ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରିଂ ରୋଡ ବିଏସଏନଏଲ ଛକ- ଡିଏଭି ପଲଟେକନିକ ଛକ ସଂଯୋଗ କେବେ ?

ରାଉରକେଲା/ ଆନ୍ତର୍ଜାତିୟ ହକି ମ୍ୟାଚ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରାଉରକେଲା ସ୍ମାର୍ଟ ସିଟିକୁ ଚକାଚକ୍ କରାଯାଉଛି। ରାସ୍ତା ନିର୍ମାଣ, ପାର୍କ ଗୁଡିକ ର ବିକାଶ କରାଯାଉଛି। କିନ୍ତୁ ବିଏସଏନଏଲ ଛକରୁ ସ୍ମାର୍ଟ ସିଟି ଷ୍ଟେସନର ଦ୍ବିତୀୟ ପ୍ରବେଶ ପଥ ରେଳବାଇ କଲୋନୀ ବାସନ୍ତୀ କଲୋନୀ ଦେଇ ଡିଏଭି ଛକଯାଏ ପ୍ରଶସ୍ତି କରଣ ୪ଥାକିଆ ରାସ୍ତା କାମ ଏକପ୍ରକାର ଠପ୍ ହୋଇଯାଇଛି । ହକି ପାଇଁ ରାଜ୍ୟର ବିଭିନ୍ନ ଅଂଚଳରୁ ତଥା ରାଞ୍ଚି ଓ ଟାଟାରୁ ଟ୍ରେନ ଯୋଗେ ବହୁ ଦର୍ଶକ ଏଠାକୁ ଆସିବାକୁ ଆଶାୟୀ। ଏମାନେ ମୁଖ୍ୟତଃ ଉପରୋକ୍ତ ସିଧାସଳଖ ରାସ୍ତାରେ ଯାତାୟତ କରିବେ ବୋଲି ଦୀର୍ଘ ମାସ ଧରି ଉପରୋକ୍ତ ରାସ୍ତା କାମ କରାଯାଉଥିଲା। ଏବେ ମାସେ ହେବ ଏହା ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାକୁ ହକି ମ୍ୟାଚ ପୂର୍ବରୁ ସଂପୂର୍ଣ୍ଣ କରି ଖେଳାଳି ତଥା ଦର୍ଶକ ମାନଙ୍କ ପାଇଁ ଖୋଲାଯିବାକୁ ସ୍ଥାନୀୟ ରେଳ ଓ ସଡକ ଉପଯୋଗକାରୀ ସଂଘର ସଭାପତି ଇଂ ଉତ୍ତମ କୁମାର ସାମଲ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି । ଏହି ସହ କରୋନା ପୂର୍ବରୁ ପ୍ରଚଳିତ ଟ୍ରେନ ଗୁଡିକୁ ପୁନରାୟ ଚଳାଚଳ କରାଯିବା ସହିତ ପ୍ରସ୍ତାବିତ ଭୁବନେଶ୍ବର ପଟୁ ଦ୍ବିତୀୟ ଇଣ୍ଟରସିଟି ଏକ୍ସପ୍ରେସ୍ ପ୍ରଚଳିତ କରାଯିବାକୁ ଅନୁଷ୍ଠାନ ତରଫରୁ ରେଳ କର୍ତ୍ତୃପକ୍ଷଙ୍କୁ ଆବେଦନ କରାଯାଇଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରିଷିଡାରେ ସମ୍ବାଦ-ଆମଓଡିଶା ପକ୍ଷରୁ ସ୍ୱାଭିମାନ ଦିବସ ପାଳନ

Sunil Chandra Nayak

ଆଜି ଆମପାଣି ବୁଢ଼ାରଜା ଙ୍କ ଦଶହରା, ଏହି ଦଶହରା ଆଦିବାସୀ ପରମ୍ପରା ଓ ସଂସ୍କୃତିର ଏକ ସମାବେଶ

Sunil Chandra Nayak

ବିଦ୍ୟୁତ ଆଘାତ ରେ ମଇଁଷି ଓ ଛାତ୍ର ମୃତ୍ୟୁ ଘଟଣା : ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!