ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରେମଲତା ଙ୍କ କବିତା ନୂଆଖାଇ ଜୁହାର

 ନୂଆଖାଇ ଜୁହାର

               ପ୍ରେମଲତା

ମା ସମଲେଇ ପଦେ ଜୁହାର
  ଭାଦ୍ରବ ରେ ନୂଆଖାଇ ତିହାର
     ଦୁଃଖ ହାରିଣୀ କରୁଣାମୟୀ
 ଦୟାରେ ତୋହର ଭରୁ ସଂସାର। 
 ଆବାହନୀ ମା ଧାନ କେଣ୍ଡାର
 କୁରେଇ ପତ୍ରରେ ନୂଆ ଅନ୍ନର
ଧରଣୀରାଣୀ ମଉଡମଣୀ
 ଶାଳ ପତ୍ରେ ସଜା ପିଠା ପଣାର। 
ନୂଆଖାଇ ଭେଟଭାଟ ଜୁହାର
ପଶ୍ଚିମ ଓଡିଶା ଖୁସିମୁଖର  
ସମଲେଶ୍ଵରୀ ବିପଦହାରୀ
 ପରଶିଦେଉ ମାଗୋ ମୁଖେ ଆହାର। 
ମାଦଳ ତାଳେ ମହୁରୀ ଢୋଲ
 ଡାଲ୍ ଖାଇକେତେ ସପନ ସ୍ୱର
  ଦେଉ ମା ଖଞ୍ଜି ମନକୁ ରଞ୍ଜି
  ଝରି ଝରାଇ ନୂଆ ଆଶିଷ ଧାର।
ପାତର ନାହିଁ ବଡସାନର
  ତୁହି ମା ଭୁଇଁ ବନଲତାର
  ସୂର୍ୟ୍ଯ ଉଇଁ ପାହାଡ ଛୁଇଁ
  ଗଣ ପର୍ବରେମା କୋଟି ଜୁହାର।

Related posts

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ନାବାଳକ ଗିରଫ

Sunil Chandra Nayak

ଢ଼େଙ୍କାନାଳ – ଯୁବ ପରିବେଶବିତ୍ ଙ୍କ ଦ୍ଵାରା ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ମାନବ ଶୃଙ୍ଖଳ ଆୟୋଜିତ 

ପାଠପଢାକୁ କେନ୍ଦ୍ରକରି ଦୁଇ ଶିକ୍ଷୟିତ୍ରୀ ମୁହାଁମୁହିଁ , ଶିକ୍ଷା କମିଟି ଓ ଛାତ୍ରଛାତ୍ରୀମାନଙ୍କ ଧାରଣା

Sunil Chandra Nayak

Leave a Comment

error: Content is protected !!