ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀନିବାସ ପଣ୍ଡା ଙ୍କ କବିତା ଅଗ୍ରପୂଜ୍ୟ ଶ୍ରୀ ଗଣେଶ

ଅଗ୍ରପୂଜ୍ୟ ଶ୍ରୀ ଗଣେଶ

ବାରମାସେ ତେର ପରବ ପାଳନ୍ତି 
      ଆମରି ରାଇଜ ବାସୀ
ଶ୍ରୀଗଣେଶ ପୂଜା ଅନ୍ୟତମ ପର୍ବ
       ସକଳେ ପାଳନ୍ତି ମିଶି ।
ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀରେ
       ପଡଇ ଶ୍ରୀଗଣେଶ ପୂଜା
ଅଗ୍ରପୂଜ୍ୟ ଦେବତା ରୂପରେ
       ପୂଜନ୍ତି ହିନ୍ଦୁ ଜନତା ।
ହେ ଅଗ୍ରପୂଜ୍ୟ ଗଉରୀ ନନ୍ଦନ
       ଘେନ ଭକ୍ତି ନିବେଦନ
ତୁମରି ଆଶିଷେ ପୂରି ଉଠୁ 
      ସକଳ ହୃଦୟେ ଜ୍ଞାନ ମହାନ ।
ହେ ଗଜାନନ ଗିରିଜା ନନ୍ଦନ
        ସକଳ ପୂଜାରେ କରୁ ଆହ୍ୱାନ
ଦିଅ ବିଦ୍ୟା ବୁଦ୍ଧି ଜ୍ଞାନର ଭଣ୍ଡାର
        ସଂସାର ମଧ୍ୟରେ ହେବୁ ମହାନ ।
ସିଦ୍ଧିଦାତା, ବୁଦ୍ଧି ଦାତା ହେ ଗୈ।ରୀ ନନ୍ଦନ
ସକଳ ମନବାଞ୍ଛା କରହେ ପୂର୍ଣ୍ଣ
          ଭକ୍ତି ପୁଷ୍ପ ଦେଇ କରୁଛୁ ପୂଜନ
ହିଂସା ଅଜ୍ଞାନକୁ କରହେ ଚୂର୍ଣ୍ଣ ।

ଶ୍ରୀନିବାସ ପଣ୍ଡା

କବିସୂର୍ଯ୍ୟ ନଗର, ଗଞ୍ଜାମ

Related posts

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଅବସରରେ ଶୃଙ୍ଖଳିତ ଟ୍ରଫିକ୍ ଓ ପାକିଂ ବ୍ୟବସ୍ଥା ନିମନ୍ତେ ବୈଠକ ଅନୁଷ୍ଠିତ 

Sunil Chandra Nayak

ବହୁମୂଖୀ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ ରେ ତାଲିମ ଶିବିର

Sunil Chandra Nayak

ଢେଙ୍କାନାଳ ଟ୍ରାଫିକ ସମସ୍ୟା ବାବଦରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଦାବିପତ୍ର ସହ ଆଲୋଚନା

Sunil Chandra Nayak

Leave a Comment

error: Content is protected !!