ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରିଂ ରୋଡ ବିଏସଏନଏଲ ଛକ- ଡିଏଭି ପଲଟେକନିକ ଛକ ସଂଯୋଗ କେବେ ?

ରାଉରକେଲା/ ଆନ୍ତର୍ଜାତିୟ ହକି ମ୍ୟାଚ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରାଉରକେଲା ସ୍ମାର୍ଟ ସିଟିକୁ ଚକାଚକ୍ କରାଯାଉଛି। ରାସ୍ତା ନିର୍ମାଣ, ପାର୍କ ଗୁଡିକ ର ବିକାଶ କରାଯାଉଛି। କିନ୍ତୁ ବିଏସଏନଏଲ ଛକରୁ ସ୍ମାର୍ଟ ସିଟି ଷ୍ଟେସନର ଦ୍ବିତୀୟ ପ୍ରବେଶ ପଥ ରେଳବାଇ କଲୋନୀ ବାସନ୍ତୀ କଲୋନୀ ଦେଇ ଡିଏଭି ଛକଯାଏ ପ୍ରଶସ୍ତି କରଣ ୪ଥାକିଆ ରାସ୍ତା କାମ ଏକପ୍ରକାର ଠପ୍ ହୋଇଯାଇଛି । ହକି ପାଇଁ ରାଜ୍ୟର ବିଭିନ୍ନ ଅଂଚଳରୁ ତଥା ରାଞ୍ଚି ଓ ଟାଟାରୁ ଟ୍ରେନ ଯୋଗେ ବହୁ ଦର୍ଶକ ଏଠାକୁ ଆସିବାକୁ ଆଶାୟୀ। ଏମାନେ ମୁଖ୍ୟତଃ ଉପରୋକ୍ତ ସିଧାସଳଖ ରାସ୍ତାରେ ଯାତାୟତ କରିବେ ବୋଲି ଦୀର୍ଘ ମାସ ଧରି ଉପରୋକ୍ତ ରାସ୍ତା କାମ କରାଯାଉଥିଲା। ଏବେ ମାସେ ହେବ ଏହା ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାକୁ ହକି ମ୍ୟାଚ ପୂର୍ବରୁ ସଂପୂର୍ଣ୍ଣ କରି ଖେଳାଳି ତଥା ଦର୍ଶକ ମାନଙ୍କ ପାଇଁ ଖୋଲାଯିବାକୁ ସ୍ଥାନୀୟ ରେଳ ଓ ସଡକ ଉପଯୋଗକାରୀ ସଂଘର ସଭାପତି ଇଂ ଉତ୍ତମ କୁମାର ସାମଲ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି । ଏହି ସହ କରୋନା ପୂର୍ବରୁ ପ୍ରଚଳିତ ଟ୍ରେନ ଗୁଡିକୁ ପୁନରାୟ ଚଳାଚଳ କରାଯିବା ସହିତ ପ୍ରସ୍ତାବିତ ଭୁବନେଶ୍ବର ପଟୁ ଦ୍ବିତୀୟ ଇଣ୍ଟରସିଟି ଏକ୍ସପ୍ରେସ୍ ପ୍ରଚଳିତ କରାଯିବାକୁ ଅନୁଷ୍ଠାନ ତରଫରୁ ରେଳ କର୍ତ୍ତୃପକ୍ଷଙ୍କୁ ଆବେଦନ କରାଯାଇଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ ଗଳ୍ପ ଦୁର୍ଦଶା

Sunil Chandra Nayak

ଯୁବ ହଷ୍ଟେଲସ ପକ୍ଷରୁ ବିଶ୍ବ ବ୍ୟାଘ୍ର ଦିବସ ପାଳିତ

Sunil Chandra Nayak

ଗ୍ରାମ ପଂଚାୟତରେ ନାଏବ ସରପଂଚ ନିର୍ବାଚନ

Sunil Chandra Nayak

Leave a Comment

error: Content is protected !!