Uncategorizedସଦାନନ୍ଦ ସାହୁ ଙ୍କ କବିତା ପଶ୍ଚିମର ଗଣପର୍ବ ନୂଆଖାଇ by Sunil Chandra NayakSeptember 4, 20220105 Share1 ପଶ୍ଚିମର ଗଣପର୍ବ ନୂଆଖାଇ ନବାନ୍ନ ଆସର ମାଆ ଲକ୍ଷ୍ମୀଙ୍କର ପଶ୍ଚିମ ଉତ୍କଳେ ଖ୍ୟାତି , ଏ’ଗଣ ପରବ ସମୃଦ୍ଧି ବିଭବ ଭାବ ବନ୍ଧନର ପ୍ରୀତି ! ! ମାଆ ସମଲାଇ ଭାରି କୃପାମୟୀ ପଶ୍ଚିମେ ମଉଡ ମଣି , ନବାନ୍ନ ସମ୍ପଦା ମୁକ୍ତା ବିଭୁଷିତା ଚାଷୀକୁଳ ବିଧିରାଣୀ ! ! ସଭିଏଁ ପିନ୍ଧନ୍ତି ନବବସ୍ତ୍ର କିଣି ପବିତ୍ରତା ଭରି ଯାଏ , କିବୃଦ୍ଧ ବନୀତା ପରମ୍ପରା ପ୍ରୀତା ମନ ପରା ମୋହି ନିଏ ॥ କୃଷକର ଭୋଜ ମାଆର ବୈଦାନ୍ଯ ଅଭୟ କୃପାର ଫଳ , କୃଷକ ସଂସାର ହସେ ନିରନ୍ତର ଅଭାବେ କଟେନି କାଳ ! ! ନୂଆ ଖାଇ ପର୍ବ ସମାଜର ଗର୍ବ ସମ୍ପର୍କରେ ସମ୍ପର୍କିତ , କିଧନୀ ଗରିବ ସର୍ବେ ଏକାକାର ସାଜନ୍ତି ପରାଣ ମିତ ! ! ନବ ତଣ୍ଡୁଳରେ ଅନ୍ନଭୋଗ ହୁଏ ମନପ୍ରାଣ ମୋହି ନିଏ , ଭଳିଭଳି ପିଠା ଆରିସା କାକରା କୁଳବଧୂ ଗଢିଦିଏ ! ! ନାନାଦି ବ୍ୟଞ୍ଜନ ମହୁର ବେଶର ସବୁଜ ପରିବା ଘାଣ୍ଟ , ଛଅ ତିଅଣକୁ ନଅଭଜା ପୁଣି ନବାନ୍ନ ପରଷେ ବାଣ୍ଟ ! ! ରାଗରୁଷା ଭୁଲି ସର୍ବେ ହ୍ଯୁନ୍ତି ମେଳି ଶୁଭ ଲଗନରେ ଆସି , ଆନନ୍ଦ ମନରେ ଅନ୍ନ ବସନରେ ଜାହିର କରନ୍ତି ଖୁସି ! ! ବରିଷ୍ଠ କନିଷ୍ଠ ସ୍ନେହେଁ ସମର୍ପିତ ନୂଆଖାଇ ଭେଟଘାଟ , ସାହିସାହି ବୁଲି ଜୁହାର ହୁଅନ୍ତି ଗୁରୁଜନ ପଦ ଶ୍ରେଷ୍ଠ ! ! ବରଷକ ଖୁସି ପାଳନ୍ତି ମନାସି ଇଷ୍ଟ ଦେଵାଦେବୀ ସ୍ମରୀ , ଅନ୍ନର ପସରା ପରିପୂର୍ଣ୍ଣା ଧରା ଅମାରରେ ଥାଉ ପୁରି ! ! ସ୍ନେହଁ ଶରଧାର ଏ’ଗଣ ପରବ ପଶ୍ଚିମରୁ ବ୍ୟାପି ଆସୁ , ଉତ୍କଳ ମହିମା ପାଳୁ ଭାରତୀମା’ ଜନମନେ ସଦାଭାସୁ ! ! କରୋନା ସଙ୍କଟ ହୋଇ ଯାଉ ଦୂର ରଖ ମା’ଘଣ୍ଟ ଘୋଡେଇ, ତିହାର ଶୋଭାଟା ପଶ୍ଚିମର ଗାଥା ଏକଥା ଭୁଲିବ ନାଇଁ ॥ ଶତ ପ୍ରଣିପାତ ସମଲାଇ ମାତ କୃଷି କୃଷକର ମିତ ଦୈବୀ ଦୁର୍ବିପାକ ନହେଉ ମା’ଭୋଗ ପଶ୍ଚିମେ’ତ ହାଣ୍ଡି ଭାତ॥ ସଦାନନ୍ଦ ସାହୁ , କାରା କର୍ମଚାରୀ ଧୁରୁଷିଆ , ଆଠଗଡ଼ , କଟକ ॥