ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରରେ ରୁଙ୍ଗୁଟା ମେଟାଲିକ ପ୍ରାଇଭେଟ୍ ଲିମିଟେଡର ଶିଳ୍ପାୟନକୁ ଶତାଧିକ ସଶସ୍ତ୍ର ଆଦିବାସୀଙ୍କ ବିରୋଧ

ମୟୂରଭଞ୍ଜ -୧୩/୧୦/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହର ନିକଟସ୍ଥ ଜାତୀୟ ରାଜପଥ ୨୨୦ ନମ୍ବର ତମ ରାଇରଙ୍ଗପୁର-ଟାଟାନଗର ବାମ ପାର୍ଶ୍ୱର ପୁରୁଣା ପାଣି ପଞ୍ଚାୟତର ଆନନ୍ଦପୁର,କଣ୍ଟାବଣି,ଦାଣ୍ଡବୋଷର ରାଜସ୍ବ ଗ୍ରାମର ୪୫୩ ଏକରରୁ ଉର୍ଦ୍ଧ୍ବ ସରକାରୀ ଓ ବେସରକାରୀ ଜମିରେ ରୁଙ୍ଗଟା ମେଟାଲିକ ପ୍ରାଇଭେଟ୍ ଲିମିଟେଡର ଲୌହ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ପାଇଁ ବ୍ୟାପକ ପ୍ରସ୍ତୁତି କରୁଥିବା ଗ୍ରାମବାସୀମାନେ କହୁଛନ୍ତି । ଏଥିପାଇଁ ରାଇରଙ୍ଗପୁର ତହସିଲ ପକ୍ଷରୁ ମଧ୍ୟ ସରକାରୀ ଜମିରେ ଦଖଲ ଥିବା ଆଦିବାସୀମାନଙ୍କୁ ଖଜଣା ଦେବା ସହ ଜାଗା ଛାଡ଼ିବାକୁ ନୋଟିସ ପ୍ରଦାନ କରିଛନ୍ତି । କେଉଁ ଆବାହମାନ କାଳରୁ ଏଠାରେ ନିରୀହ ଆଦିବାସୀମାନେ ବସବାସ କରିଛନ୍ତି । ରୁଙ୍ଗଟା ମାଇନ୍ସ ଶିଳ୍ପାୟନ ପାଇଁ ବହୁ ଆଦିବାସୀ ଭିଟାମାଟି ଛାଡ଼ି ବିସ୍ଥାପନ ହେବେ । ସେମାନଙ୍କ ଜୀବନ ଜୀବିକା ପ୍ରଭାବିତ ହେବ ବୋଲି ସେମାନେ ଜାଣି ସାରିଛନ୍ତି । ସେମାନଙ୍କୁ ବିସ୍ଥାପନ ନ କରିବା ପାଇଁ ତହସିଲଦାର, ଉପଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କଠାରେ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । କିନ୍ତୁ ସେମିତି ନିର୍ଭର ପ୍ରତିଶ୍ରୁତି ନ ପାଇ ହତାଶା ଓ ଅସନ୍ତୋଷରେ ଅଛନ୍ତି ।ଆଜି ଗୁରୁବାର ହଠାତ୍ ଦିନ ୨ଟାବେଳେ ଭାରାପ୍ରାପ୍ତ ରାଜସ୍ବ କର୍ମଚାରୀ ଏବଂ ରୁଙ୍ଗଟା ମେଟାଲିକ ପ୍ରାଇଭେଟ୍ ଲିମିଟେର କିଛି ପଦାଧିକାରୀ,ଏବଂ ଗ୍ରାମୀଣ ପାନୀୟ ଜଳ ବିଭାଗର ଠିକା କମ୍ପାନୀ ଏଲ ଏଣ୍ଡ ଟି ର କର୍ମଚାରୀ ବୃନ୍ଦ ଗୋରୀଆ ନଦୀର ପାଇପ ଜଳ କାମ ଦେଖିବାକୁ କଣ୍ଟାବଣି -ଆନନ୍ଦପୁର ଗ୍ରାମକୁ ଆସିଥିଲେ । ଗ୍ରାମବାସୀ ରୁଙ୍ଗୁଟା ମେଟାଲିକ ପ୍ରାଇଭେଟ୍ ଲିମିଟେଡର କର୍ମଚାରୀଙ୍କୁ ଦେଖି ଶତାଧିକ ଆଦିବାସୀ ମହିଳା,ପୁରୁଷ,ଛୁଆ ସମସ୍ତେ ଠେଙ୍ଗା,ବାଡି,ଧନୁଶର ଧରି ଆସି ସମସ୍ତ କର୍ମଚାରୀଙ୍କୁ ଅଟକ ରଖିଥିଲେ ।ଖବର ପାଇ ଶାନ୍ତି ଶୃଙ୍ଖଳା ରକ୍ଷା ପାଇ ରାଇରଙ୍ଗପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗ୍ରାମବାସୀମାନେ ଭୟଭୀତ ହୋଇପଡ଼ିଥିଲେ ଯେ ରୁଙ୍ଗଟା ମେଟାଲିକ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ତରଫରୁ ସେମାନଙ୍କର ଜମିବାଡ଼ି ଦଖଲ କରିନେବ । ରୁଙ୍ଗଟା ମାଇନ୍ସର କର୍ମଚାରୀ ଏବଂ ଏଲଏଣ୍ଟି କର୍ମଚାରୀ ବୃନ୍ଦ କହିଥିଲେ ଆମେ ଗୋରୀଆ ନଦୀର ଜଳ ଏବଂ ଖଡଖାଈ ନଦୀର ଜଳ ନେଇ ପରୀକ୍ଷା ଗାରକୁ ପଠାଇବୁ । କିନ୍ତୁ ଗ୍ରାମବାସୀ ନଛୋଡବନ୍ଧା । ସେମାନେ କହିଥିଲେ ଆମେ ଗାଁ ମୁଖିଆକୁ ନ ପଚାରି ଗାଁ ଭିତରେ କାହିଁକି ପ୍ରବେଶ କଲେ । ପରେ ରୁଙ୍ଟା ମେଟାଲିକ ପ୍ରାଇଭେଟ୍ ଲିମିଟେଡ ପାଇଁ ଆସିଥିବା କର୍ମଚାରୀ ଉମାକାନ୍ତ ରଣା, ଶୁଭେନ୍ଦୁ ଚାଟାର୍ଜୀ ,ସୌଗତ ସେନଗୁପ୍ତା, ଅରିନ୍ଦମ ମିଶ୍ର, ରମାକାନ୍ତ ରଣା ପ୍ରମୁଖ ଗ୍ରାମବାସୀଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ଯେ ସେମାନେ ଆଉ ଆସିବେ ନାହିଁ । ଦୁଇ ଘଣ୍ଟା ଅଟକ ଓ ପ୍ରବଳ ବିରୋଧ ପରେ ପ୍ରଶାସନ ଏବଂ ରୁଙ୍ଗଟା ମାଇନ୍ସ ତରଫରୁ ଲିଖିତ ପ୍ରତିଶ୍ରୁତି ଗ୍ରହଣ କରି ସେମାନଙ୍କୁ ଗ୍ରାମବାସୀ ଛାଡି ଦେଇଥିଲେ । ଗ୍ରାମବାସୀମାନେ କହୁଥିଲେ ଭିଟାମାଟି ଛାଡ଼ି ଛୁଆପିଲା ବୁଢାବୁଢି,ଗାଈ ଗୋରୁ,ଛେଳି,ମେଣ୍ଢା ନେଇ କୁଆଡେ ଯିବୁ । ଏଠାରେ ଶିଳ୍ପ ହେଲେ ରାଇରଙ୍ଗପୁର ସହର ସମେତ ଆଖପାଖ ଅଞ୍ଚଳରେ ପ୍ରଦୂଷଣ ବଢିବ ।ଶହଶହ ମୂଲ୍ୟବାନ ବୃକ୍ଷ ନଷ୍ଟ ହେବ । ତଦସହ ଏହା ରାଷ୍ଟ୍ରପତିଙ୍କ ନିବାସ , କେନ୍ଦ୍ରୀୟ ବିଦ୍ୟାଳୟ, ଅତିରିକ୍ତ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ, ଶିକ୍ଷା ଅନୁଷ୍ଠାନ,ବହୁ ସରକାରୀ କାର୍ଯ୍ୟାଳୟ ଅବସ୍ଥିତ ସେ ସବୁ ପ୍ରଦୂଷଣ ପାଇଁ ପ୍ରଭାବିତ ହେବ । ଆମର ଶିଳ୍ପ ଦରକାର ନାହିଁ । ଆମର ଶାଗ ପଖାଳ ଆମ ପାଇଁ ଠିକ ଅଛି । ଆମେ ଚାଷ କରି ଯାହା ପାଇବୁ ସେତିକିରେ ଖୁସିରେ ରହିବୁ । ଆମେ କାରଖାନାକୁ ବିରୋଧ କରୁ ନାହୁଁ । ଅନ୍ଯଆଡେ ବହୁ ସରକାରୀ ଜମି ଖାଲି ପଡ଼ିଛି । ସେଠାରେ ସରକାର ଶିଳ୍ପ ପ୍ରତିଷ୍ଠା କରନ୍ତୁ । ଆମକୁ ସରକାର ଆର୍ଥିକ କଳା ଜହ୍ନ ଦେଖାନ୍ତୁ ନାହିଁ! ଆଗକୁ ରୁଙ୍ଗଟା ମାଇନ୍ସ ଓ ପ୍ରଶାସନ କୁ ଗ୍ରାମରେ ପୁରାଇ ଦେବୁ ନାହିଁ ।ମରିବୁ ପଛେ ଭିଟାମାଟି ଛାଡ଼ି ଯିବୁ ନାହିଁ । ଗ୍ରାମର ମଧୁ ମୁର୍ମୁ,କିଶୁନ ହେମ୍ବ୍ରମ,ବୀର ସୁନ୍ଦର ମାର୍ଣ୍ଡୀ, ଶଙ୍କର ଚରଣ କିସ୍କୁ,ବୁଢ଼ାନ ମାର୍ଣ୍ଡୀ,ଭାଦବ ଚରଣ ମାରାଣ୍ଡି,ରାଜା ମୁର୍ମୁ ପ୍ରମୁଖ ବହୁ ପୁରୁଷ ମହିଳା,ଯୁବଛାତ୍ର ପ୍ରତିବାଦରେ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରୀକ୍ଷିରାମ ମେହେର ଙ୍କ କବିତା ମାୟାବିନୀ

Sunil Chandra Nayak

ଭାରସାମ୍ୟ ହରାଇ ନୟନଯୋଡିକୁ ଓଲଟିଲା ଚାଉଳ ବୋଝେଇ କଣ୍ଟେନର

Sunil Chandra Nayak

ସମର୍ଥ ଦୃଷ୍ଟି ହୀନ ଆଶ୍ରମ କୁ କଳାହାଣ୍ଡି ଏସପି ଙ୍କ ପରିଦର୍ଶନ

Leave a Comment

error: Content is protected !!