ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ଝଡତୋଫାନରେ ଗଛପଡି ରାସ୍ତା ଅବରୋଧ, ଭାଙ୍ଗିଲା ଘର

ବାଲେଶ୍ବର,୧୫/୬/୨୨- ଝଡତୋଫାନରେ ଗଛପଡି ରାସ୍ତା ଅବରୋଧ ଓ ଗୃହ ନଷ୍ଟ । ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକରେ । ଖବର ସଂଗ୍ରହରୁ ଜଣାଯାଇଛି ଯେ ଗତକାଲି ତା ୧୪/୬/୨୨ ରିଖ ମଙ୍ଗଳବାର ଅପରାହ୍ନରେ ଆରମ୍ଭ ହୋଇଥିଲା ପ୍ରବଳ ଝଡତୋଫାନ ସାଙ୍ଗକୁ ବର୍ଷା । ଯେଉଁଥିରେ ସାରୁଗାଁ ପଞ୍ଚାୟତ ତିଳଦା ଗ୍ରାମର ଏକ ପୁରୁଣା ତେନ୍ତୁଳି ଗଛ ରାସ୍ତା ଉପରେ ଉପୁଡି ପଡିଥିଲା । ଯାହାଦ୍ବାରା ଖଇରାରୁ ଔପଦାକୁ ସଂଯୋଗ କରୁଥିବା ସରକାରୀ ଯାତା ରାସ୍ତାଟି ଦୀର୍ଘ ସମୟ ଧରି ଅବରୋଧ ହୋଇପଡିଥିଲା । ଖବରପାଇ ଖଇରା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି କଟର ମେସିନ୍ ସାହାଯ୍ୟରେ ଗଛକାଟି ରାସ୍ତା ଅବରୋଧକୁ ହଟାଇଥିଲେ । ପରେ ଯାତାୟାତ ସ୍ବାଭାବିକ ହୋଇଥିଲା । ସେହିପରି ଖଇରା ତହସିଲ କୁଚିଆକୋଇଲି ଆର ଆଇ ଅଧିନ କଇଥଗଡିଆ ଗ୍ରାମର ପ୍ରଦୀପ ବିଶ୍ବାଳ ଏବଂ ସୁକାନ୍ତ ବିଶ୍ବାଳଙ୍କ ବାସଗୃହ ଉପରେ ଏକ ଶାଗୁଆନ ଗଛ ପଡିଥିଲା । ଖବରପାଇ ଖଇରା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି କଟର ମେସିନ୍ ସାହାଯ୍ୟରେ ଗଛକାଟି ପରିସ୍କାର କରିଛନ୍ତି । କୋଚିଆକୋଇଲି ଆର ଆଇ ଙ୍କ ତଦନ୍ତ ପରେ ବାସଗୃହର ପ୍ରକୃତ କ୍ଷୟକ୍ଷତିର ପରିମାଣ ଜଣାପଡି ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ଖବର ସଂଗ୍ରହରୁ ଜଣାଯାଇଛି । ସେହିପରି ଔପଦା ବ୍ଲକ ଲୁଣିପଦାରେ ଗଛକାଟି ରାସ୍ତା ସଫାକରିଛି ଖଇରା ଦମକଳ ବାହିନୀ । ଏହିପରି ଖଇରା ଓ ଔପଦା ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗଛପଡି ରାସ୍ତା ଓ ଗୃହ ନଷ୍ଟ ହୋଇଥିବାର ଖବର ସଂଗ୍ରହରୁ ଜଣାପଡିଛି ।।ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କୋକସରା ବ୍ଲକରେ ନୂତନ ବିଡିଓ ଙ୍କ ଯୋଗଦାନ

Sunil Chandra Nayak

ଆସନ୍ତା ୧୯ରୁ ଆରମ୍ଭ , ଦୁଇ ଦିନିଆ ଅନ୍ତରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ 

Sunil Chandra Nayak

ତ୍ରୟମାସିକ ସାହିତ୍ୟ ପତ୍ରିକା ରଶ୍ମିପ୍ରଭା ର ପଞ୍ଚମ ବାର୍ଷିକୋତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!