ଡାବୁଗାଁ, ୧/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଞ୍ଚଳା ପଞ୍ଚାୟତ ଅଧୀନ କକଡାଗୁଡା ଗ୍ରାମ ଠାରେ ଚାଲିଥିବା ମା ପେଣ୍ଡ୍ରାଣୀ ଭଲିବଲ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଯାପିତ ହୋଇଯାଇଛି l ପାଞ୍ଚ ଦିନ ଧରି ଚାଲିଥିବା ଏହି ଭଲିବଲ ପ୍ରତିଯୋଗିତା ରେ ନବରଙ୍ଗପୁର ଜିଲା ର ବିଭିନ୍ନ ବ୍ଲକ ରୁ ମୋଟ ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ l ଆଜି ଶେଷ ଦିନ ରେ ଫାଇନାଲ ମ୍ୟାଚଟି ନବରଙ୍ଗପୁର ଦଳ ଓ ପାତ୍ରଗୁଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ନବରଙ୍ଗପୁର ଦଳ ପାତ୍ରଗୁଡା ଦଳକୁ ୫-୩ ପଏଣ୍ଟରେ ପରାଜିତ କରି ବିଜୟୀ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ପାପଡାହାଣ୍ଡି ଜିଲାପରିଷଦ ଜୋନ-୨ ଜିଲା ପରିଷଦ ସଭ୍ୟା ଡା. ଲିପିକା ମାଝୀ ଯୋଗ ଦେଇ ବିଜୟୀ ୧୨୦୦୦ ଟଙ୍କା ସହିତ ଏକ ଟ୍ରଫି ଓ ପରାଜିତ ଦଳକୁ ୧୦୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ l ଏଥିରେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ, କଂଗ୍ରେସ ଯୁବ ସଭାପତି ଶଶୀଧର ମାଝୀ, ପୂର୍ବତନ ସମିତି ସଭ୍ୟ ଈଶ୍ୱର ଦାସ ଓ ଭାଗବତ ମାଝୀ ପ୍ରମୁଖ ଯୋଗ ଦେଇଥିଲେ l ଟୁର୍ଣ୍ଣାମେଣ୍ଟରେ ରେଫରୀ ଭାବେ ଆଶିଷ ହରିଜନ ଏବଂ ଅନନ୍ତ ସାନ୍ତା ରହି ଅତି ଚମତ୍କାର ଭାବେ ଖେଳ ପରିଚାଳନା କରିଥିଲେ l ଟୁର୍ଣ୍ଣାମେଣ୍ଟ କମିଟି ର ସଭାପତି ଯୋଗେଶ୍ୱର ମାଝୀ, ଭୀମ, କାମଦେବ, ଯୋଗେସ ଓ ଅନ୍ୟ କମିଟି ମେମ୍ବର ମାନଙ୍କ ସହଯୋଗ କରିଥିଲେ |
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ