ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମ୍ବିଧାନ ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ଧର୍ମଗଡ:୨୩/୧୧/୨୨ ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ଧର୍ମଗଡ ତରଫରୁ ୭୩ ତମ ସମ୍ବିଧାନ ଦିବସ ଉପଲକ୍ଷେ କଲେଜ ସ୍ତରୀୟ ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତ ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମ ରେ ସଂଗଠନ ର ସଭାପତି ବିରଞ୍ଚି ନାରାୟଣ ଜାଲ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ସବ ରେଜିଷ୍ଟର ଅଜିତ ଶବର, ସମ୍ମାନିତ ଅତିଥି ଭାବେ ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଜଗନ୍ନାଥ ରାଓ, ପ୍ରକାଶ ସାଗର, ସୁଶୀଲ ବାଗ ପ୍ରମୁଖ ଉପସ୍ଥିତ ଥିଲେ।

   ବକୃତା ପ୍ରତିଯୋଗିତା ରେ ପଞ୍ଚାୟତ ମହାବିଦ୍ୟାଳୟ ର ଛାତ୍ରୀ ପ୍ରାଞ୍ଜଳ ଠାକୁର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ଛାତ୍ରୀ ପ୍ରଫୁଲ୍ଲ ମାଝୀ ଦ୍ୱିତୀୟ ଓ ଆକାଶ କଲେଜ ଛାତ୍ରୀ ବିଦ୍ୟାସିନି ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତା ରେ ପଞ୍ଚାୟତ ମହାବିଦ୍ୟାଳୟ ର ଛାତ୍ର ରୋହିତ ନିଆଲ ପ୍ରଥମ, ମଡ଼ର୍ଣ୍ଣ ସାଇନ୍ସ କଲେଜ ଛାତ୍ର ଚନ୍ଦ୍ର ଶେଖର ଦାସ ଦ୍ୱିତୀୟ ଓ ଛାତ୍ରୀ ଆକାଂକ୍ଷା ସରାପ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର, ଟ୍ରଫି, ସମ୍ବିଧାନ ପୁସ୍ତକ,ଓ ମେଡାଲ ଦେଇ ପୁରସ୍କୃତ କରାଯାଇ ଥିଲା। ଏହି ପ୍ରତିଯୋଗିତାରେ ଧର୍ମଗଡ ବ୍ଲକ ର ସମସ୍ତ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଭାଗ ନେଇ ଥିଲେ। କାର୍ଯ୍ୟକ୍ରମକୁ ପ୍ରେମଲାଲ ଜଗତ ପରିଚାଳନା କରିଥିବା ବେଳେ ସାଧାରଣ ସମ୍ପାଦକ ପ୍ରଭାକର ଜାଲ, ଢଗ ନାଏକ, ଟଙ୍କଧର ତାଣ୍ଡି, ଦେବାର୍ଚ୍ଚନ ସେଠିଆ, କିଣ୍ଡୋ ସୁନାନୀ, ୟୁଗେଶ ତାଣ୍ଡି, ମନୋଜ ବାଗ,ଅଶେଶ୍ୱର ଦୁର୍ଗା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ଇତିହାସରେ ପ୍ରଥମ ଘଟଣା, ରାଜ୍ୟ ସରକାରଙ୍କ ସମ୍ପତ୍ତି ଜବତ କଲା ଏକ ଘରୋଇ ସଂସ୍ଥା

Sunil Chandra Nayak

ପିଏମ୍‌ଶ୍ରୀ ସ୍କୁଲ୍‌’ ନାମରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିବେ କେନ୍ଦ୍ର ସରକାର: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଜନରଞ୍ଜନ ପ୍ରଧାନ ଙ୍କ କବିତା ନିଷ୍ଠା ଓ ଲକ୍ଷ୍ଯ 

Sunil Chandra Nayak

Leave a Comment

error: Content is protected !!