ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଣ୍ଟାଗାଁ ରେ ଡକାୟତି ଗ୍ରୀଲ ଭାଙ୍ଗିଘରେ ପଶିଲେ

ତେନ୍ତୁଳିଖୁଣ୍ଟି -୧/୧୧ /୨୨ – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟାଗାଁ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣଗୁଡା ଗ୍ରାମରେ ମଧ୍ୟ ରାତ୍ରରେ ଏକ ବଡ଼ ଧରଣର ଡକାୟତି ହୋଇଛି। ଛଅ ଜଣ ମୁଖା ପିନ୍ଧା ଦୁର୍ବୁର୍ତ୍ତ ଗ୍ରିଲ ଭାଙ୍ଗି ଭୁଜାଲି ମୁନରେ ସୁନା ଗହଣା, ରୁପା, ଲ୍ୟାପଟପ ଓ ଦୁଇଟି ମୋବାଇଲ ଲୁଟି ନେଇଥିବା ଜଣାପଡିଛି ।କୃଷ୍ଣଗୁଡା ଗ୍ରାମରେ ରହୁଥୁବା ସୁବ୍ରତ କୁମାର ଜେନା ରାତିରେ ଖାଇ ସାରିବା ପରେ ପରିବାର ସହ ଶୋଇଥିଲେ । ଛଅ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ସୁବ୍ରତଙ୍କ ଘର ସାମ୍ନା ରେ ଥିବା ଗ୍ରୀଲ ଏବଂ କବାଟ ତାଡି ଘର ମଧ୍ୟରେ ପଶିଥିଲେ । ଘର ମଧ୍ୟରେ ସୁବ୍ରତ ଙ୍କ ସମେତ ବାପା ଏବଂ ପତ୍ନୀ ଥିଲେ । ଦୁର୍ବୁର୍ତ୍ତ ମାନେ ଘରେ ପଶିବା ପରେ ସୁବ୍ରତ ଏବଂ ତାଙ୍କ ପତ୍ନୀ ଙ୍କ ବେକରେ ଭୁଜାଲି ରଖି ଭୟଭୀତ କରେଇ ଆଲମିରା ଚାବି ମାଗିଥିଲେ । ଏହାପରେ ଆଲମାରୀ ଭିତରେ ଥୁବା ଦୁଇ ଭରି ସୁନା ଅଳଙ୍କାର, ପାଞ୍ଚ ଭରି ରୁପା ଅଳଙ୍କାର, ଦୁଇଟି ସ୍ମାର୍ଟ ଫୋନ, ଦେଢ ଲକ୍ଷ ନଗଦ ଟଙ୍କା ଏବଂ ଗୋଟିଏ ଲାପଟପ ନେଇଥିଲେ । ଦୁର୍ବୁର୍ତ୍ତ ମାନେ ଯିବା ସମୟରେ ସୁବ୍ରତ ଙ୍କ ପରିବାର କୁ ପୁଲିସ କୁ ସୂଚନା ଦେଲେ ଜୀବନରେ ମାରିଦେବେ ବୋଲି ମଧ୍ୟ ଧମକ ଦେଇଥିଲେ। ସେହିପରି ଦୁଇଟି ଏଟିଏମ କାର୍ଡ, ଆଧାର କାର୍ଡ, ପାନ କାର୍ଡ, ଭୋଟର ଆଇ କାର୍ଡ, ଡ଼ିଏଲ ଆଦି ଦୁର୍ବୃତ୍ତମାନେ ନେଇଯାଇଥିଲେ।ଏ ନେଇ ଘର ମାଲିକ ସୁବ୍ରତ କୁମାର ଜେନା ତେନ୍ତୁଳିଖୁଣ୍ଟି ଥାନାରେ ଏତଲା ଦେବାପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ତେନ୍ତୁଳିଖୁଣ୍ଟି ଆଇଆଇସି ଟଙ୍କଗିରି ଭୋଇ ସାଇଣ୍ଟିଫିକ ଟିମ ଓ ଡଗ ସ୍କାର୍ଡ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ତେବେ ଏଯାବତ ପୁଲିସକୁ କୌଣସି ସୁରାକ ମିଳିପାରିନି । ଏନେଇଁ ତେନ୍ତୁଳିଖୁଣ୍ଟି ଥାନାରେ କେସନଂ ୧୯୪/୨୨ ଅନୁଯାୟୀ ଏକ ଡକାୟତି ମାମଲା ରୁଜୁ ହୋଇଥୁବା ବେଳେ ଆଇଆଇସି ଶ୍ରୀ ଭୋଇ କେଶର ତଦନ୍ତ କରୁଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଖାତିଗୁଡା ଥାନା ଅଞ୍ଚଳରେ ଏଭଳି ଡକାୟତି କିଛି ମାସ ତଳେ ହୋଇଥିଲା କିନ୍ତୁ ଉକ୍ତ ପରିବାର ଡ଼କାୟତ ଙ୍କ ଧମକ ଯୋଗୁଁ ଥାନା କୁ ଜଣାଇ ନଥିଲେ। ।

ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

Related posts

ବ୍ଲକ ଆଇନ ପରାମର୍ଶ ଦାତାଙ୍କ ଯୋଗଦାନ

ନିୟମିତ ଚାକିରୀ ଦାବିରେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ୪ ହଜାର ଶିକ୍ଷକ ଶିକ୍ଷୟତ୍ରୀ

ବିଶ୍ୱ ପରିବେଶ ଦିବସ ପାଳନ

Leave a Comment

error: Content is protected !!