ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତି ଗୁରୁତର 

ଗୋଳାମୁଣ୍ଡା ତା ୨୩/୨ମସିହା ନିଉଜ୍

କାଲହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଶକ୍ତିରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଅଞ୍ଚଳରେ ବିଦ୍ୟୁତ ବିଭାଗର କର୍ମଚାରୀ ମାନଙ୍କ ଦାୟିତ୍ବହୀନତା ଯୋଗୁଁ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସୂଚନାରୁ ପ୍ରକାଶ ଯେ ଗୋଳାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ଉଛଲା ଗ୍ରାମର ସିମାନ ଶବର ବୟସ (୬୦ ) ଗତ ଦିନ ୧ଟା ସମୟରେ ଛେଲି ଚରାଉଥିବା ସମୟରେ ଖରା ଦାଉରୁ ରକ୍ଷା ପାଇବାପାଇଁ ଏକ ଛତା ଧରିଥିଲେ । ସେ ଠିଆ ହୋଇଥିବା ସ୍ଥାନରେ କେଗାଁ ପଟୁ ଉଛଲାଗ୍ରାମକୁ ସଂଯୋଗ ହେଇଥିବା ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଅଚେତ୍ ଅବସ୍ଥାରେ ପଡ଼ିଯାଇଥିଲେ । ପରିବାର ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସଙ୍ଗେ ସଙ୍ଗେ ଉଛଲା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଗୁରୁତ୍ଵର ଅବସ୍ଥାରେ ଭର୍ତ୍ତି କରିଥିଲେ । ସିମାନ ଶବରଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଥିବା ସୁଚନା ମିଳିଛି । ଗୋଳାମୁଣ୍ଡା ବ୍ଲକ ପ୍ରତେକ ଅଞ୍ଚଳରେ ଥିବା ୧୧ କେଭି ବିଦ୍ୟୁତ ତାର ଗୁଡିକ ତଳକୁ ଖସିଆସିବାରୁ ଅନେକ ଜୀବନ ହାନି ଘଟୁଛି । ବିଦ୍ୟୁତ ବିଭାଗ ଦୃଷ୍ଟି ଆକର୍ଷଣ କରି ସମସ୍ତ ବିଦ୍ୟୁତ ତାର ଗୁଡିକ ଟାଣିବା ସଙ୍ଗେ ଗୁରୁତର ସିମାନ ଶବରଙ୍କୁ କିଛି ଆର୍ଥିକ ସହଯୋଗ ଦେବା ପାଇଁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା ପ୍ରତିନିଧି,

Related posts

ମୟୂରଭଂଜ – ଜାମଦାର ଶତାଧିକ ଶ୍ରମିକଙ୍କୁ ୟୁଏସ୍ଆଇ ସଂଗଠନ ପକ୍ଷରୁ ବିଭିନ୍ନ ସରବତ ବଣ୍ଟନ

ଓଡ଼ିଶାର ୨୭୯୨ ଗୋଟି ଗ୍ରାମରେ ୪ଜି ମୋବାଇଲ୍ ସେବା ପହଞ୍ଚି ନାହିଁ…କେନ୍ଦ୍ର ସରକାର ଜାରି କଲେ ତାଲିକା

Sunil Chandra Nayak

ସମାଜସେବୀ ରମେଶ ବଳଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

Leave a Comment

error: Content is protected !!