ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଲି ସକାଳେ ଥୁଆମୂଳ ରାମପୁର,କଲମପୁର,କେସିଙ୍ଗା ବ୍ଳକରେ ପଞ୍ଚାୟତ ନିର୍ବାଚନ

 ପ୍ରସ୍ତୁତି ଶେଷ, ପୋଲିଂ ଅଧିକାରୀ ବୁଥ କୁ ଯିବା ପାଇଁ ସଜବାଜ

ଭବାନୀପାଟଣା:୨୩/୨-ମସିହା:- ପଞ୍ଚାୟତ ନିର୍ବାଚନର ପଞ୍ଚମ ପର୍ଯ୍ଯାୟରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ,କଲମପୁର ବ୍ଳକ ଓ କେସିଙ୍ଗା ଏହି ତିନୋଟି ବ୍ଳକ୍ ରେ ଆସନ୍ତା ୨୪/୨ ତାରିଖ ବୁଧବାର ଦିନ ମତଦାନ ହେବ। ଏହା କୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଥୁଆମୂଳ ରାମପୁର ବ୍ଳକର ୨୮୨ ବ୍ଳଥରେ ୮୯୨ ଜଣ କର୍ମଚାରୀ ନିୟୋଜିତ ରହିବେ। ଏଥିରେ ୫୪୮୮୩ ଭୋଟର ଅଛନ୍ତି ସେଥିରୁ ୨୬୩୬୫ ପୁରୁଷ ଓ ୨୮୫୧୧ ମହିଳା ଭୋଟର। ଓ୍ବାର୍ଡମେମ୍ବର ପ୍ରାର୍ଥୀ ପାଇଁ ୧୬୩ ଜଣ,ସରପଞ୍ଚ ୮୫ ଜଣ,ସମତି ସଭ୍ଯ ପ୍ରାର୍ଥୀ ୬୩ ଜଣ,ଜିଲ୍ଳାପରିଷଦ ପ୍ରାର୍ଥୀ ୭ ଜଣ ରହି ନିର୍ବାଚନ ଲଢୁଛନ୍ତି।

ସେହିପରି କଲମପୁର ବ୍ଳକରେ ମଧ୍ୟ ପ୍ରସ୍ତୁତି ଶେଷ ହୋଇସାରିଛି।ଏହି ବ୍ଳକରେ ୧୩୧ ବୁଥ୍ ରହିଛି ଏଥିରେ ୪୧୯ ଜଣ କର୍ମଚାରୀ ନିୟୋଜିତ ରହିବେ।ପ୍ରାର୍ଥଙ୍କୁ ମତଦାନ କରିବେ ପୁରୁଷ ଭୋଟର ସେଥିପାଇଁ ରହିଛନ୍ତି ସର୍ବମୋଟ ରେ ୪୪୩୦୮ ଜଣ ଭୋଟର ରହିଥିବା ବେଳେ ଅନ୍ଯାନ୍ଯ ସଂଖ୍ୟା ହେଲା ୭ ଜଣ, ପୁରୁଷ ଭୋଟର ସଂଖ୍ୟା ୨୨୩୧୭ ମହିଳା ଭୋଟର ହେଲେ ୨୧୯୯୧, ବ୍ଳକରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ମଧ୍ୟରେ ଓ୍ବାର୍ଡମେମ୍ବର ସଂଖ୍ୟା ୧୫୧, ସରପଞ୍ଚ ସଂଖ୍ୟା ୫୧,ସମତି ସଭ୍ଯ ସଂଖ୍ୟା ୫୭ ଓ ଜିଲ୍ଳାପରିଷଦ ସଂଖ୍ୟା ୯ ଜଣ ରହିଛନ୍ତି।

କେସିଙ୍ଗା ବ୍ଳକରେ ମଧ୍ୟ ପ୍ରସ୍ତୁତି ଶେଷ ହୋଇଯାଇଛି। ୩୦୫ ଗୋଟି ବୁଥରେ ୯୬୫ ଜଣ କର୍ମଚାରୀ କାର୍ଯ୍ଯରେ ନିୟୋଜିତ ରହିବେ। ସର୍ବମୋଟ ଭୋଟର ସଂଖ୍ୟା ୮୭୭୬୩ ରହିଛି।ପ୍ରତିଦ୍ବନ୍ଦିତା କରୁଥିବା ଓ୍ବାର୍ଡମେମ୍ବର ସଂଖ୍ୟା ୧୨୨,ସରପଞ୍ଚ ୧୦୭ ସମିତି ସଭ୍ଯ ସଂଖ୍ୟା ୮୬, ଜିଲ୍ଳାପରିଷଦ ସଂଖ୍ୟା ୧୩ ଜଣ ଅଛନ୍ତି, ମତଦାନ କୁ ପ୍ରଶାସନ ପକ୍ଷରୁ ସୁରୁଖୁରୁରେ ଶେଷ କରିବା ପାଇଁ ବ୍ଯାପକ ଭାବରେ ପ୍ରସ୍ତୁତି କରାଯାଇଛି।

Related posts

ମନରେଗା ଶ୍ରମିକ ଙ୍କୁ ସମ୍ବର୍ଦ୍ଧିତ କଲେ କୋକସରା ବ୍ଲକ ପ୍ରଶାସନ

Sunil Chandra Nayak

ମାନବ ସେବା ସଦନର କୃତଜ୍ଞତା ଜ୍ଞାପନ

Sunil Chandra Nayak

ଘନଶ୍ୟାମ ଭୋଇ ହେଲେ ଜର୍ଣ୍ଣାଲିଷ୍ଟ ସଂଘ ର ନୂତନ ସଭାପତି

Sunil Chandra Nayak

Leave a Comment

error: Content is protected !!