ରାଜ୍ୟ ମନ୍ତ୍ରୀମଣ୍ଡଳରେ ନବକଳେବର ହୋଇଛି । ରବିବାର ଲୋକସେବା କନ୍ଭେନ୍ସନ୍ ହଲ୍ରେ ନୂଆ ମନ୍ତ୍ରୀମାନେ ଶପଥ ନେଇଛନ୍ତି । ଏଥିରେ ୧୩ଜଣ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି । କିଛି ନୂଆ ମୁହଁଙ୍କୁ ଏଥର ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି ।
ତେବେ ଆସନ୍ତୁ ଜାଣିବା କାହାକୁ ମିଳିଛି କେଉଁ ବିଭାଗ (କ୍ୟାବିନେଟ୍) –
୧. ଜଗନ୍ନାଥ ସାରକା- ଆଦିବାସୀ କଲ୍ୟାଣ ମନ୍ତ୍ରୀ
୨. ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କୃଷି ମନ୍ତ୍ରୀ
୩. ପ୍ରମିଳା ମଲ୍ଲିକ- ରାଜସ୍ୱ ମନ୍ତ୍ରୀ
୪. ଉଷା ଦେବୀ- ଗୃହ ନଗର ଉନ୍ନୟନ ମନ୍ତ୍ରୀ
୫. ପ୍ରଫୁଲ୍ଲ ମଲ୍ଲିକ- ଖଣି ଓ ଇସ୍ପାତ ମନ୍ତ୍ରୀ
୬. ପ୍ରତାପ ଦେବ- ଶିଳ୍ପ ଓ ଶକ୍ତି ମନ୍ତ୍ରୀ
୭. ଅତନୁ ସବ୍ୟସାଚୀ ନାୟକ- ଖାଦ୍ୟ ଯୋଗାଣ, ସମବାୟ ମନ୍ତ୍ରୀ
୮. ନବକିଶୋର ଦାଶ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ
୯. ଅଶୋକ ଚନ୍ଦ୍ର ପଣ୍ଡା- ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ
୧୦. ଟୁକୁନି ସାହୁ- ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ
୧୧.ରାଜେନ୍ଦ୍ର ଢୋଲକିଆ- ଯୋଜନା ଓ ସଂଯୋଜନା ମନ୍ତ୍ରୀ
୧୨. ପ୍ରଦୀପ ଅମାତ- ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ
୧୩. ନିରଞ୍ଜନ ପୂଜାରୀ- ଅର୍ଥ ମନ୍ତ୍ରୀ
ସେହିପରି (ରାଷ୍ଟ୍ରମନ୍ତ୍ରୀ) କାହାକୁ ମିଳିଛି କେଉଁ ବିଭାଗର ଦାୟିତ୍ୱ-
୧. ରୋହିତ ପୂଜାରୀ- ଉଚ୍ଚ ଶିକ୍ଷା ମନ୍ତ୍ରୀ
୨. ରୀତା ସାହୁ- ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ
୩. ବାସନ୍ତୀ ହେମ୍ବ୍ରମ୍- ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି
୪. ସମୀର ରଂଜନ ଦାଶ- ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
୫. ଅଶ୍ୱିନୀ କୁମାର ପାତ୍ର- ପର୍ଯ୍ୟଟନ, ଅବକାରୀ ମନ୍ତ୍ରୀ
୬. ପ୍ରୀତିରଞ୍ଜନ ଘଡ଼େଇ- ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ
୭. ଶ୍ରୀକାନ୍ତ ସାହୁ- ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ
୮. ତୁଷାରକାନ୍ତି ବେହେରା- କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ
ଵିଦ୍ୟାଧର ସାହୁଙ୍କ ରିପୋର୍ଟ….