ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଜାମଣ୍ଡଳ ନେତା ଧନଞ୍ଜୟ ମହାନ୍ତିଙ୍କ ଜୟନ୍ତୀ ପାଳିତ

ରାଉରକେଲା ଗଠନରେ ଧନଞ୍ଜୟ ବାବୁଙ୍କ ଅବଦାନ ଅତୁଳନୀୟ ……

ରାଉରକେଲା/ ରାଉରକେଲା ସହର ନିର୍ମାଣରେ ଧନୁବାବୁଙ୍କ ଅବଦାନ ଅତୁଳନୀୟ ବୋଲି ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ପ୍ରଜାମଣ୍ଡଳ ନେତା, ପ୍ରାକ୍ତନ ସାଂସଦ ତଥା ପ୍ରାକ୍ତନ ବିଧାୟକ ଧନଞ୍ଜୟ ମହାନ୍ତି ଙ୍କ ଜୟନ୍ତୀ ସମାରୋହରେ ଅତିଥି ମାନେ ମତ ରଖିଥିଲେ। ଧନଞ୍ଜୟ ମହାନ୍ତି ମେମୋରିଆଲ ଟ୍ରଷ୍ଟ, ରାଉରକେଲର ସଭାପତି ରମେଶ ବଳଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ବୈଦ୍ୟନାଥ ଦାସ ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଆଇନଜୀବୀ ନିମାଇଁ ଚରଣ ନାୟକ ଯୋଗଦେଇ ଧନୁବାବୁଙ୍କ ସହ ବିଭିନ୍ନ ଅନୁଭୂତି ସଂପର୍କରେ କହିଥିଲେ। ରାଉରକେଲା ଇସ୍ପାତ କାରଖାନା ପ୍ରତିଷ୍ଠାରେ ଧନୁବାବୁଙ୍କ ବିଶେଷ ଅବଦାନ ଥିଲା। ତାଙ୍କ ଉଦ୍ୟମରେ ବିସ୍ଥାପିତ ଆନ୍ଦୋଳନ ବିକାଶମୁଖୀ ହୋଇଥିଲା। ଟ୍ରଷ୍ଟର ସାଧାରଣ ସଂପାଦକ ତଥା ସିୟର ର ସାଧାରଣ ସଂପାଦକ ବୈଦ୍ୟନାଥ ଦାସ ତାଙ୍କ ବକ୍ତବ୍ଯରେ କହିଲେ ଯେ ରାଉରକେଲା ସହର ଆରମ୍ଭବେଳେ ବିସ୍ଥାପିତ ଆଦିବାସୀଙ୍କୁ ନିଜ ସପକ୍ଷରେ ନେଇ କାରଖାନା ପ୍ରତିଷ୍ଠା କରାଇବାରେ ଧନୁବାବୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଇସ୍ପାତ ସାଂସ୍କୃତିକ ପରିଷଦ ଆରମ୍ଭ କରି ରାଉରକେଲାରେ ସାଂସ୍କୃତିକ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହା ସହ ପୂଜ୍ୟପୂଜା ସଂପର୍କରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ହରିହର ରାଉତରାୟ, ଆଇନଜୀବୀ ନିରଞ୍ଜନ ଦାସ, ଆଇନଜୀବୀ ତଥା କଂଗ୍ରେସର ବରିଷ୍ଠ ନେତା ସରୋଜ ଲେଙ୍କା, ସାମାଜିକ କର୍ମୀ ତଥା ସେଫି ର ସଂପାଦକ ବିମଳ ବିଶି ଓ ରାଜଗାଙ୍ଗପୁର ର ପ୍ରାକ୍ତନ ବିଧାୟକ ଗ୍ରେଗୋରୀ ମିଞ୍ଜ ପ୍ରମୁଖ ଯୋଗଦେଇ ଧନୁବାବୁଙ୍କ ଅବଦାନ ସଂପର୍କରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଗଣ ସେମାନଙ୍କ ବକ୍ତବ୍ଯରେ କହିଲେ ଯେ ଧନଞ୍ଜୟ ବାବୁଙ୍କୁ ଛାଡି ରାଉରକେଲା ଇତିହାସ ଲେଖା ଯାଇପାରିବ ନାହିଁ। ସେ କେବଳ ବ୍ୟକ୍ତି ବିଶେଷ ନଥିଲେ ସେ ଜଣେ ଅନୁଷ୍ଠାନ ଥିଲେ। ସୁନ୍ଦରଗଡ ଜିଲ୍ଲା ର ଜନଜାତି ମାନେ ତାଙ୍କୁ ଗାନ୍ଧୀ ବୋଲି ସମ୍ବୋଧନ କରୁଥିଲେ। ତାଙ୍କର ଅବଦାନ ପାଇଁ ଆମ୍ଭାଗାନ ଛକଠାରେ ଏକ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରାଯାଇଥିଲା। ସେ ଜଣେ ପିତୃପ୍ରତିମ ବ୍ୟକ୍ତି ସହ କର୍ମବୀର ଥିଲେ। ତାଙ୍କ ଅବଦାନ ଚିରସ୍ମରଣୀୟ ବୋଲି ମତ ରଖିଥିଲେ। ସଂଯୋଜନା ସହ ସଭାପତିତ୍ବ ଅଭିଭାଷଣ ପ୍ରଦାନ କରି ଶ୍ରୀ ବଳ ଧନୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ କହିଥିଲେ। ଏହି ଅବସରରେ ସଂଗୀତା ଜେନା, ଭଗବାନ ରାଉତ, ଦିଗମ୍ବର ମହାନ୍ତି, ଇଜାଜ ଅଖତର, ବିଶ୍ବଜିତ ସାହୁ, ଶିବୁ ଦୀପ୍ ସୂର୍ଯ୍ୟକାନ୍ତ ବାରିକ,ସୁରଥ ବିଶ୍ବାଳ, ଉପେନ୍ଦ୍ର ସିଂହ ଓ ଭୂବନ ବେହେରାଙ୍କୁ ମାନପତ୍ର, ପୁଷ୍ପଗୁଛ ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ କବି କୁଞ୍ଜବିହାରୀ ରାଉତ ଧନୁବାବୁଙ୍କ ସ୍ମୃତିରେ ଏକ କବିତା ପାଠ କରିଥିଲେ। ସେହିପରି ସକାଳେ ସିଭିଲଟାଉନସିପ ଠାରେ ଧନୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ତାଙ୍କ ସ୍ମୃତି ଚାରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ତଥା ସଚେତନ ନାଗରିକ ମଞ୍ଚର ସାଧାରଣ ସଂପାଦକ ପି.ପି.ରାୟ, ପୁଷ୍ପା ଲେଙ୍କା, ବିରେନ ସେନାପତି, ପ୍ରାକ୍ତନ ବିଧାୟକ ପ୍ରଭାତ ମହାପାତ୍ର,ସବିର ହୁସେନ, ଉମାକାନ୍ତ ତିୱାରୀ, ଶୈଳେନ୍ଦ୍ର ମହାନ୍ତି ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ କମିଟି ତରଫରୁ ବାସୁ ବାନାର୍ଜୀ, ଲିପି ଘୋଷ, ହେମନ୍ତ ବେଉରିଆ, ଗିରିଶ ନାୟକ, ରାଜୀବ ସିଂହ, ଚନ୍ଦ୍ରଶେଖର ପାଢୀ, ବଜେନ୍ଦ୍ର ମହାନ୍ତି, ସୁମିତ ମହାନ୍ତି, ସ୍ମିତା ମହାନ୍ତି, କଲ୍ୟାଣୀ ମହାନ୍ତି, ତନୁଶ୍ରୀ ମଲ୍ଲିକ, ଲିଜା ମହାରଣା, ସନ୍ତୋଷ ସୋରେନ, ହରି ବାହାଦୁର, ମୁକ୍ତା ଛତ୍ରିଆ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସମାଜସେବୀ ଉମା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଆଇନଜୀବୀ ଦୁଷ୍ମନ୍ତ ନାୟକଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

ରାଉଲକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଦିଲୀପ ମାଝୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

କ୍ରୀଡ଼ାକୁ ପ୍ରେତ୍ସାହନ..୨୦୦୦ ସ୍କୁଲର ୪୩୦୦୦ ପିଲାଙ୍କୁ ମିଳିବ ମାଗଣା ଫୁଟବଲ୍‌

Sunil Chandra Nayak

Leave a Comment

error: Content is protected !!