ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କଳ ର ଦରଦୀ ବନ୍ଧୁ ଉତ୍କଳମଣି ଗୋପବନ୍ଧୁ

ଉତ୍କେଲା,୦୨/୦୭,( ମ ନି ସ  ) କେସି ବ୍ଲକ ଉତ୍କେଲା ଲାଲବାହାଦୁର ବିଦ୍ୟାପୀଠ ରେ ଗୋପବନ୍ଧୁ ଙ୍କ ୯୪ ତମ ଶ୍ରାଦ୍ଧ ଦିବସ ଅବସରରେ ଦୈନିକ ଖବର କାଗଜ ସମାଜ ପକ୍ଷରୁ ସେବା ଓ ସେବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗୋପବନ୍ଧୁ ଙ୍କ ଫଟୋଚିତ୍ର ସାମନାରେ ଦୀପଧୁପ ଜାଳି ଉପସ୍ଥିତ ଅତିଥିଗଣ ଫଟୋରେ ପୁଷ୍ପ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସିଆର ସି ସି ଖିରାପ୍ଦି ମେହେର ଯୋଗଦାନ କରି ଗୋପବନ୍ଧୁ ଙ୍କ ଜୀବନୀ ବର୍ଣନା କରିବା ସହ ଉତ୍କଳ ର ଅସହାୟ ଙ୍କ ପ୍ରକୃତ ବନ୍ଧୁ ଗୋପବନ୍ଧୁ ବୋଲି କହିଥିଲେ। କାର୍ଯ୍ୟକ୍ରମ ରେ ଉତ୍କେଲା ସରପଞ୍ଚ ନରେନ୍ଧ୍ର ମାଝି,ସମିତିସଭ୍ୟ ତ୍ରିନାଥ ମାଝି,ଓ୍ବାର୍ଡ ମେମ୍ବର ଜଗୁ କୁମ୍ବାର, କୃଷ୍ଣ ମେହେର,ବିଜୟାନନ୍ଧ ପୁରୋହିତ,ରୋହିତ ନାଏକ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶୁଭଶ୍ରୀ ମିଶ୍ର ବିଦ୍ୟାଳୟ ସଭାପତି ନରେଶ ଶବର ଯୋଗ ଦେଇଥିଲେ। ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ ବିସ୍କୁଟ ଚକଲେଟ ବାଣ୍ଟିବା ସହ ଉତ୍କେଲା ଡାକ୍ତରଖାନା କୁ ଆସିଥିବା ରୋଗି ଙ୍କୁ ଖାଇବା ପାଇଁ ବିସ୍କୁଟ ଓ ପାଉରୁଟି ଦିଆ ଯାଇଥିଲା। କାର୍ଯ୍ୟକ୍ରମ ରେ ଶିକ୍ଷୟିତ୍ରୀ ଦୁଃଖୀମଣି ଦେଇ,ମଧୁମ୍ମିତା ନାଏକ,ପୁଷ୍ପା ମହାରଣା,ମିନତି ଲେଙ୍କା ଉପସ୍ଥିତ ରହିଥିଲେ। କେସିଙ୍ଗା ପ୍ରତିନିଧି ଯଯାତି କେଶରି ଦେଓ ଙ୍କ ତତ୍ବାବଧାନରେ ଉତ୍କେଲା ପ୍ରତିନିଧି ଅର୍ଜୁନ ପୋଢ ପରିଚାଳନା କରିଥିବା ବେଲେ ଭାନୁପ୍ରିୟା ବାଗ ଓ ବୋରିଆ- ପ୍ରତିନିଧି ବଲରାମ ନାଏକ ପୁର୍ଣ ସହଯୋଗ କରିଥିଲେ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ବାଇକ ଦୁର୍ଘଟଣାରେ ଶିକ୍ଷକ ମୃତ୍ୟୁ

Sunil Chandra Nayak

ଗଜଲଷ୍ମୀ ପୂଜା କମିଟି କୁମ୍ଭାର ପଡା ନୂତନ କର୍ମକର୍ତ୍ତା ନିର୍ବାଚନ ,ସଭାପତି ମାନସ , ସମ୍ପାଦକ ସୁଜିତ 

Sunil Chandra Nayak

Leave a Comment

error: Content is protected !!