ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାହୁଳ ଗାନ୍ଧୀଙ୍କ “ଭାରତ ଯୋଡ଼”ପଦଯାତ୍ରା ର ଶୁଭ ମନାସିଲେ କଂଗ୍ରେସ କର୍ମକର୍ତ୍ତା

ନବରଙ୍ଗପୁର ତା ୦୭ ସେପ୍ଟେମ୍ବର ୨୦୨୨, ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ଦଳ ର ପୂର୍ବତନ ସଭାପତି ବରିଷ୍ଠ ନେତା ଶ୍ରୀ ରାହୁଳ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଆଜି ଶୁଭାରମ୍ଭ ହୋଇଥିବା “ଭାରତ ଯୋଡ଼”ପଦଯାତ୍ରା ସମୟ ପୂର୍ବରୁ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଭବନ ଠାରେ ସଭାପତି ଶ୍ରୀ ମୁନା ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ଦୀପ,ଧୂପ ଓ ପୁଷ୍ପ ମାଲ୍ୟ ଦେଇ ପବିତ୍ର ରାମ ଧୂନ୍ ଗାନ ରେ “ଭାରତ ଯୋଡ” ପଦ ଯାତ୍ରା ର ଶୁଭକାମନା କରିବା ସହ ପଦଯାତ୍ରା ର ମୁଖ୍ୟ ଉଦ୍ଧସ୍ୟ ସମ୍ପର୍କ ରେ ଆଲୋକ ପାତ କରିଥିଲେ। ସୁଦୂର କାଶ୍ମୀର ଠାରୁ କନ୍ୟା କୁମାରୀ ପର୍ଯ୍ୟନ୍ତ ୧୨ ଗୋଟି ରାଜ୍ୟ ମଧ୍ୟଦେଇ ଦୀର୍ଘ ୩୫୭୦ କି.ମି ରୁ ଉର୍ଦ୍ଧ ପଥ,୫ମାସ ସମୟ ଅତିକ୍ରମ କରିବାକୁ ଥିବା ପଦଯାତ୍ରା। ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ର ପୂର୍ବତନ ସଭାପତି ବରିଷ୍ଠ ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତା ରେ ବିଶାଳ ଜନ ସମାଗମ ମଧ୍ୟରେ ଶୁଭାରମ୍ଭ ହୋଇଅଛି।ଯାହାର ମୁଖ୍ୟ ଉଦ୍ଧେଶ୍ୟ ପଦଯାତ୍ରା ମାଧ୍ୟମରେ ଲୋକଙ୍କ ପାଖକୁ ପହଞ୍ଚି ଭାଇଚାରା ର ଦେଶରେ ସାମ୍ପ୍ରଦାୟକତା, ଦେଶ ରେ ବଢ଼ି ଚାଲିଥିବା ଅରାଜକତା , ବର୍ତ୍ତମାନ ଦେଶରେ ଦେଖା ଦେଇଥିବା ଆର୍ଥିକ ପରିସ୍ଥିତି, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଆକାଶ ଛୁଆଁ ଦରବୃଦ୍ଧି ଯଦ୍ୱାରା ସାଧାରଣ ଜୀବନ ଜୀବିକା ଉପରେ ତାର ସିଧା ପ୍ରଭାବ , ଦିନକୁ ଦିନ ବଢି ଚାଲିଥିବା ବେକାର ସମସ୍ୟା,ଶିକ୍ଷା,ସ୍ୱାସ୍ଥ୍ୟ ଭଳି ସର୍ବ ନିମ୍ନ ମୌଳିକ ସୁବିଧା ରୁ ବଞ୍ଚିତ ଥିବା ସାଧାରଣ ଜନତା।ବର୍ଦ୍ଧିତ ବିଦ୍ୟୁତ୍ ଦର,ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଡିଜେଲ, ପେଟ୍ରୋଲ,ରନ୍ଧନ ଗ୍ୟାସ ସାଙ୍ଗକୁ ଖାଇବା ତେଲ,ଲୁଣ,ମସଲା ଜାତୀୟ ସାମଗ୍ରୀ ର ଆକାଶ ଛୁଆଁ ଦର ବୃଦ୍ଧି। GST, ଭାଟ ଭଳି ଅନେକ କର ର ବୋଝ। ଦେଶକୁ ଆଗେଇ ନେବା ନାରେ ଦେଶର ଉତ୍ପାଦନ କ୍ଷମତା ସମ୍ପନ୍ନ କମ୍ପାନୀ ମାନଙ୍କୁ ଘରୋଇ ସଂସ୍ଥା କୁ ବିକ୍ରି ଭଳି ଅନେକ ସମସ୍ୟା କୁ ବିରୋଧ କରି ଏ ପଦଯାତ୍ରା ଭାରତ ଯୋଡ। ସେହି ଯାତ୍ରା ର ଶୁଭ କାମନା କରି ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ଦଳ ସଭାନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧିଙ୍କ ଙ୍କ ନିର୍ଦ୍ଧେଶ କ୍ରମେ ଆଜି ସକାଳ ଠିକ୍ ୮ ଘଣ୍ଟା ଠାରୁ ପ୍ରାୟୋଜିତ ପଦ ଯାତ୍ରା ର ସଫଳ କାମନା କରି ସ୍ଥାନୀୟ କଂଗ୍ରେସ ଭବନ ଠାରେ ଉପସ୍ଥିତ ରହି ବରିଷ୍ଠ ନେତା ପୂର୍ବତନ ବିଧାୟକ ତଥା ପିସିସି ଉପ ସଭାପତି ଶ୍ରୀ ସଦନ ନାୟକ,ପିସିସି ସଭ୍ୟ ଶ୍ରୀ ଦିଲ୍ଲିପ କୁମାର ବେହେରା,ନଗର କଂଗ୍ରେସ ସଭାପତି ଶ୍ରୀ ପ୍ରଦୀପ ସାହୁ,ମଣ୍ଡଳ କଂଗ୍ରେସ ସଭାପତି ଶ୍ରୀ ନବ କିଶୋର ମନ୍ଦାର,ଶ୍ରୀ ଦେବ କାନ୍ତ ପଣ୍ଡା,ଶ୍ରୀ ସୁମନ ପାତ୍ର ସୁନା, ନନ୍ଦା ହାଣ୍ଡି ବ୍ଲକ୍ କଂଗ୍ରେସ ସଭାପତି ଶ୍ରୀ ବୃନ୍ଦା ବନ ତ୍ରିପାଠୀ, ଶ୍ରୀ ଦିଲ୍ଲିପ ପ୍ରଧାନ,ଅଗ୍ନିପୁର ସରପଞ୍ଚ ଶ୍ରୀ ଦିବାକର ପୂଜାରୀ,ବରିଷ୍ଠ ନେତା ଶ୍ରୀ ସତ୍ୟ ନାରାୟଣ ତ୍ରୀପାଠୀ,ସୋସିଆଲ ମିଡ଼ିଆ ମୁଖ୍ୟ ଶ୍ରୀ ସୁରଜ୍ ଲାଲ,ଶ୍ରୀ ବାସୁଦେବ ପଟ୍ଟନାୟକ,ଶ୍ରୀ ବଳରାମ ସ୍ବାଇଁ ପ୍ରମୁଖ ଙ୍କ ସହ ଅନେକ ଦଳୀୟ କର୍ମ କର୍ତ୍ତା ଉପସ୍ଥିତ ରହି ଭାରତ ଯୋଡ ପଦଯାତ୍ରା ର ଶୁଭକାମନା ଜ୍ଞାପନ କରିଥିଲେ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ପୂର୍ବତନ କଳାହାଣ୍ଡି ସାଂସଦ ସ୍ବର୍ଗତ ସୁବାସ ଚନ୍ଦ୍ର ନାୟକଙ୍କୁ ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ

Sunil Chandra Nayak

ଲାଞ୍ଜିଗଡ଼ରେ ଆଇଟିଆଇ ସ୍ଥାପନ ଦାବି ତେଜିଲା, ଜମି ଅଛି, ଜାଗା ଅଛି : ସରକାର ବୁଲାଇନେଲେ ମୁହଁ

Sunil Chandra Nayak

କବିତା ଦାଶ ଙ୍କ କବିତା ଗର୍ଭଣା ସଂକ୍ରାନ୍ତି 

Sunil Chandra Nayak

Leave a Comment

error: Content is protected !!