ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଓ ଲାଞ୍ଜିଗଡ ବ୍ଳକରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ 

ଭବାନୀ ପାଟଣା ବ୍ଲକ୍ ରେ   ଶତକଡା ୮୧.୧୬

ଲାଞ୍ଜିଗଡ଼ ବ୍ଲକ ରେ ଶତକଡା ୭୯.୯୦ ଭୋଟ ଦାନ

ଭବାନୀପାଟଣା:୨୨/୨-ମସିହା:- ଚତୁର୍ଥ ପର୍ଯ୍ୟାୟରେ ଭବାନୀପାଟଣା ଓ ଲାଞ୍ଜିଗଡ ବ୍ଳକର ମତଦାନ ଶେଷ ହୋଇଛି। ଭବାନୀପାଟଣା ବ୍ଳକରେ ମୋଟରେ ୧୨୫୩୭୧ ଭୋଟର ଥିବାବେଳେ ୧୦୧୭୫୫ ଜଣ ମତଦାନ କରିଥିଲେ ଯାହା ଶତକଡା ୮୧.୧୬ ହୋଇଥିଲା। ପୁରୁଷ ଭୋଟର ୬୩୪୧୬ ଅଛନ୍ତି ସେଥିରୁ ୫୧୩୫୬ ଜଣ ମତଦାନ କରଛନ୍ତି ଶତକଡା ୮୦.୯୮ ମତଦାନ ହୋଇଛି। ସେହିଭଳି ମହିଳା ଭୋଟର ୬୧୯୪୨ ମଧ୍ୟରୁ ୫୦୩୯୯ ଭୋଟର ମତଦାନ କରିଥିଲେ ଯାହାକି ୮୧.୩୬ ଶତକଡା ଭୋଟ ଦେଇଛନ୍ତି।

ସେହିଭଳି ଲାଞ୍ଜିଗଡ ବ୍ଳକରେ ମଧ୍ୟ ନିର୍ବାଚନ ଶେଷ ହୋଇଛି। ଏଥିରେ ସର୍ବମୋଟ ୫୯୭୮୮ ଭୋଟର ଅଛନ୍ତି। ହେଲେ ଏହି ବ୍ଳକରେ ସର୍ବମୋଟ ୪୭୭୬୮ ଭୋଟର ଭୋଟ ଦେଇଛନ୍ତି ତେବେ ଶତକଡା ୭୯.୯୦ ହାରରେ ଭୋଟ ପଡିଛି।ମୋଟ ପୁରୁଷ ଭୋଟର ୨୮୯୮୪ ଭୋଟର ରହିଥିଲେ ସେଥିରୁ ୨୩୨୦୮ ଜଣ ପୁରୁଷ ମତଦାନ କରିଛନ୍ତି ଏହା ଫଳରେ ଏଠାରେ ଶତକଡା ୮୦.୦୭ ହାରରେ ପୁରୁଷ ଭୋଟ ପଡିଛି। ମୋଟରେ ମହିଳା ଭୋଟର ୩୦୭୯୭ ରହିଥିବା ବେଳେ ୨୪୫୬୦ ଜଣ ମହିଳା ଭୋଟର ମତଦାନ କରିଛନ୍ତି ମହିଳାଙ୍କ ଶତକଡା ୭୯.୭୫ ଭୋଟ ପଡିଛି। ଭବାନୀପାଟଣା ଓ ଲାଞ୍ଜିଗଡ ବ୍ଳକର ସମସ୍ତ ପ୍ରାର୍ଥୀ ଙ୍କ ଭାଗ୍ଯ ସେହି ଭୋଟବାକ୍ସ ଭିତରେ ବନ୍ଧା ପଡିଛି। ଆଗାମୀ ଦିନରେ ତାହା ଜଣାପଡିବ ଯେ, କେଉଁ କେଉଁ ପ୍ରାର୍ଥୀ ଙ୍କ ଭାଗ୍ଯରେ ରାଜମୁକୁଟ ପନ୍ଧିବା ସୁଯୋଗ ମିଳିବ।

Related posts

ନାଗରିକ ବିକାଶ ସଂଗଠନ କଳାହାଣ୍ଡି  ର ଦୁଇ ଦିନିଆ ପ୍ରସ୍ତାବିତ ଟ୍ରେନିଙ୍ଗ କୁ ବୈଠକ

Sunil Chandra Nayak

ସମାଜସେବୀ ଶ୍ରୀମଦ୍ ବାବା ବଳିଆଙ୍କୁ ନାଗରିକ ସମ୍ବର୍ଦ୍ଧନା ଓ ବାବାଙ୍କ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ନୂଆପଡା ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!