ଗାରାମ ମାଝୀ ,ଦୁତିକୃଷ୍ଣ ଶର୍ମା , ପ୍ରଶାନ୍ତ ରଥ , ବିଦ୍ୟାଧର ନେତାମ,ବିଷ୍ଣୁ ପୁଜାରୀ , ମୁକୁନ୍ଦ ମାଝି , ଜୟରାମ ନେତାମ , ଚିତ୍ରସେନ ବଗର୍ତି , ଶଙ୍କର ମାଝୀ , ତ୍ରୀନାଥ ଡଙ୍ଗରୀ , କୈବଲ ନାଗେସ ,ଭୂଜବଳ ବିଶି, ଗୋଇନ୍ଦୁ ନାଗେସ ପ୍ରମୁଖ ସହେଯାଗ କରିଥିଲେ । ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉପଭୋଗ କରିବା ନିମନ୍ତେ ଦଶ ହଜାରରୁ ଉର୍ଦ୍ଧ ଦର୍ଶକ ଭିଡ ଜମାଇଥିଲେ ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ବେଣୁଧର ସୂତାର ଙ୍କ କବିତା ବର୍ଷାରାଣୀ

Sunil Chandra Nayak

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ମୁଁ କଳିଯୁଗ ଭେଣ୍ଡା

Sunil Chandra Nayak

Leave a Comment

error: Content is protected !!