ଡାବୁଗାଁ, ୬/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ସମସ୍ତ ପଞ୍ଚାୟତ ରେ ଲୋକ ଯୋଜନା ଅଭିଯାନ (ପିପିସି) ପ୍ରଥମ ଗ୍ରାମସଭା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଡାବୁଗାଁ ବ୍ଲକର ଡାବୁଗାଁ, ଡ଼ଙ୍ଗରିଗୁଡା, ଜୁନାପାଣି, ଜବାଗୁଡା, ବଡଓଲମା, କୋଇଲାରୀ, ବୋରିଗାଁ, ଘୋଡାଖୁଣ୍ଟା, ନନ୍ଦପୁରା, ମେଦନା, ଅଞ୍ଚଳା ଓ ଚଚରାଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟ|ଳୟ ପରିସରରେ ଲୋକ ଯୋଜନା ଅଭିଯାନ (ପିପିସି) ପ୍ରଥମ ଗ୍ରାମସଭା ପଞ୍ଚାୟତର ସରପଞ୍ଚ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ୯ ଗୋଟି ବିଷୟ ଯଥା:- ଦାରିଦ୍ର୍ୟ ମୁକ୍ତ ଓ ଉନ୍ନତ ଜୀବିକା ପୁର୍ଣ୍ଣ ପଞ୍ଚାୟତ, ସୁସ୍ଥ ପଞ୍ଚାୟତ, ଶିଶୁ ପ୍ରିୟ ପଞ୍ଚାୟତ, ପର୍ଯ୍ୟାପ୍ତ ଜଳ ପଞ୍ଚାୟତ, ପରିଷ୍କାର ଜଳ ପଞ୍ଚାୟତ, ଆତ୍ମନିର୍ଭରଶୀଳ ଭିତ୍ତିଭୂମି ଥିବା ପଞ୍ଚାୟତ, ସୁଶାସନ ପଞ୍ଚାୟତ ଓ ମହିଳା ଅନୁକୂଳ ପଞ୍ଚାୟତ ବିଷୟ ଗୁଡିକ ଉପରେ ଆଲୋଚନା ହୋଇଥିଲା | ଏହି ୯ ଗୋଟି ବିଷୟ ଆଗାମୀ ୨୦୩୦ ସୁଦ୍ଧା ହାସଲ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି | ଏଥିରୁ ୨୦୨୩-୨୪ ଆର୍ଥିକ ବର୍ଷରେ ୨ ଗୋଟି ବିଷୟ ଯଥା:- ପର୍ଯ୍ୟାପ୍ତ ଜଳ ପଞ୍ଚାୟତ, ପରିଷ୍କାର ଜଳ ପଞ୍ଚାୟତ ଉପରେ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବା ଉପରେ ଆଲୋଚନା ହୋଇଥିଲା | ଏଥିରେ ବିଭିନ୍ନ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପରଶୁରାମ ମାଳୀ, ପ୍ରଭାକର ମୁଦୁଲି, କାଳୀପଦ କୀର୍ତ୍ତନିଆ, ଅର୍ଜୁନ ଭତ୍ରା ଓ ହଲଧର ଜାନୀ, କନିଷ୍ଠ ଯନ୍ତ୍ରୀ ଆନନ୍ଦ କୁମାର ମଣ୍ଡଳ, ପ୍ରଶାନ୍ତ କୁମାର ଚୌଧୁରୀଓ ବ୍ରହ୍ମଦତ୍ତ ସାହୁ, ବିପିସି ଯୋଗେନ୍ଦ୍ର ମାଝି, ଜିଲପରିଷଦ ସଭ୍ୟ-୧ ଧନସିଂ ଭତ୍ରା, ଜିଲପରିଷଦ ସଭ୍ୟ-୨ ଗୁପ୍ତ ବିଶୋଇ, ସମସ୍ତ ସରପଞ୍ଚ, ସମିତି ସଭ୍ୟା ସଭ୍ୟ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରାଣୀସମ୍ପଦ ବିଭାଗ, ୱାର୍ଡ ସଭ୍ୟାସଭ୍ୟ, ସ୍ଵୟ ସହାୟକ ଗୋଷ୍ଠୀର ସଦସ୍ୟ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ