ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆର୍ଥିକ ସହାୟତା ଅପେକ୍ଷାରେ ରିକେଶ, ଜନ୍ମରୁ ଭିନ୍ନକ୍ଷମ ଯନ୍ତ୍ରଣା

କଲମପୁର (ମସିହା) କଲମପୁର ବ୍ଲକ ମଣ୍ଡଳ ପଞ୍ଚାୟତ ଅନ୍ତର୍ଗତ ଭାଟିଗାଁର ଭିନ୍ନକ୍ଷମ ଶିଶୁ ରିକେଶ ବାଗ ଅର୍ଥ ଅଭାବରୁ ଚିକିତ୍ସା ଅପେକ୍ଷା ରେ ରହିଛନ୍ତି।ବୟସ ପ୍ରାୟ ୩ ବର୍ଷ ୬ ମାସ , ବାପା ଲୋକେଶ ବାଗ , ମା ସୁତୟା ବାଗ ଭାଗ୍ୟ କୁ ଆଦରି ବସିଛନ୍ତି। ଜନ୍ମ ହେବାର କିଛି ମାସ ଗଳାପରେ ରିକେଶ ଚଳ ପ୍ରଚଳ ହେଇପାରି ନବାରୁ ପ୍ରଥମେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଚିକିତ୍ସା କରିଥିଲେ । ଶିଶୁଟିର ସ୍ୱାସ୍ଥ୍ୟ ବସ୍ଥାରେ କିଛି ମଧ୍ୟ ଉନ୍ନତି ନହେବାରୁ ବିଭିନ୍ନ ସ୍ଥାନକୁ ଚିକିତ୍ସା ପାଇଁ ନେଇଥିଲେ । ପରିଶେଷରେ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସହାୟତାରେ ସାମିଲ କରି ବହୁବାର ଜିଲ୍ଲା ଡାକ୍ତର ଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଚିକିତ୍ସା କରାଇଥିଲେ ମଧ୍ୟ ଶିଶୁର ଓଜନ ବଢ଼ିପାରୁ ନାହିଁ । ପ୍ରାୟ ଶିଶୁଟିକୁ ୩ ବର୍ଷ ୬ ମାସ ହେବ ଶିଶୁଟି ବସି ମଧ୍ୟ ପାରୁନାହିଁ କି ଚାଲି ମଧ୍ୟ ପାରୁନାହିଁ ବିକଳାଙ୍ଗ ଅବସ୍ଥାରେ ପଡିରହିଛି । ଶିଶୁ ରିତେଶ ବାଗର ବାପା ମା ଗରିବ ଶ୍ରେଣୀ ହେଇଥିବାରୁ ନିଜ ପୁଅକୁ ଉଚ୍ଚତର ଚିକିତ୍ସା କରିବାରେ ଅସମର୍ଥ ଅଟନ୍ତି । ଶିଶୁଟି ବସି ପାରୁନଥିବା ଏବଂ ଚାଲିପାରୁ ନଥିବାରୁ ଚିନ୍ତିତ ହୋଇ ରହିଛନ୍ତି ବାପା ମା । ।ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସହାୟତାରେ ଅନେକ ଥର ଜିଲ୍ଲା ଡାକ୍ତର ଖାନାକୁ କଲମପୁର ମେଡିକାଲ ଟିମ ଡାକ୍ତର ଜ୍ୟୋତିର୍ମୟୀ ମହାନ୍ତି ଙ୍କ ସହାୟତାରେ ଚିକିତ୍ସା ପାଇଁ ନିଆଯାଇ ଚିକିତ୍ସା କରିଥିଲେ ମଧ୍ୟ ତାହାର ସୁଫଳ ମିଲିନଥିବା ପରିବାର କହିଛନ୍ତି । ଏହି ଭିନ୍ନକ୍ଷମ ଶିଶୁର ଉଚ୍ଚତର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଏବଂ ଆର୍ଥିକ ସହାୟତା ଅବସ୍ଥାରେ ଭିନ୍ନକ୍ଷମ ଶିଶୁର ପରିବାର ଏହି ଶିଶୁର ଉଚ୍ଚତର ଚିକିତ୍ସା ଏବଂ ସରକାରୀ ସହାୟତା ମିଳିବା ସହ ଭିନ୍ନକ୍ଷମ ଶିଶୁର ଚିକିତ୍ସା ପାଇଁ ପରିବାର ତରଫରୁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।ଏ ନେଇ କଲମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ଯୋଗାଯୋଗ ହୋଇପାରି ନାହିଁ ।

ପରମାନନ୍ଦ ଠାକୁର ,ମସିହା କଲମପୁର

Related posts

ବିଜେପି ରୁପ୍ରା ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ 

Sunil Chandra Nayak

ଡାବୁଗାଁରେ ମାଁ ଗଜଲକ୍ଷ୍ମୀ ପୂଜା

Sunil Chandra Nayak

ବେହେରା ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!