ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଞ୍ଜନ କୁମାର ବ୍ରହ୍ମା ଙ୍କ ପ୍ରବନ୍ଧ ସ୍ନାନ ପୁର୍ଣିମାର ଦର୍ଶନ

ସ୍ନାନ ପୁର୍ଣିମାର ଦର୍ଶନ

 

         ରଞ୍ଜନ କୁମାର ବ୍ରହ୍ମା, ଶିକ୍ଷକ

“ଓଁ ଶ୍ରୀ ଗଣାନାଂ ତ୍ବାମ୍ ଗଣପତି ଗୁଂ ହବାମହେ, 
ପ୍ରିୟାଣାଂ ତ୍ବାମ୍ ପ୍ରିୟପତି ଗୁଂ ହବାମହେ ,
ନିଧିନାଂ ତ୍ବାମ୍ ନିଧିପତି ଗୁଂ ହବାମହେ ,
 ବସୌମମଃ ” ।

 

        ଏକଦା ଦେବତାଗଣ ଶ୍ରୀ ଗଣେଶଙ୍କ ଏପରି ଭବ୍ୟ ବନ୍ଦନାରେ ଗୁଣ ଗାନକରି ନିଜ ପୂଜାର୍ଚ୍ଚନା ଓ ଉତ୍ସବ ପ୍ରାରମ୍ଭରେ ତାଙ୍କ ଉପସ୍ଥିତି କାମନାକଲେ । ଚତୁରେଶ୍ୱର, ଗୁଣୀବାନ ବାଲ୍ୟ ଗଣେଶଙ୍କ କୋମଳ କମନୀୟ, ଦୁଲ୍ଲଭ ରୂପ କାନ୍ତି ସ୍ୱଚକ୍ଷୁରେ ଦର୍ଶନକରିବାପରେ ଦେବତାଗଣ ତାଙ୍କରି ରୂପରେ ଅନ୍ତତଃ ଥରେ ନିଜକୁ ସଜାଇହେବାକୁ କାହିଁକି ଇଛା କରି ନଥିବେ ? ଯେପରି ଆମେ ଅନ୍ୟର ସୁଗୁଣ ଓ ସାଜସଜ୍ଜାକୁ ଅନୁକରଣ କରି ଇଛା ପ୍ରକଟ କରିଥାଉ । ପ୍ରାଣମୟ ଜଗତର ନାଥ ଜଗନ୍ନାଥ ବା ସେଥିରୁ ବାଦ୍ ଯାଇଥିବେ କିପରି ? ଗୋଟିଏ ଭକ୍ତର ଇଚ୍ଛା ପୂରଣ କରିବା ହେଉ ଅବା ନିଜର ଆଗ୍ରହରେ, ଶ୍ରୀ ଜଗନ୍ନାଥ ସ୍ନାନବେଦୀରୁ ଜ୍ୟେଷ୍ଠ ପୂର୍ଣ୍ଣିମାରେ ଶ୍ରୀ ଗଣେଶଙ୍କ ରୂପରେ ସଜ୍ଜିତହୋଇ ଦର୍ଶନଦେବା ଖୁବ୍ ମହାନ ଉଦ୍ଦେଶ୍ୟ ବହନକରେ । ସ୍ନାନମଣ୍ଡପରେ ଜଗନ୍ନାଥଙ୍କ ଶ୍ରୀଗଣେଶ ବେଶ ଖୁବ୍ ରମଣୀୟ । ଏଇଠୁ ରଥଯାତ୍ରା ଉତ୍ସବର ଶୁଭ କାର୍ଯ୍ୟ ଆରମ୍ଭ ହୁଏ ଏବଂ ନୀଳାଦ୍ରି ବିଜେ ପରେ ଉତ୍ସବର ପରିସମାପ୍ତଘଟେ ।

 କେହି କେହି ଏହାକୁ ଜଗନ୍ନାଥଙ୍କ ହାତୀବେଶ ଉତ୍ସବ ବୋଲି ମଧ୍ୟ କହିଥାନ୍ତି । ଜଗନ୍ନାଥ ଦାରୁ ଦେବତା ଅଟନ୍ତି । ଯୁଗେ ଯୁଗେ ବିଧାତା ବିଭିନ୍ନ ରୂପରେ / ଅବତାରରେ ଧରାବତରଣ କରି ଆମ ପାଶେପାଶେ ରହି ଆମ ସମାଜକୁ ସୁନ୍ଦର ମାର୍ଗଦର୍ଶନ କରାଇଥାନ୍ତି । ବୃକ୍ଷରୁ ଦାରୁ । ବୃକ୍ଷ ମାନଙ୍କ ସମଷ୍ଟି /ଏକତ୍ର ହିଁ ଜଙ୍ଗଲ । ଜଙ୍ଗଲରୁ ପ୍ରାପ୍ତ ଏପରି କି ପ୍ରତ୍ୟେକ ବୃକ୍ଷରୁ ପ୍ରାପ୍ତ ଉପାଦାନରେ ଆମ ଜୀବନର ହସଖୁସି ରହିଛି । ଆସନ୍ତୁ, ଗୋଟି ଗୋଟି କରି ହିସାବକରିବା , ଆମେ ବ୍ୟବହାର କରୁଥିବା କେଉଁକେଉଁ ଜିନିଷ ବା ଦ୍ରବ୍ୟ ବୃକ୍ଷରୁ ଆସିନାହିଁ ? ଆଜି ଆମେ ବଡ଼ଠାକୁରଙ୍କ ପାଇଁ ଯାହାସବୁ ଯୋଗାଡ଼ କରିଲେ ସେଥରୁ କେଉଁଟି ବୃକ୍ଷରୁ ଆସିନାହିଁ ? ତେବେ ବୃକ୍ଷଟିଏ ଲଗାଇବା ପାଇଁ , ତା’ ଯତ୍ନ ନେବାପାଇଁ , ତା’ ପାଇଁ ମାଟି ଟିକେ ସାଇତିବା ପାଇଁ ଏତେ କୁଣ୍ଠାବୋଧ କାହିଁକି ? ଆଉ କେତେ ଅସୁବିଧାରେ ସମ୍ମୁଖୀନ ହେଲାପରେ ଆମେ ବୁଝିବା ? ଜଗନ୍ନାଥ ପ୍ରତିଥର ହାତୀବେଶ ଧାରଣକରି ମୂଲ୍ୟବାନ ବର୍ତ୍ତାଟିଏ ଦେଇଯାଉଛନ୍ତି । ଆମେ ତାକୁ ବୁଝିବାରେ ଅହେତୁକ ବିଳମ୍ବ କରୁ । ବୃକ୍ଷ ସମ୍ପଦରେ ଆମ ଖୁସିର ଜଗତ ରହିଛି । ତା’ ଭିତରେ ହାତୀ ବା ଗଜରାଜ ଶ୍ରେଷ୍ଠ1ପ୍ରାଣୀଟିଏ । ସେ ଅହରହ ଜଙ୍ଗଲସମ୍ପଦକୁ ସୁରକ୍ଷା ଦେବାରେ ଲାଗିଥାଏ । ହାତୀ ବାସ କରୁଥିବା ଜଙ୍ଗଲ ଅତି ମନୋହର । ଅନ୍ୟ ପ୍ରାଣୀମାନେ ସେଇଠି ଖୁସିରେ ବିଚରଣ କରିପାରନ୍ତି । ଏହା ବିଜ୍ଞାନ ଓ ଶାସ୍ତ୍ର ସମ୍ମତ ।

     ଉତ୍ସବର ପୌରାଣିକ, ସାମାଜିକ ମୂଲ୍ୟବୋଧକୁ ଉପଲବ୍ଧି ନ କରିପାରି ଯେକୌଣସି ଓଷା, ବ୍ରତ , ମେଳା, ଯାତ୍ରା, ଯଜ୍ଞ, ପର୍ବପର୍ବାଣୀ ପାଳନ କରିବାର ଅର୍ଥ ସଂକଟକୁ ଟାଣିଆଣିବା । ତେବେ ଆସନ୍ତୁ ସଚେତନ ହୋଇ ପର୍ବ ପର୍ବାଣୀର ମଜା ଉଠାଇବା ।

      ଚିକିଟୀ ଗଡ଼, ଗଞ୍ଜାମ

 

Related posts

ବାସନ୍ତୀ ଲତା ଜେନା ଙ୍କ କବିତା ସହଭାଗିତା

Sunil Chandra Nayak

ସାମ୍ବାଦିକ ରୁ ସରପଞ୍ଚ

Sunil Chandra Nayak

ଶାକ ଦ୍ଵୀପ ସୌର ବ୍ରାହ୍ମଣ ପରିଷଦ ସମ୍ମିଳନୀ ଅନୁଷ୍ଠିତ.

Sunil Chandra Nayak

Leave a Comment

error: Content is protected !!