ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀକାନ୍ତ ପଣ୍ଡା ଙ୍କ କବିତା ପୁନେଇଁ ଜହ୍ନ

   ପୁନେଇଁ ଜହ୍ନ

କୁନି ମୁନି ଚୁନି ଟିକିଲି ବେଙ୍ଗିଲି
ସଭିଁଏ ତ ମୋର ଭଉଣୀ
ଗାଅ ବଉଳବେଣୀ…
ଶରତ ଆକାଶେ ଶଶୀ ଗୋ
ଫୁଲ ବଉଳବେଣୀ,
କୁମାର କାର୍ତ୍ତିକ ପୂଜା ଗୋ
ଫୁଲ ବଉଳବେଣୀ……
ଆ–ଆ–ହାଆ,ଆ–ଆ–ହାଆ ।।
ଜହ୍ନି ଫୁଲ ହସେ କିରି ଲୋ 
ଫୁଲ ବଉଳବେଣୀ,
କଇଁଫୁଲ ସାଥେ ପୁଚିଖେଳ ଯେତେ (ଘୋଷା)
ସ୍ବର ମେଲି ଗାଅ ସବୁ ଲୋ
ଫୁଲ ବଉଳବେଣୀ,
ଆ–ଆ–ହାଆ,ଆ–ଆ–ହାଆ
ସୁନ୍ଦରୀ ମନକୁ ଚାନ୍ଦମୁଖ ଟିଏ (ଘୋଷା)
ମନର ମଣିଷ ଲୋଡେ ଗୋ
ଫୁଲ ବଉଳବେଣୀ…..
ବୃନ୍ଦାବତୀ ମୂଳେ ଖଇ ଭୋଗ କରି (ଘୋଷା)
ସୁନ୍ଦର ପୁଅଙ୍କୁ ଦିଅ ଲୋ
ଫୁଲ ବଉଳବେଣୀ,
ତୋଫା ଜହ୍ନ ଖିଲି ହସେ ଗୋ
ଫୁଲ ବଉଳବେଣୀ….
ଆ–ଆ–ହାଆ,ଆ–ଆ–ହାଆ
ନୂଆ ବସ୍ତ୍ର ସାଥେ ବୃନ୍ଦାବତୀ ପୂଜି
ଏକ ସ୍ବରେ ଗୀତ ଗାଅ ଲୋ
ଫୁଲ ବଉଳବେଣୀ,
ସୁନ୍ଦର କୁମାର ଲୋଡା ଗୋ
ଫୁଲ ବଉଳବେଣୀ…….
ବଡଘର ରାତି ଉଜାଗର ହୋଇ (ଘୋଷା)
ଥଟ୍ଟା ମଜା ସବୁ କର ଲୋ
ଫୁଲ ବଉଳବେଣୀ,
ପୁନେଇଁ ପୁରୁଆଁ ଥାଳି ଗୋ
ଫୁଲ ବଉଳବେଣୀ…..
ଆ–ଆ–ହାଆ,ଆ–ଆ–ହାଆ
ଚାନ୍ଦବନ୍ଦା ପିଠା ପାଣିକୁ ଫୋପାଡି (ଘୋଷା)
ପଙ୍କ ମୁଠେ ଆଣି ଦିଅ ଗୋ
ଫୁଲ ବଉଳବେଣୀ,
ମୋ କୁମାରକୁ ନଜର ନଲାଗୁ ଲୋ
ଫୁଲ ବଉଳବେଣୀ,
କୁମାର ସପନ ଶିରି ଲୋ
ଫୁଲ ବଉଳବେଣୀ….
ଓଡି଼ଆ ସଂସ୍କୃତି ପରଂପରା କଥା (ଘୋଷା)
କୁଆଁରୀ ଗାରିମା ମଣି ଗୋ
ଫୁଲ ବଉଳବେଣୀ…….
ଆ–ଆ–ହାଆ,ଆ–ଆ–ହାଆ,
କୁନି ମୁନି ଚୁନି ଟିକିଲି ବେଙ୍ଗିଲି
ସଭିଁଏ ତ ମୋର ଭଉଣୀ
ଗାଅ ବଉଳବେଣୀ,
କୁଆଁର ପୁନେଇଁ ଜହ୍ନ ଗୋ
ଫୁଲ ବଉଳବେଣୀ,
ସଜନା ଗଛର ଛାଇ ଗୋ
ଫୁଲ ବଉଳବେଣୀ…….।।

 ଶ୍ରୀକାନ୍ତ ପଣ୍ଡା

  ବସନ୍ତିଆ,ଭଦ୍ରକ

 

Related posts

ଜଗଜ୍ଜୀବନ ସା  ଙ୍କ କବିତା ଶ୍ରମବଳେ ଜିଣିପାରେ ମୁଁ ଧରା 

Sunil Chandra Nayak

ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା ଅନୁଷ୍ଠିତ

Sunil Chandra Nayak

ବଜ୍ର କାପ୍ତ୍ତା ଉଦ୍ଧାର, ଆଉ ଜଣେ ଗିରଫ , ସୁସ୍ଥ ବଜ୍ର କାପ୍ତ୍ତା କୁ ନନ୍ଦନକାନନ ପଠାଯିବ

Leave a Comment

error: Content is protected !!