ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘରୋଇ ସଂସ୍ଥା ଚଲାଇଲା ପ୍ରଥମ ଟ୍ରେନ୍‌..

କୋଏମାବାଟୁରର ସାଉଥ୍ ଷ୍ଟାର ରୋଲ୍ ନାମକ ଏକ କମ୍ପାନୀ ଏହାର ପରିଚାଳନା କରୁଛି….

ଚାଲିଲା ଭାରତର ପ୍ରଥମ ପ୍ରାଇଭେଟ୍ ଟ୍ରେନ ଶିରିଡି ସାଇନଗର ମଧ୍ୟରେ କରିବ ଯାତ୍ରା। ଭାରତ ସରକାରଙ୍କ ଭାରତ ଗୌରବ ସ୍କିମ୍ ଅଧିନରେ ଦୁଇ ବର୍ଷିଆ ଲିଜରେ ଏ ଟ୍ରେନ୍ ଟି ଚାଲିବ। ଏହାକୁ କୋଏମାବାଟୁରର ସାଉଥ୍ ଷ୍ଟାର ରୋଲ୍ ନାମକ ଏକ କମ୍ପାନୀ ପରିଚାଳନା କରୁଥିବା ବେଳେ ଏହାର ଦର ଏବେକାର ରେଳ ଟିକେଟ୍ ଦର ପାଖାପାଖି ରହିବ। ଏହା ଯାତ୍ରୀ ମାନଙ୍କୁ ଉକୃଷ୍ଟ ସେବା କିପରି ପ୍ରଦାନ କରାଯିବ ସେନେଇ ବିଶେଷ ଧ୍ୟାନ ରଖିଛି । ଭାରତ ଗୌରବ ସ୍କିମ୍ ଅଧିନରେ ଏହା ଭାରତର ପ୍ରଥମ ପ୍ରାଇଭେଟ୍ ଟ୍ରେନ୍।

ଏକ ଘରୋଇ ସଂସ୍ଥା ଦ୍ବାରା ପରିଚାଳିତ ପ୍ରଥମ ଟ୍ରେନ୍‌ର ଚଳାଚଳ ଆରମ୍ଭ ହୋଇଛି। ଭାରତ ଗୌରବ ସ୍କିମ୍ ଅଧୀନରେ ସାଉଥ୍‌ ଷ୍ଟାର୍‌ ରେଲ୍‌ ନାମକ କୋଏମ୍ବାଟୁରର ଏକ ସଂସ୍ଥା ଏହି ଟ୍ରେନ୍‌ ଚଲାଇବାର ଦାୟିତ୍ବ ନେଇଛି। ଏହା ହେଉଛି ଦେଶର ପ୍ରଥମ ଭାରତ ଗୌରବ ଟ୍ରେନ୍ ଯାହା କୋଏମ୍ବାଟୁର ନର୍ଥରୁ ଶିରିଡ଼ି ସାଇନଗର ମଧ୍ୟରେ ଯାତ୍ରା କରିବ। ଟ୍ରେନ୍‌କୁ ଦୁଇ ବର୍ଷିଆ ଲିଜ୍‌ରେ ଦିଆଯାଇଛି। ଏହାକୁ ଚଲାଉଥିବା ସଂସ୍ଥା କୋଚ୍‌ର ସିଟ୍‌କୁ ବଦଳାଇଛି। ପ୍ରତି ମାସରେ ଟ୍ରେନ୍‌ଟି ଅତିକମ୍‌ରେ ତିନି ଥର ଯାତ୍ରା କରିବ। ସେଥିରେ ୨୦ଟି କୋଚ୍‌ ଥିବା ବେଳେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ଏସି ଚୋକ୍‌ ସହିତ ସ୍ଲିପ୍‌ର କୋଚ୍‌ର ମଧ୍ୟ ବ୍ୟବସ୍ଥା ରହିଛି। ଟିକଟ ଦାମ୍‌ ରେଳବାଇର ଅନ୍ୟାନ୍ୟ ଟ୍ରେନ୍‌ର ଟିକଟ ଦାମ୍‌ ସହ ପ୍ରାୟ ସମାନ।

ଏହି ଟ୍ରେନ୍‌ରେ ଯାତ୍ରୀମାନଙ୍କୁ ପାରମ୍ପରିକ ଶାକାହାରୀ ଭୋଜନ ପ୍ରଦାନ କରାଯିବ। ଟ୍ରେନ୍‌ ଯାତ୍ରୀଙ୍କୁ ଭାରତର ସାଂସ୍କୃତିକ ଐତିହ୍ୟ ସହ ପରିଚିତ କରାଯିବ। କେତେକ ନିର୍ଦିଷ୍ଟ ଷ୍ଟେସନରେ ଏହା ରହିବ। ଶିରିଡ଼ି ସାଇ ବାବାଙ୍କ ମନ୍ଦିରରେ ଯାତ୍ରୀଙ୍କୁ ଭିଆଇପି ଦର୍ଶନ ସୁବିଧା ମିଳିବ। ଏହା ବ୍ୟତୀତ ମନ୍ତ୍ରାଳୟମ୍ ମନ୍ଦିର ଦେଖିବା ଲାଗି ଟ୍ରେନ୍‌ଟି ମନ୍ତ୍ରାଳୟମ୍ ରୋଡ୍ ଷ୍ଟେସନରେ ୫ ଘଣ୍ଟା ରହିବ। ଯାତ୍ରୀମାନଙ୍କ ସୁରକ୍ଷା ଓ ସୁବିଧା ଲାଗି ଟ୍ରେନ୍‌ରେ ଜଣେ କ୍ୟାପ୍‌ଟେନ୍, ଡାକ୍ତର ଓ ଘରୋଇ ନିରାପତ୍ତାରକ୍ଷୀ ଓ ରେଳ ପୁଲିସ ବଳର କର୍ମଚାରୀମାନଙ୍କ ରହିବେ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସଫଳା ଦାସ ଙ୍କ କବିତା ହେ ସୂର୍ଯ୍ୟ

Sunil Chandra Nayak

ଦୀପାବଳି ଉପଲକ୍ଷେ ଓଡିଶା ଡ୍ରାଇଭର ମହାସଂଘର ମହାମିଳନ ଉତ୍ସବ ପାଳିତ

Sunil Chandra Nayak

ଶ୍ୟାମା ପ୍ରସାଦ ବୋଷ ଙ୍କ କବିତା ବିଦଗ୍ଧ ପ୍ରେମ

Leave a Comment

error: Content is protected !!