ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଂସ୍କୃତି ମଧ୍ୟରେ ସମନ୍ବୟ ରହିଲେ ସୁସ୍ଥ ସମାଜ ଗଠନ ସମ୍ଭବ..

ମ୍ୟୁଜିକ ସର୍କଲର ୨୪ତମ ବିଜୟା ଉତ୍ସବ…..

ରାଉରକେଲା/ ମ୍ୟୁଜିକ ସର୍କଲ ଠାରେ ୨୪ତମ ବିଜୟା ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସ ଙ୍କ ସଭାପତିତ୍ବ ଓ ଉପଦେଷ୍ଟା ପ୍ରଫେସର ଭବେଶ ଚନ୍ଦ୍ର ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସପିର ନିର୍ବାହୀ ନିର୍ଦ୍ଦେଶକ ସୋମନାଥ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସାଂପ୍ରତିକ ପରିବର୍ତ୍ତନ ପରିସ୍ଥିତିରେ ସଂଗୀତ ନୃତ୍ୟ ର ଶିକ୍ଷାକୁ ଅବ୍ୟାହିତ ରଖିବା ଏକ ଆହ୍ବାନ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ କବି ରାଜୀବ ପାଣି ଯୋଗଦେଇ କହିଲେ ଯେ ସଂସ୍କୃତି ୪ ପ୍ରକାର। ସାମାଜିକ, ବ୍ୟକ୍ତିଗତ, ପାରିବାରିକ ଓ ଆଧ୍ୟାତ୍ମିକ। ଏହି ୪ ସଂସ୍କୃତି ମଧ୍ୟରେ ସମନ୍ବୟ ରହିଲେ ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ। ସଂଗୀତ ସାହିତ୍ୟ ସମାଜକୁ ପରିମାର୍ଜିତ କରେ। ସଭାପତିତ୍ବ ଅଭିଭାଷଣ ରେ ଶ୍ରୀ ଦାସ କହିଲେ ଯେ ରାଉରକେଲା କେବଳ ଇସ୍ପାତ ତିଆରି କରେ ନାହିଁ,ସାଂସ୍କୃତିକ କ୍ଷେତ୍ରରେ ଅବଦାନ ଅନେକ । ଆମେ ପାଶ୍ଚାତ୍ୟ ସଂସ୍କୃତି ରେ ବିଶେଷ ଭାବେ ପ୍ରଭାବିତ ହେଉଛୁ। ନିଜ ପରମ୍ପରାକୁ ମନେ ରଖିବାକୁ ହେଲେ ନିଜ ପରମ୍ପରାକୁ ପ୍ରାଧାନ୍ୟ ଦେବାକୁ ହେବ। ସଂଯୋଜକ ଶ୍ରୀ ସାହୁ ଅନୁଷ୍ଠାନ ସଂପର୍କରେ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ସଂଗୀତ ଗୁରୁ ବାବାଜୀ ଚରଣ ବିଶ୍ବାଳ, ଗୁରୁ ବି ଚନ୍ଦ୍ରଶେଖର ରାଓ, ଗୁରୁ ବିବେକାନନ୍ଦ ପଣ୍ଡା ଓ ନୃତ୍ୟଗୁରୁ ସୁଦେଷ୍ଣାରାଣୀ ରାଉତ ଙ୍କ ମାଗଦର୍ଶନରେ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଂ ପ୍ରତାପ ରାୟ,ଡଃ କିଶୋରୀ ଦାଶ, ସୁଶାନ୍ତ ନାୟକ, ମିତାଲି ସିହ୍ନା, ସନ୍ତୋଷ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ସ୍ନେହଲତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପୁଅକୁ ନେଇ ଚିନ୍ତାରେ ପରିବାର , ଚିକିସ୍ସା  ସୁବିଧା ଯୋଗାଇ ଦେବା ନିମନ୍ତେ ପରିବାରବର୍ଗଙ୍କ ଦାବୀ 

Sunil Chandra Nayak

ଆବାସ ଯୋଜନାରେ ଘରଟିଏ ପାଇଁ ଦୌଡ଼ି ଦୌଡ଼ି ନିରାଶ, ଜନଶୁଣାଣୀରେ କଲେ ଅଭିଯୋଗ

Sunil Chandra Nayak

ଶୁଖିଲା ପଡିଛି କୁରୁଲୁମୁଡ଼ା ଜଳ ପ୍ରକଳ୍ପ , ଆନୁସାଙ୍ଗିକ ବିକାଶ ପାଇଁ ଦାବି

Leave a Comment

error: Content is protected !!