ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ୱ ପରିବେଶ ଦିବସ ପାଳିତ 

କର୍ଲାମୁଣ୍ଡା: ଏହି ବ୍ଲକ ଅନ୍ତର୍ଗତ ଯୋରାଡବରା ପଞ୍ଚାୟତ ସ୍ଥିତ କୁସୁର୍ଲା ହଜାରୀପଡା ଗ୍ରାମର କଳାରୁଦ୍ର ଯୁବକ ସଂଘ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି l ବିଶ୍ୱ ପରିବେଶ ବୃକ୍ଷ ଆମ ମଣିଷ ସମାଜ ତଥା ପୃଥିବୀରେ ବସବାସ କରୁଥିବା ସମସ୍ତ ପ୍ରାଣୀମାନଙ୍କ ପାଇଁ କେତେ ମୂଲ୍ୟବାନ ତାହା କହିଲେ ନସରେ, ବୃକ୍ଷ ହିଁ ଜୀବନ ବୃକ୍ଷ ଅଛିତ ଜୀବନ ଅଛି l ପରେ ସମସ୍ତେ ବୃକ୍ଷ ରୋପଣ କରିବା ପାଇଁ ଶପଥ ପାଠ କରିଥିଲେ l ଏହି କାର୍ଯ୍ୟକ୍ରମରେ କର୍ଲାମୁଣ୍ଡା ବ୍ଲକ ‘ଖ’ ଜୋନ ର ଜିଲ୍ଲାପରିଷଦ ପ୍ରତିନିଧି ଶ୍ରୀ ସୁରେଶ ଚୌଧୁରୀ, ଯୋରାଡବରା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ କ୍ଷିତିସୁତା ସାହୁ, ପଞ୍ଚାୟତ ସମିତି ସଭ୍ୟ ଶ୍ରୀମତୀ ରିମା ସାହୁ, ରାଜସ୍ୱ ନିରୀକ୍ଷକ ଅଧିକାରୀ ସତ୍ୟନାରାୟଣ ପଟ୍ଟନାୟକ, ସମବାୟ ସମିତି ସମ୍ପାଦକ ସୁମନ୍ତ ସାହୁ, ସମାଜସେବୀ ଲିଙ୍ଗରାଜ ଭୋଇ, ଯୋଗାଣ ସହାୟତା ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ, କୈଳାଶ ସାହୁ, ହଜାରୀପଡା ଗାଁ ସଭାପତି ଶ୍ୟାମରାଜ ସାହୁ ଉପସ୍ଥିତ ଥିବା ବେଳେ କଳାରୁଦ୍ର ଯୁବକ ସଂଘର ପୂର୍ବତନ ସଭାପତି ତଥା ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁ, ସଭାପତି ଦୁର୍ବାଦଳ ସାହୁ, ସମ୍ପାଦକ ରେଶବ ନାରାୟଣ ସାହୁ, ପୂର୍ବତନ ସମ୍ପାଦକ ସଂଜୀବ ସାହୁ, ସହ ସମ୍ପାଦକ ରଘୁମଣୀ ସାହୁ, ଲଳିତ ସାହୁ, ଲୋକନାଥ, ଟିଲୁ, ଭୁବନେଶ୍ୱର, ଅରବିନ୍ଦ, ପିଣ୍ଟୁ, ହରପ୍ରସାଦ, ଭଗତ, ଚୁମନେଶ୍ଵର, ଡୋଳାମଣୀ, ବିକାଶ, ଶମ୍ବୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ଆଗେଇ ନେଇ ଥିଲେ l କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଲକ୍ଷ୍ମୀ ବଜାର ପୂଜା କମିଟି ହୀରକ ଜୟନ୍ତୀ ସମାରୋହକୁ ଉଦଘାଟନ କଲେ ରାଜ୍ୟପାଳ

Sunil Chandra Nayak

ଓଡ଼ିଶାରେ ବୃଦ୍ଧି ପାଉଛି ମହିଳା ବିରୋଧୀ ଅପରାଧ..ତଥ୍ୟ ରଖିଲେ ମନ୍ତ୍ରୀ

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା ତଥାପି ପାରୁନି ଭୁଲି 

Sunil Chandra Nayak

Leave a Comment

error: Content is protected !!