ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର କୋର୍ଟରେ ଭାତୃହନ୍ତାକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ

ମୟୂରଭଞ୍ଜ -୧୩/୧୦/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ଥାନା ଅନ୍ତର୍ଗତ ପଣ୍ଡୁଗଣ୍ଡି ଗ୍ରାମରେ ପାରିବାରିକ ଗଣ୍ଡୋଗୋଳ,ମାରପିଟ୍ ରେ ଦୁଇ ସଂପର୍କୀୟଭାଇଙ୍କ ମଧ୍ୟରେ ମାରପିଟ ଘଟଣାରେ ଠେଙ୍ଗା ମାଡ଼ରେ ସାନ ଭାଇର ମୃତ୍ୟୁକୁ ନେଇ ରାଇରଙ୍ଗପୁର କୋର୍ଟରେ ଆସାମୀକୁ ୧୦ ଵର୍ଷ କାରାଦଣ୍ଡ,୩୦୦୦ ଟଙ୍କା ଜୋରିମାନା ଅନାଦେୟ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନାଯୋଗ୍ୟ ପଣ୍ଡୁଗଣ୍ଡି ଗ୍ରାମର ଘାସିରାମ ହାଁସଦା (୪୫) ଙ୍କ ସହ ସଂପର୍କୀୟ ଭାଇ ଶାଙ୍ଖିଲା ହାଁସଦା (୪୦) ଙ୍କ ଦିର୍ଘଦିନ ଜମିବାଡ଼ି ଓ ପାରିବାରିକ ହିଂସା ରହିଥିଲା । ୧୨/୦୫/୨୦୨୦ ଅପରାହ୍ନ ୪ ଟା ବେଳେ ଘାସିରାମ ହାଁସଦାର ବଳଦକୁ କେହି କ୍ଷତାକ୍ତ କରିଥିବା ଜାଣି ରାଗରେ ଗର ଗର ହେଉଥିଲା ।ଏହି ସମୟରେ ସାଙ୍ଖିଲା ହାଁସଦା ସେଠାରେ ପହଞ୍ଚିବାରୁ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ଓ ମାରପିଟ୍ ହୋଇଥିଲା । ଘଟଣାସ୍ଥଳରେ ଶାଙ୍ଖିଲା ହାଁସଦା ର ମୃତ୍ୟୁ ହୋଇଥିବା ବେଳେ ଘାସିରାମ ହାଁସଦା ଗୁରୁତର ହୋଇ ମୂର୍ମୂଷୁ ଅବସ୍ଥାରେ ପଡ଼ିଥିଲେ ।ତାଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା । ପରେ ସେ ଭଲ ହୋଇଯାଇଥିଲେ ।ଏହାକୁ ନେଇ ଥାନାରେ ୨୨/୨୦ ମାମଲା ରୁଜୁ ହୋଇଥିଲା ଦଫା ୩୦୨ ଲାଗିଥିଲା । ପୋଲିସ ତଦନ୍ତ,୧୨ ଜଣ ସାକ୍ଷୀ ଓ ପାରିପାର୍ଶ୍ବିକ ଘଟଣାକୁ ନେଇ ୩୦୪(୧) ଦଫାରେ ରାଇରଙ୍ଗପୁର କୋର୍ଟରେ ଆଜି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ଆସାମୀ ଘାସୀରାମ ହାଁସଦା ଙ୍କୁ ୧୦ ବର୍ଷ କାରାଦଣ୍ଡ,୩୦୦୦ ଟଙ୍କା ଜୋରିମାନା ଏବଂ ଅନାଦେୟ ୬ ମାସ ଜେଲଦଣ୍ଡ ଶୁଣାଣି କରିଛନ୍ତି । ସରକାରଙ୍କ ତରଫରୁ ସରକାରୀ ଓକିଲ ପଙ୍କଜ ଦାସ ମାମଲା ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଖଡ଼ିଆଲ ପୋଲିସ ପକ୍ଷରୁ ଜଳ ଛତ୍ର ଶୁଭାରମ୍ଭ

Sunil Chandra Nayak

ଭଦ୍ରାଚଲମ୍ ରେଳ ଲାଇନ୍ ପ୍ରକଳ୍ପ ସମ୍ୱନ୍ଧରେ ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମୀକ୍ଷା

Sunil Chandra Nayak

କାଳବୈଶାଖୀ ପ୍ରଭାବରେ ଗହିରା ସ୍କୁଲ ଛାତ ଉଠିଲା,ଦୁଇ ଛାତ୍ର ଆହତ

Sunil Chandra Nayak

Leave a Comment

error: Content is protected !!