ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଳାସିନୀ ପୃଷ୍ଟି ଙ୍କ କବିତା ନୂଆଖାଇ ପର୍ବ

ନୂଆଖାଇ ପର୍ବ

ଜୟ ମା ସମଲେଶ୍ଵରୀ

ପଶ୍ଚିମ ଓଡ଼ିଶା ଚହଳ ପଡ଼ିଛି
ଭାଦ୍ରବ ପଞ୍ଚମୀ ଦିନ
ଗାଆଁ ଠୁ ସହର ଉତ୍ସବ ମୁଖର
ମାଆ ଖାଇବେ ନବାନ୍ନ
ପହିଲି ଫସଲ କ୍ଷେତରୁ ଆଣିଛି
ଚାଷୀଭାଇ ତର ବର
ମାଆ ପାଖେ ନୂଆ ଲଗାଇବ ଆଗ
ହୋଇ ହରଷ ମନର
ନୂଆ ଧାନ କ୍ଷୀରି ଖେଚୁଡ଼ି ଓ ଚୁଡ଼ା
ମାଆ ଖାଇବେଲୋ ତାର
କଲ୍ୟାଣ ବାଞ୍ଛିବେ ମାଆ ସାମଲେଇ
ଦୁଃଖ ହୋଇଯିବ ଦୂର
ପଶ୍ଚିମ ଓଡ଼ିଶା ଗଣପର୍ବ ଆଜି
ସଭିଙ୍କ ମନ ଆନନ୍ଦ
ବନ୍ଧୁ ବର୍ଗ ସାଙ୍ଗ ସାଥି ମେଳ ହୋଇ
ପାଇ ମାଆଙ୍କ ପ୍ରସାଦ
ପାଳିବେ ତିହାର ବଡକୁ ଜୁହାର
ସାନଙ୍କୁ ଲୋ ଆଶୀର୍ବାଦ
ପରମ୍ପରା ନିତି ସରବେ ପାଳନ୍ତି
ହୋଇ ମନେ ଆନନ୍ଦିତ
ଯିଏ ଯେଉଁଠାରେ ଥାଉନା କାହିଁକି
ନୂଆଖାଇ ଭେଟଘାଟ
ଗାଆଁ ଠୁ ସହର ଉତ୍ସବ ମୁଖର
ସଭିଙ୍କ ମନ ଉଚ୍ଚାଟ
ମାଆ ସମଲେଇ ପାଦରେ ଜୁହାର
ଆଶିଷ ଦିଅମା ଭରି
ଦୂର ହୋଇଯାଉ ଦୁଃଖ, ରୋଗ ଶୋକ
ଶାନ୍ତି ମୈତ୍ରୀ ଆସୁ ଫେରି
ଏତିକି ମୋର ଗୁହାରୀ

ବିଳାସିନୀ ପୃଷ୍ଟି

ଭୁବନ, ଢେଙ୍କାନାଳ

Related posts

ରେଳ ରହଣୀ ଦାବିରେ ରୁପ୍ରାରୋଡ ରେଳ ଷ୍ଟେସନରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ରେଳ ଯାତ୍ରୀ ସୁରକ୍ଷା କମିଟି

Sunil Chandra Nayak

ଜନରଞ୍ଜନପ୍ରଧାନ ଙ୍କ କବିତା ନୂଆଖାଇ ହସୁଛି

Sunil Chandra Nayak

ପ୍ରଗତିଶୀଳ କବି ସନତ୍ ରାୟ ଙ୍କ ସ୍ମୃତି ଚାରଣ ସଭା

Sunil Chandra Nayak

Leave a Comment

error: Content is protected !!