ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଦାନନ୍ଦ ସାହୁ ଙ୍କ କବିତା ପଶ୍ଚିମର ଗଣପର୍ବ ନୂଆଖାଇ 

 ପଶ୍ଚିମର ଗଣପର୍ବ ନୂଆଖାଇ 

ନବାନ୍ନ ଆସର ମାଆ ଲକ୍ଷ୍ମୀଙ୍କର 
      ପଶ୍ଚିମ ଉତ୍କଳେ ଖ୍ୟାତି , 
ଏ’ଗଣ ପରବ ସମୃଦ୍ଧି ବିଭବ 
     ଭାବ ବନ୍ଧନର ପ୍ରୀତି ! ! 
ମାଆ ସମଲାଇ ଭାରି କୃପାମୟୀ 
        ପଶ୍ଚିମେ ମଉଡ ମଣି , 
ନବାନ୍ନ ସମ୍ପଦା ମୁକ୍ତା ବିଭୁଷିତା 
       ଚାଷୀକୁଳ ବିଧିରାଣୀ ! ! 
ସଭିଏଁ ପିନ୍ଧନ୍ତି ନବବସ୍ତ୍ର କିଣି 
        ପବିତ୍ରତା ଭରି ଯାଏ , 
କିବୃଦ୍ଧ ବନୀତା ପରମ୍ପରା ପ୍ରୀତା 
         ମନ ପରା ମୋହି ନିଏ ॥ 
କୃଷକର ଭୋଜ ମାଆର ବୈଦାନ୍ଯ 
         ଅଭୟ କୃପାର ଫଳ , 
କୃଷକ ସଂସାର ହସେ ନିରନ୍ତର 
        ଅଭାବେ କଟେନି କାଳ ! ! 
ନୂଆ ଖାଇ ପର୍ବ ସମାଜର ଗର୍ବ 
        ସମ୍ପର୍କରେ ସମ୍ପର୍କିତ , 
କିଧନୀ ଗରିବ ସର୍ବେ ଏକାକାର 
        ସାଜନ୍ତି ପରାଣ ମିତ ! ! 
ନବ ତଣ୍ଡୁଳରେ ଅନ୍ନଭୋଗ ହୁଏ 
         ମନପ୍ରାଣ ମୋହି ନିଏ , 
ଭଳିଭଳି ପିଠା ଆରିସା କାକରା 
        କୁଳବଧୂ ଗଢିଦିଏ ! ! 
ନାନାଦି ବ୍ୟଞ୍ଜନ ମହୁର ବେଶର 
         ସବୁଜ ପରିବା ଘାଣ୍ଟ , 
ଛଅ ତିଅଣକୁ ନଅଭଜା ପୁଣି 
      ନବାନ୍ନ ପରଷେ ବାଣ୍ଟ ! ! 
ରାଗରୁଷା ଭୁଲି ସର୍ବେ ହ୍ଯୁନ୍ତି ମେଳି 
         ଶୁଭ ଲଗନରେ ଆସି , 
ଆନନ୍ଦ ମନରେ ଅନ୍ନ ବସନରେ 
       ଜାହିର କରନ୍ତି ଖୁସି ! ! 
ବରିଷ୍ଠ କନିଷ୍ଠ ସ୍ନେହେଁ ସମର୍ପିତ 
       ନୂଆଖାଇ ଭେଟଘାଟ , 
ସାହିସାହି ବୁଲି ଜୁହାର ହୁଅନ୍ତି 
      ଗୁରୁଜନ ପଦ ଶ୍ରେଷ୍ଠ ! ! 
ବରଷକ ଖୁସି ପାଳନ୍ତି ମନାସି 
      ଇଷ୍ଟ ଦେଵାଦେବୀ ସ୍ମରୀ , 
ଅନ୍ନର ପସରା ପରିପୂର୍ଣ୍ଣା ଧରା 
      ଅମାରରେ ଥାଉ ପୁରି ! ! 
ସ୍ନେହଁ ଶରଧାର ଏ’ଗଣ ପରବ 
      ପଶ୍ଚିମରୁ ବ୍ୟାପି ଆସୁ , 
ଉତ୍କଳ ମହିମା ପାଳୁ ଭାରତୀମା’ 
       ଜନମନେ ସଦାଭାସୁ ! ! 
କରୋନା ସଙ୍କଟ ହୋଇ ଯାଉ ଦୂର
        ରଖ ମା’ଘଣ୍ଟ ଘୋଡେଇ, 
ତିହାର ଶୋଭାଟା ପଶ୍ଚିମର ଗାଥା
        ଏକଥା ଭୁଲିବ ନାଇଁ ॥ 
 ଶତ ପ୍ରଣିପାତ ସମଲାଇ ମାତ
           କୃଷି କୃଷକର ମିତ
ଦୈବୀ ଦୁର୍ବିପାକ ନହେଉ ମା’ଭୋଗ
          ପଶ୍ଚିମେ’ତ ହାଣ୍ଡି ଭାତ॥
           

ସଦାନନ୍ଦ ସାହୁ ,

କାରା କର୍ମଚାରୀ 
ଧୁରୁଷିଆ , ଆଠଗଡ଼ , କଟକ ॥  

Related posts

ଦଲକିରେ ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

Sunil Chandra Nayak

ଫରଙ୍ଗ ରୁ ଜଣେ ମାନସିକ ବିକୃତ ବୃଦ୍ଧା ଉଦ୍ଧାର 

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ବିଶ୍ଵକର୍ମା ଆସିଛନ୍ତି

Sunil Chandra Nayak

Leave a Comment

error: Content is protected !!