ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଣା ଅଜଣା….ଅଣସର ଘରେ କ’ଣ କ’ଣ ହୁଏ ?

ଦେବସ୍ନାନ ପୂର୍ଣ୍ଣିମା ପରେ ଅଣସର ଘରେ ଶ୍ରୀଜୀଉ…ଉପଚାର ପରେ ଧୀରେ ଧୀରେ ସୁସ୍ଥ ହେବେ ମହାପ୍ରଭୁ….

ଜ୍ୱରରେ ପୀଡିତ ଶ୍ରୀବିଗ୍ରହଙ୍କ ଉପଚାର ବୈଦ୍ୟଙ୍କ ମାର୍ଗଦର୍ଶନରେ ଚାଲିଛି । ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶକ୍ରମେ ଫୁଲୁରୀ ତେଲ ମର୍ଦ୍ଦନ ଦ୍ୱାରା ମହାପ୍ରଭୁଙ୍କ ଜ୍ୱରଜନିତ ଶରୀର ପୀଡା ଉପଶମ ହେବା ବିଶ୍ୱାସ ରହିଛି ।

ଏହି ଅନୁସାରେ କାଲି ରାତିରେ ଶ୍ରୀଜୀଉଙ୍କୁ ଔଷଧୀୟ ଜଡିବୁଟି ମିଶ୍ରଣର ସୁଗନ୍ଧଯୁକ୍ତ ଫୁଲୁରୀ ତେଲ ମାଲିସ କରାଯାଇଛି । ପୁରୀର ଓଡିଆ ମଠରେ ଏହି ଫୁଲୁରୀ ତେଲ ପ୍ରସ୍ତୁତ କରାଯାଇଥାଏ । ଏହି ତେଲରେ ବିଭିନ୍ନ ସୁଗନ୍ଧିତ ପୁଷ୍ପ, ଚେରମୂଳି ଓ ଆୟୁର୍ବେଦୀୟ ଜଡିବୁଟି ମିଶାଯାଇଥାଏ । ଆଜିଠାରୁ ଠାକୁରଙ୍କ ଓଷଲାଗି କରାଯିବ । ଏହାପରେ ଠାକୁର ଧୀରେ ଧୀରେ ଜ୍ୱରରୁ ସୁସ୍ଥ ହେବେ ।

ଅଣସର ଘରେ କ’ଣ କ’ଣ ହୁଏ ?

୧:ସ୍ନାନ ନୀତି ପରେ ରତ୍ନବେଦୀ ସମ୍ମୁଖରେ ବାଉଁଶ ତାଟିରେ ଅସ୍ଥାୟୀ ଗୃହ କରାଯାଏ,

୨:ଏଠାରେ ଦାରୁଦିଅଁଙ୍କ ଗୁପ୍ତସେବା କରାଯାଏ,

୩:ଏହି ଗୃହକୁ ଅଣସର ଗୃହ ଓ ଏହା ଚାରିପଟେ ପରିବେଷ୍ଟିତ ତାଟିକୁ ଅଣସର ତାଟି କୁହାଯାଏ,

୪:ଅଣସରରେ ଲାଗିହୁଏନି ରନ୍ଧାଭୋଗ,

୫:କେବଳ ଧଳାଫୁଲ ଓ ରାଶିତେଲ ବ୍ୟବହାର ହୁଏ,

୬:ଅଣସର ପିଣ୍ଡିକୁ ଧଳାଫୁଲ ଛଡା ଅନ୍ୟ ରଙ୍ଗର ଫୁଲ ନିଆଯାଏ ନାହିଁ,

୭:ରାଶି ଦୀପ ତେଲ ଛଡା ଅନ୍ୟ କୌଣସି ଆଲୋକ ବ୍ୟବହାର ହୁଏ ନାହିଁ,

୮: ଅଣସର ସମୟରେ ବ୍ୟବହାର ହେଉଥିବା ଫଳ ଚୋପା ଓ ବ୍ୟବହୃତ ପଦାକୁ ଅଣାଯାଏ ନାହିଁ,

୯:ଫଳଚୋପା, ବ୍ୟବହୃତ ପାତ୍ର ଓ ଫୁଲକୁ ଏକ କୋଣରେ ରଖାଯାଇଥାଏ,

୧୦:ଅଣସର ପିଣ୍ଡିରେ ଘଣ୍ଟ ଘଣ୍ଟି , ଓ ବାଦ୍ୟ ବାଜିନଥାଏ,

୧୧:ଦଶମୀ ଯାଏଁ କୌଣସି ଶଦ୍ଦ କରାଯାଏ ନାହିଁ,

୧୨:କେବଳ ଦଇତା ଓ ପତିମହାପାତ୍ର ସେବକ ଅଣସର ଘରେ ପ୍ରବେଶ କରିଥାନ୍ତି,

୧୩:ସେବା ସମୟରେ ପରଷ୍ପର ମଧ୍ୟରେ କେହି କଥାବାର୍ତା କରିନଥାନ୍ତି,

୧୪:ଏହି ସମୟରେ ଶ୍ରୀମନ୍ଦିର ଭିତରେ ନିର୍ମାଣ କାମ କି ଶଦ୍ଦ କରାଯାଇନଥାଏ,

୧୫:ଦଇତାପତିମାନେ ସଂପୂର୍ଣ୍ଣ ଭାବେ ନୀତି ନିୟମରେ ରହିଥାନ୍ତି,

୧୬:ସେମାନେ ମହାପ୍ରଭୁଙ୍କୁ ସମର୍ପିତ ହୋଇଥିବା ଭୋଗ ଗ୍ରହଣ କରିଥାନ୍ତି ଏବଂ ଅଣସର ସମୟରେ ପଣା ଓ ଚକଡା ଭୋଗ ଲାଗି କରାଯାଇ ଥାଏ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଫେଲ ମାରିଛି ବସୁଧା ଯୋଜନା 

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା କାମନା

Sunil Chandra Nayak

କୋଭିଡ କେୟାର ସେଣ୍ଟରରେ ସ୍ୱଛତା ଅଭିଯାନ

Sunil Chandra Nayak

Leave a Comment

error: Content is protected !!