ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆସନ୍ତା ୧୦ରେ ସମ୍ବାଦ ସାହିତ୍ୟ ଘର ରାଉରକେଲା ତରଫରୁ ସମ୍ବର୍ଦ୍ଧିତ ହେବେ ସୌମ୍ଯରଂଜନ

ରାଉରକେଲା/ ସମ୍ବାଦ ସାହିତ୍ୟ ଘର ରାଉରକେଲା ର ବାର୍ଷିକୋତ୍ସବ ୨୦୨୨ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆସନ୍ତା ୧୦ତାରିଖ ଦିନ ସଂଧ୍ୟା ୬ ଘଟିକା ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଖଣ୍ଡପଡା ବିଧାୟକ ତଥା ସମ୍ବାଦ ସାହିତ୍ୟ ଘର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସୌମ୍ଯ ରଂଜନ ପଟ୍ଟନାୟକଙ୍କ ୭୦ବର୍ଷ ପୂର୍ତ୍ତି ଜନ୍ମ ଜୟନ୍ତୀ ଉପଲକ୍ଷେ ତାଙ୍କୁ ଅନୁଷ୍ଠାନ ତଥା ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ଦିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସେକ୍ଟର ୨୦ କମ୍ୟୁନିଟି ସେଣ୍ଟର୍ ଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଂପାଦକ ପ୍ରଶାନ୍ତ କୁମାର ଦାସ ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ ଏହା ସହ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯିବ। ସେହିପରି ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କୁ ନେଇ ଶ୍ରୀ ପଟ୍ଟନାୟକଙ୍କ ଜୀବନୀ ସଂପର୍କୀତ ଏକବୃତ୍ତଚିତ୍ର ନାଟକ ଅଭିନୟ ସହ ଓଡିଶୀ ନୃତ୍ୟ ପରିବେଷଣ କରାଯିବ । ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ବ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯିବ । ଏହା ସହ ଶ୍ରୀ ପଟ୍ଟନାୟକଙ୍କ ଜୀବନୀ ସଂପର୍କରେ ଏକ ପୁସ୍ତକ ଲୋକାର୍ପିତ ହେବ । ଏହି କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବା ବେଳେ ଇଷ୍ଟର୍ଣ୍ଣ ମିଡିଆ ପ୍ରା.ଲି. ର ନିର୍ଦ୍ଦେଶିକା ସୁଦତ୍ତା ପଟ୍ଟନାୟକ, ରେଡିଓ ଚକଲେଟ୍ ର ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ବୋଲି ସ୍ବୀକୃତି ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେବାକୁ ସମ୍ବାଦ ସାହିତ୍ୟ ଘର ରାଉରକେଲା ର ସଭାପତି ଆଲୋକ ରଂଜନ ମଲ୍ଲିକ ଓ ସାଧାରଣ ସଂପାଦକ ଶ୍ରୀ ଦାସ ଅନୁରୋଧ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସସ୍ମିତା ପ୍ରଧାନ, ଜଗନ୍ନାଥ ରାଉତ, ତ୍ରିଲୋଚନ ମହାରଣା, ଅଶୋକ କୁମାର ପଟ୍ଟନାୟକ, ବିରେନ କୁମାର ଟୁଡୁ, ବିଭୁକିଶୋର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସାନ୍ତାଳ ଇଞ୍ଜିନିୟରସ ଓ୍ବେଲଫେୟାର ଏସୋସିଏସନ ପକ୍ଷରୁ ବୃକ୍ଷରୋପଣ ଓ ଆଦର୍ଶ ଗ୍ରାମ ପ୍ରତିଷ୍ଠା ନେଇ ବୈଠକ

Sunil Chandra Nayak

ସର୍ବ ସାଧାରଣ ଙ୍କ ପାଇଁ ଆଜି ଠାରୁ ଖୋଲିଲା ଏନଏସି ଲାଇବ୍ରେରୀ ଓ ପାଠାଗାର

Sunil Chandra Nayak

ଅସୁରଗଡ ଗ୍ରାମରେ ଶ୍ରୀ ରାମଲୀଳା ଉତ୍ସବ

Sunil Chandra Nayak

Leave a Comment

error: Content is protected !!