ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା – ଓଡ଼ିଆ ଭାଷା ବିକାଶ ମଞ୍ଚ ର ବ୍ୟାସକବି ଫକୀରମୋହନ ସେନାପତିଙ୍କ ତିରୋଧାନ ଦିବସ ପାଳିତ

ରାଉରକେଲା -:  ଓଡ଼ିଆ ଭାଷା ବିକାଶ ମଞ୍ଚ ପ୍ରଗତିଶୀଳ ସାହିତ୍ୟ ଅନୁଷ୍ଠାନ ଆନୁକୂଲ୍ୟରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ତିରୋଧାନ ଦିବସ ସେକ୍ଟର ୭ ସ୍ଥିତ କମ୍ୟୁନିଟି ସେଣ୍ଟର ସମ୍ମୁଖରେ ଥିବା ପ୍ରତିମୂର୍ତ୍ତି ନିକଟରେ ଭାଷା ବିକାଶ ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ଙ୍କ ଆବାହକତ୍ବରେ ପାଳିତ ହୋଇଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭା ରେ ପ୍ରାରମ୍ଭ ରେ ସୂଚନା ଦେଇ ଶ୍ରୀ ମହାପାତ୍ର କହିଲେ ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଓଡ଼ିଆ ଭାଷା ସାହିତ୍ୟ ଏକ ଘନ ଅନ୍ଧକାର ଦେଇ ଗତି କରୁଥିଲାବେଳେ ପଡୋଶୀ ରାଜ୍ୟମାନଙ୍କର ଅମାନୁଷିକ ଆଚରଣ ଏବଂ ସମଗ୍ର ଓଡ଼ିଆ ଭାଷା କୁ ଲୋପ କରିବାର ଉଦ୍ୟମକୁ ପଣ୍ଡ କରି ଏକ ଜାତୀୟ ଚେତନା ସୃଷ୍ଟି କରିଥିଲେ। ଯାହା ପାଇଁ ଆଜି ଆମେ ଏକ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ପାଇ ପାରିଛୁ। ଓଡ଼ିଆ ସାହିତ୍ୟ ର ସଂପ୍ରତି ଫକୀରମୋହନ ସେନାପତି ଥିଲେ ଜଣେ କବି, ଉପନ୍ୟାସିକ ଓ କଥାକାର। ତାଙ୍କର ଉପନ୍ୟାସ ଛମାଣ ଆଠଗୁଣ୍ଠ, ମାମୁ, ପ୍ରାୟଶ୍ଚିତ, ଲଛମା, କବିତା- ଉତ୍କଳ ଭ୍ରମଣ, ପୁଷ୍ପମାଲ୍ୟ ଉପହାର, ଅବସର ବାସରେ, ବୌଦ୍ଧାବତାର, ଆତ୍ମଚରିତ, ଗଳ୍ପସମ୍ଭାର ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଛି। ପ୍ରକୃତରେ ସେ ଥିଲେ ଜଣେ ଓଡ଼ିଆ ଭାଷା ସୁରକ୍ଷା ର ସେନାପତି। ତାଙ୍କ ପାଇଁ ଆମେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଏକ ଭାଷା ଭିତ୍ତିକ ରାଜ୍ୟ ପାଇପାରିଛୁ ବୋଲି ଶ୍ରୀ ମହାପାତ୍ର କହିଥିଲେ। ମୁଖ୍ୟ ଅତିଥି ଭାବେ ସମାଜସେବୀ ଡଃ ସୁମନ ଦତ୍ତ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି କହିଲେ ବ୍ୟାସକବି ପ୍ରକୃତରେ ଥିଲେ ପଡୋଶୀ ରାଜ୍ୟ ମାନଙ୍କ ପାଇଁ ରିଙ୍ଗ୍ ମାଷ୍ଟର। ଓଡ଼ିଆ ଜାତିପାଇଁ ସେ ଗଢି ଯାଇଛନ୍ତି ଭାଷାର କୋଣାର୍କ। ଓଡ଼ିଆ ମା ମାଟି ମାତୃଭାଷା ପାଇଁ ସେ ଥିଲେ ଚିର ବନ୍ଦନୀୟ। ଆସ ଆଜି ତାଙ୍କ ତିରୋଧାନ ଦିବସ ରେ ଶପଥ ନେବା ଓଡ଼ିଆ ଭାଷା କୁ ଓଡ଼ିଶାରେ ସରକାରୀ ବେସରକାରୀ ଓ ବ୍ୟବସାୟ ପ୍ରତିଷ୍ଠାନ ସମସ୍ତ ସ୍ଥାନରେ ପ୍ରଚଳନକରି ନିଜକୁ ଓଡ଼ିଆ ବୋଲି ଗୌରବାନ୍ବିତ କରିବା। ଏହି ଶ୍ରଦ୍ଧାଞ୍ଜଳି ସଭା ରେ ଗୀତିକାର ଶରତ ଚନ୍ଦ୍ର ପଣ୍ଡା କବି ଶୁଶାନ୍ତ ନାୟକ, ନାଟ୍ୟକାର ପ୍ରଫୁଲ୍ଲ କୁମାର ସାମଲ, ବିଶ୍ବନାଥ ମହାରଣା, କବି ଅଭିରାମ ପ୍ରଧାନ, ଚିତ୍ରଶିଳ୍ପୀ ପ୍ରତାପ କୁମାର ପଟ୍ଟନାୟକ, ଇନ୍ଦ୍ର ସୁନା, ଭରତ କୁମ୍ଭାର, ହୀରାଲାଲ୍ ବାବା, ବଲଗଞ୍ଜନ ସୁନା , କୃଷ୍ଣ ବିଶୋଇ, ଇନ୍ଦ୍ରମଣି ମହାପାତ୍ର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲାବେଳେ ଅନୁଷ୍ଠାନ ର ଉପସଭାପତି ଶିକ୍ଷକ ଚନ୍ଦ୍ରଶେଖର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଡାକ୍ତରକୁ ମାଡ଼ ଘଟଣା , ଥାନାରେ ଏତଲା

Sunil Chandra Nayak

ସାଗର ସାହିତ୍ୟ ସଂସଦ ର ଓଡ଼ିଆ ନବ ବର୍ଷ ପାଳନ

Sunil Chandra Nayak

କବିତା ସାହୁ ଙ୍କ କବିତା – ରାମ ନବମୀ

Sunil Chandra Nayak

Leave a Comment

error: Content is protected !!