ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାତ୍ରପୁଟ ଠାରେ ଲାଖବିନ୍ଧା ବଜାର ଅନୁଷ୍ଠିତ 

ତେନ୍ତୁଳିଖୁଣ୍ଟି/ଇନ୍ଦ୍ରାବତୀ୧୩/୧୦/୨୨ -ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ପାତ୍ରପୁଟ ଠାରେ ଲାଖବିନ୍ଧା ବଜାର ଅନୁଷ୍ଠିତ ହୋଇଯାଇଛି।ପୂର୍ବପୁରୁଷ ପରମ୍ପରା ଅନୁଯାୟୀ ବିଗତ ୭୦/୮୦ ବର୍ଷରୁ ଏହା ଅଦ୍ୟାବଧି ଚାଲି ଆସୁଅଛି ଗ୍ରାମର ଦେବା ଦେବୀ ମାନଙ୍କୁ ପୂଜାର୍ଚ୍ଚନା କରି ଆରମ୍ଭ କରାଯାଇଥିଲା । ତତ୍କାଳୀନ ଗ୍ରାମର ମୁଖ୍ୟ ବ୍ୟକ୍ତି ସ୍ବର୍ଗତ ଜୟରାମ ବିଷୋୟୀ ସ୍ବର୍ଗତ ଚତୁର ପ୍ରଧାନୀ ଓ ସ୍ବର୍ଗତ ସୁକୃ ବିଷୋୟୀ ଙ୍କ ଉଦ୍ୟମରେ ପାରମ୍ପରିକ ଭାବେ ଗୋଟିଏ ଲମ୍ବା ବାଉଁଶ ଲାଠି ଶୀର୍ଷରେ ଗୋଟିଏ ବାଇଗଣ ବନ୍ଧାଯାଇ ତାକୁ ଲକ୍ଷ୍ୟଭେଦ କରାଯାଇଥାଏ। ଯିଏ ଲକ୍ଷ୍ୟ ଭେଦ କରନ୍ତି ତାଙ୍କୁ ଧୋତି ସହ କିଛି ଆର୍ଥିକ ମୁଦ୍ରା ଦେଇ ସମ୍ମାନିତ କରାଯାଇଥାଏ। ଏହି ଲାଖବିନ୍ଧା ଉତ୍ସବରେ ପୂର୍ବତନ ସାଂସଦ ସ୍ବର୍ଗତ ଖଗପତି ପ୍ରଧାନୀଙ୍କ ଜ୍ୟୋଷ୍ଠ ପୁତ୍ର ତ୍ରିନାଥ ପ୍ରଧାନୀ ଗୋଟିଏ ଥରକରେ ସଫଳ ହୋଇଥିଲେ । ଗ୍ରାମର ଭଦ୍ରବ୍ୟକ୍ତିଙ୍କ ସହଯୋଗରେ ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମ ଚାଲୁରହିଛି ବୋଲି ମୁଖ୍ୟ ବ୍ୟକ୍ତି ଶ୍ରୀ ପିତାମ୍ବର ବିଷୋୟୀ ପ୍ରକାଶ କରିଥିଲେ।ଏହି ବଜାର ଦେଖିବାକୁ ଆଖ ପାଖ ଅଞ୍ଚଳ ରୁ ବହୁ ଲୋକ ସମାଗମ ହେଇଥିଲା।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ପ୍ରତାପ କିଶୋର ରାଉତ ଙ୍କ କବିତା ଭଗ୍ନ କୋଣାର୍କ

ସାଇ ଅଂଶୁମାନ ଙ୍କ କବିତା ସ୍ମୃତି ରେ ସୁବାସ

Sunil Chandra Nayak

ରାଇରଙ୍ଗପୁର ପିସିଏମ ଭଵନରେ ବିଜେପି ପଶ୍ଚିମ ମୟୂରଭଞ୍ଜ ମହିଳା ମୋର୍ଚ୍ଚାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

Leave a Comment

error: Content is protected !!