ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମା ପେଣ୍ଡ୍ରାଣୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଡାବୁଗାଁ, ୧/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଞ୍ଚଳା ପଞ୍ଚାୟତ ଅଧୀନ କକଡାଗୁଡା ଗ୍ରାମ ଠାରେ ଚାଲିଥିବା ମା ପେଣ୍ଡ୍ରାଣୀ ଭଲିବଲ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଯାପିତ ହୋଇଯାଇଛି l ପାଞ୍ଚ ଦିନ ଧରି ଚାଲିଥିବା ଏହି ଭଲିବଲ ପ୍ରତିଯୋଗିତା ରେ ନବରଙ୍ଗପୁର ଜିଲା ର ବିଭିନ୍ନ ବ୍ଲକ ରୁ ମୋଟ ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ l ଆଜି ଶେଷ ଦିନ ରେ ଫାଇନାଲ ମ୍ୟାଚଟି ନବରଙ୍ଗପୁର ଦଳ ଓ ପାତ୍ରଗୁଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ନବରଙ୍ଗପୁର ଦଳ ପାତ୍ରଗୁଡା ଦଳକୁ ୫-୩ ପଏଣ୍ଟରେ ପରାଜିତ କରି ବିଜୟୀ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ପାପଡାହାଣ୍ଡି ଜିଲାପରିଷଦ ଜୋନ-୨ ଜିଲା ପରିଷଦ ସଭ୍ୟା ଡା. ଲିପିକା ମାଝୀ ଯୋଗ ଦେଇ ବିଜୟୀ ୧୨୦୦୦ ଟଙ୍କା ସହିତ ଏକ ଟ୍ରଫି ଓ ପରାଜିତ ଦଳକୁ ୧୦୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ l ଏଥିରେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ, କଂଗ୍ରେସ ଯୁବ ସଭାପତି ଶଶୀଧର ମାଝୀ, ପୂର୍ବତନ ସମିତି ସଭ୍ୟ ଈଶ୍ୱର ଦାସ ଓ ଭାଗବତ ମାଝୀ ପ୍ରମୁଖ ଯୋଗ ଦେଇଥିଲେ l ଟୁର୍ଣ୍ଣାମେଣ୍ଟରେ ରେଫରୀ ଭାବେ ଆଶିଷ ହରିଜନ ଏବଂ ଅନନ୍ତ ସାନ୍ତା ରହି ଅତି ଚମତ୍କାର ଭାବେ ଖେଳ ପରିଚାଳନା କରିଥିଲେ l ଟୁର୍ଣ୍ଣାମେଣ୍ଟ କମିଟି ର ସଭାପତି ଯୋଗେଶ୍ୱର ମାଝୀ, ଭୀମ, କାମଦେବ, ଯୋଗେସ ଓ ଅନ୍ୟ କମିଟି ମେମ୍ବର ମାନଙ୍କ ସହଯୋଗ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ବିବେକ ସେନା ତରଫରୁ ଶହୀଦ ଲକ୍ଷ୍ମଣ ନାୟକ ଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ଝରାଡିହି ସେକ୍ସନ ପକ୍ଷରୁ ୭୩’ ତମ ବନମୋହତ୍ସବ ପାଳିତ

Leave a Comment

error: Content is protected !!