ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲୋକ ଯୋଜନା ଅଭିଯାନ ଉପରେ ଗ୍ରାମସଭା

ଡାବୁଗାଁ, ୬/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ସମସ୍ତ ପଞ୍ଚାୟତ ରେ ଲୋକ ଯୋଜନା ଅଭିଯାନ (ପିପିସି) ପ୍ରଥମ ଗ୍ରାମସଭା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଡାବୁଗାଁ ବ୍ଲକର ଡାବୁଗାଁ, ଡ଼ଙ୍ଗରିଗୁଡା, ଜୁନାପାଣି, ଜବାଗୁଡା, ବଡଓଲମା, କୋଇଲାରୀ, ବୋରିଗାଁ, ଘୋଡାଖୁଣ୍ଟା, ନନ୍ଦପୁରା, ମେଦନା, ଅଞ୍ଚଳା ଓ ଚଚରାଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟ|ଳୟ ପରିସରରେ ଲୋକ ଯୋଜନା ଅଭିଯାନ (ପିପିସି) ପ୍ରଥମ ଗ୍ରାମସଭା ପଞ୍ଚାୟତର ସରପଞ୍ଚ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ୯ ଗୋଟି ବିଷୟ ଯଥା:- ଦାରିଦ୍ର୍ୟ ମୁକ୍ତ ଓ ଉନ୍ନତ ଜୀବିକା ପୁର୍ଣ୍ଣ ପଞ୍ଚାୟତ, ସୁସ୍ଥ ପଞ୍ଚାୟତ, ଶିଶୁ ପ୍ରିୟ ପଞ୍ଚାୟତ, ପର୍ଯ୍ୟାପ୍ତ ଜଳ ପଞ୍ଚାୟତ, ପରିଷ୍କାର ଜଳ ପଞ୍ଚାୟତ, ଆତ୍ମନିର୍ଭରଶୀଳ ଭିତ୍ତିଭୂମି ଥିବା ପଞ୍ଚାୟତ, ସୁଶାସନ ପଞ୍ଚାୟତ ଓ ମହିଳା ଅନୁକୂଳ ପଞ୍ଚାୟତ ବିଷୟ ଗୁଡିକ ଉପରେ ଆଲୋଚନା ହୋଇଥିଲା | ଏହି ୯ ଗୋଟି ବିଷୟ ଆଗାମୀ ୨୦୩୦ ସୁଦ୍ଧା ହାସଲ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି | ଏଥିରୁ ୨୦୨୩-୨୪ ଆର୍ଥିକ ବର୍ଷରେ ୨ ଗୋଟି ବିଷୟ ଯଥା:- ପର୍ଯ୍ୟାପ୍ତ ଜଳ ପଞ୍ଚାୟତ, ପରିଷ୍କାର ଜଳ ପଞ୍ଚାୟତ ଉପରେ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବା ଉପରେ ଆଲୋଚନା ହୋଇଥିଲା | ଏଥିରେ ବିଭିନ୍ନ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି ପ୍ରସାଦ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପରଶୁରାମ ମାଳୀ, ପ୍ରଭାକର ମୁଦୁଲି, କାଳୀପଦ କୀର୍ତ୍ତନିଆ, ଅର୍ଜୁନ ଭତ୍ରା ଓ ହଲଧର ଜାନୀ, କନିଷ୍ଠ ଯନ୍ତ୍ରୀ ଆନନ୍ଦ କୁମାର ମଣ୍ଡଳ, ପ୍ରଶାନ୍ତ କୁମାର ଚୌଧୁରୀଓ ବ୍ରହ୍ମଦତ୍ତ ସାହୁ, ବିପିସି ଯୋଗେନ୍ଦ୍ର ମାଝି, ଜିଲପରିଷଦ ସଭ୍ୟ-୧ ଧନସିଂ ଭତ୍ରା, ଜିଲପରିଷଦ ସଭ୍ୟ-୨ ଗୁପ୍ତ ବିଶୋଇ, ସମସ୍ତ ସରପଞ୍ଚ, ସମିତି ସଭ୍ୟା ସଭ୍ୟ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରାଣୀସମ୍ପଦ ବିଭାଗ, ୱାର୍ଡ ସଭ୍ୟାସଭ୍ୟ, ସ୍ଵୟ ସହାୟକ ଗୋଷ୍ଠୀର ସଦସ୍ୟ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସଚେତନ ନାଗରିକ ମଞ୍ଚ ର ନବମ ପ୍ରତିଷ୍ଠା ଦିବସ ଓ ବାର୍ଷିକୋତ୍ସବ

Sunil Chandra Nayak

ରାଇରଙ୍ଗପୁରରେ‌ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସାରସକଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହାମିଶ୍ରଣ ପର୍ବ

Sunil Chandra Nayak

ଆମପାଣି ପଞ୍ଚାୟତ ରେ ମିଶନ ଶକ୍ତି ଗୃହ ଉଦଘାଟନ କଲେ ଜନ ପ୍ରତିନିଧି

Sunil Chandra Nayak

Leave a Comment

error: Content is protected !!