ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅନ୍ନପୂର୍ଣ୍ଣା ସାହୁ ଙ୍କ କବିତା ଶ୍ରୀ ଗଣେଷ

ଶ୍ରୀ ଗଣେଷ

         ଅନ୍ନପୂର୍ଣ୍ଣା ସାହୁ

ବହୁ ତାପସ୍ୟାର ଘଟିଥିଲା ଅନ୍ତ
    ଯେବେ ଆସିଥିଲ ତୁମେ ଗଜାନନ
ପୁତ୍ର ପାଇବାର ପ୍ରତିକ୍ଷାର ଶେଷ
    ହୋଇଥିଲା ଯେବେ ତୁମରି ଜନ୍ମ
ମାତାଙ୍କ ବଚନ ପାଳିବାର ପାଇଁ
     କରିଥିଲ ତୁମେ ମସ୍ତକଦାନ
ତୁମରି ସେ ତ୍ୟାଗ ଜାଣିଛି ସଂସାର
     ଜାଣେ ଏ ଦୁନିଆଁ ତୁମେ ମହାନ
ବିଶ୍ୱ ବ୍ରହ୍ମାଣ୍ଡରେ ତୁମେ ସର୍ଵପୂଜ୍ୟ
       କର ସଦା ତୁମେ ବୁଦ୍ଧିଦାନ
ସବୁ ଶୁଭ ଲାଭ ତୁମଠୁ ଆରମ୍ଭ
      ତୁମେ ପରା ଅଟ ସର୍ବଶକ୍ତିମାନ
ଗଣ ବେଶଧାରୀ ତୁମେ ଗଜାନନ
       ଦୁଃଖ ବୁଝିଜାଣି ସଭିଙ୍କ ମନ
ବୁଦ୍ଧିବଳେ ଜିଣିଥିଲ ଭୁମଣ୍ଡଳ
      ସଵାରୀ କରି ମୂଷିକ ବାହାନ
ଯେତେ ପୂଜା ବ୍ରତେ ଆଗେ ପାଉ ପୂଜା
       ତୁମେ ପରା ଅଟ ବିଘ୍ନ ନାଶନ
ଶ୍ରୀ ଗଣେଷ ରୂପେ ପାଉଥାଉ ପୂଜା
   ତୁମେପରା ପାର୍ବତୀ ନନ୍ଦନ

         ଭୁବନପୁର, ବାଲିଅନ୍ତା

Related posts

ଆଜି ଉତ୍କଳ ଗୌରବ ମଧୁ ବାବୁ ଙ୍କୁ ସ୍ମରଣ କରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଥଣ୍ଡା ପାନୀୟ ବଣ୍ଟନ

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ନୌକା

କରୋନା ସଚେତନତା ବାର୍ତ୍ତା ନେଇ ଯୁବ ସମାଜସେବୀ ଅଜୟ ବେହେରାଙ୍କ କଟକରୁ ଦିଲ୍ଲୀ ପଦଯାତ୍ରା; ରାଇରଙ୍ଗପୁରରେ ଉତ୍ସସ୍ବିତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!