ଅଗ୍ରପୂଜ୍ୟ ଶ୍ରୀ ଗଣେଶ
ବାରମାସେ ତେର ପରବ ପାଳନ୍ତି
ଆମରି ରାଇଜ ବାସୀ
ଶ୍ରୀଗଣେଶ ପୂଜା ଅନ୍ୟତମ ପର୍ବ
ସକଳେ ପାଳନ୍ତି ମିଶି ।
ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀରେ
ପଡଇ ଶ୍ରୀଗଣେଶ ପୂଜା
ଅଗ୍ରପୂଜ୍ୟ ଦେବତା ରୂପରେ
ପୂଜନ୍ତି ହିନ୍ଦୁ ଜନତା ।
ହେ ଅଗ୍ରପୂଜ୍ୟ ଗଉରୀ ନନ୍ଦନ
ଘେନ ଭକ୍ତି ନିବେଦନ
ତୁମରି ଆଶିଷେ ପୂରି ଉଠୁ
ସକଳ ହୃଦୟେ ଜ୍ଞାନ ମହାନ ।
ହେ ଗଜାନନ ଗିରିଜା ନନ୍ଦନ
ସକଳ ପୂଜାରେ କରୁ ଆହ୍ୱାନ
ଦିଅ ବିଦ୍ୟା ବୁଦ୍ଧି ଜ୍ଞାନର ଭଣ୍ଡାର
ସଂସାର ମଧ୍ୟରେ ହେବୁ ମହାନ ।
ସିଦ୍ଧିଦାତା, ବୁଦ୍ଧି ଦାତା ହେ ଗୈ।ରୀ ନନ୍ଦନ
ସକଳ ମନବାଞ୍ଛା କରହେ ପୂର୍ଣ୍ଣ
ଭକ୍ତି ପୁଷ୍ପ ଦେଇ କରୁଛୁ ପୂଜନ
ହିଂସା ଅଜ୍ଞାନକୁ କରହେ ଚୂର୍ଣ୍ଣ ।
ଶ୍ରୀନିବାସ ପଣ୍ଡା
କବିସୂର୍ଯ୍ୟ ନଗର, ଗଞ୍ଜାମ