ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡୁର୍କାମୁଣ୍ଡା ଗ୍ରାମରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ଶବ ଉଦ୍ଧାର , ଶବ ବ୍ୟବଚ୍ଛେଦ ଗୃହ ନ ଥିବାରୁ ଲୋକେ ହନ୍ତସନ୍ତ 

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମପଞ୍ଚାୟତର ଡୁର୍କାମୁଣ୍ଡା ଗ୍ରାମରୁ ବୋଡ଼େନ ପୋଲିସ ଦ୍ବାରା ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ଶବ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଡୁର୍କାମୁଣ୍ଡା ଗ୍ରାମର ଉଚ୍ଚ ଶିକ୍ଷିତା ବିବାହିତ ମହିଳା ସସ୍ମିତା ସଗରିଆ ବୟସ ୨୧ କୌଣସି କାରଣ ବଶତଃ ଆଜି ଭୋର୍ ୪ଟା ସମୟରେ ବେକରେ ରଶି ଲଗାଇ ନିଜ ବାସ ଭବନରେ ଆତ୍ମହତ୍ୟା କରିଛି । ଉକ୍ତ ଘଟଣା ଜାଣି ମୃତ ଯୁବତୀଙ୍କ ପରିବାରର ଲୋକେ ବୋଡ଼େନ ପୋଲିସ କୁ ସୂଚନା ଦେବାପରେ ବୋଡ଼େନ ଥାନା ଅଧିକାରି ସୁଦର୍ଶନ ନାଏକ ଓ ତାଙ୍କ ଟିମ୍ ପହଞ୍ଚି ଝୁଲନ୍ତା ଅବସ୍ଥାରେ ଶବ ଜବତ କରିବା ସହିତ ସବିଶେଷ ତଥ୍ୟ ଅନୁସନ୍ଧାନ କରିଥିଲେ ଓ ପରେ ଶବ ବ୍ୟବଚ୍ଛେଦ ପାଇଁ ବୋଡ଼େନ ପଠାଇ ଥିଲେ । ହେଲେ ଅତି ଦୁର୍ଭାଗ୍ୟ ଓ ଲଯ୍ୟାଜନକ ବିଷୟ ଯେ ବୋଡ଼େନ ଠାରେ ଶବ ବ୍ୟବଚ୍ଛେଦ ପାଇଁ କୌଣସି ଗୃହ ନଥିବା ଯୋଗୁଁ ଏକ ମହୁଲ ଗଛ ତଳେ ମୁଣ୍ଡଫଟା ଟାଣ ଖରାରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଜିଲ୍ଲା ଏବଂ ବ୍ଲକ ପ୍ରଶାସନ ଏଥିପ୍ରତି ପଦକ୍ଷେପ ନେଇ ଶୀଘ୍ର ଶବ ବ୍ୟବଚ୍ଛେଦ ଗୃହ ନିର୍ମାଣ କଲେ ଲୋକେ ଖରା ,ବର୍ଷା ଓ ଶୀତ ସମୟରେ ଏଭଳି ଅସୁବିଧାରୁ ରକ୍ଷା ପାଇ ପାରିବେ। ବୋଡ଼େନ ଅଞ୍ଚଳରେ ଦିନକୁ ଦିନ ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର ବୃଦ୍ଧି ପାଇବାରେ ଲାଗିଛି। ଯାହାକି ଲଗାତାର ଏଭଳି ଘଟଣାକୁ ନେଇ ଅଞ୍ଚଳର ଲୋକଙ୍କ ମନରେ ଚିନ୍ତାର ବିଷୟ ପାଲଟି ଯାଇଛି ।ଗତକାଲି ମଧ୍ୟ ଲାର୍କା ପଞ୍ଚାୟତର ଅନକାପୁର ଗାଁରୁ ବୋଡ଼େନ ପୋଲିସ ଦ୍ଵାରା ଝୁଲନ୍ତା ଅବସ୍ଥାରେ ଜଣେ ଯୁବତୀଙ୍କ ଶବ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ପ୍ରଶାସନର ଦୃଷ୍ଟି ଶବ ବ୍ୟବଚ୍ଛେଦ ଗୃହ ପ୍ରତି କେବେ ପଡୁଛି ତାହା ଦେଖିବାକୁ ବାକି ରହିଲା । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଗୀତା ଜ୍ଞାନ

Sunil Chandra Nayak

ଗଜଲକ୍ଷ୍ମୀ ପୂଜାରେ ଯୋଗ ଦେଲେ ବିଧାୟକ

Sunil Chandra Nayak

ପୁଣ୍ୟାତ୍ମାଙ୍କ ପୁଣ୍ୟତିଥିରେ ଡାକ୍ତରଖାନାରେ ଫଳ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!