ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଢିଲା ତାତି ଶୁଖିଲା ପୋଖରୀ

ଜନସାଧାରଣଙ୍କ ସମେତ ଗାଈଗୋରୁ ଡହକ ବିକଳ

ଚହଲା ଖନନ ପାଇଁ ଦାବୀ

ରୁପ୍ରା, ୯/୩ : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ ରୁପ୍ରା ଗ୍ରାମ ପଞ୍ଚାୟତ ଅଧିନ ୭୨ ଏକର ଆୟତନ ବିଶିଷ୍ଟ ସୂନାମୁହିଁ ସାଗରର ଅବସ୍ଥା ଦୀର୍ଘ ତିନିବର୍ଷ ହେଲା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି । ଏହା ରୁପ୍ରାବାସୀଙ୍କ ପ୍ରାଣକେନ୍ଦ୍ର ଥିବାବେଳେ ଉକ୍ତ ସାଗରରୁ ମାଛଧରି ଅନେକ ପରିବାର ଜୀବିକା ନିର୍ବାହ କରୁଥିବା ବେଳେ ଅନେକ ଜମିକୁ ଜଳ ସେଚନ ହୋଇପାରୁଥିଲା । ରୁପ୍ରା ସମେତ ମାଲପଡା ଓ ଫିଟରପଡାର ପ୍ରାୟ ଦୁଇ ହଜାର ଜନସାଧାରଣ ଏହି ପୋଖରୀରେ ନିର୍ଭର କରୁଥିଲେ । ଉକ୍ତ ଜଳାଶୟଟି କ୍ଷୁଦ୍ର ଜଳସେଚନ ବିଭାଗ ଅଧିନରେ ୧୯୮୫ ମସିହାରୁ ଥିବାବେଳେ ବିଭାଗ ତରଫରୁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ସାଗରର ଉନ୍ନତି ମୂଳକ କାର୍ଯ୍ୟ ହୋଇଥିଲେହେଁ ପଙ୍କୋଦ୍ଧାର କେବେ ମଧ୍ୟ କରାଯାଇନାହିଁ । ତିନିବର୍ଷ ହେଲା ଉକ୍ତ ସାଗରରେ ଏକ ପ୍ରକାର ଗୁଳ୍ମ ଜାତ ହୋଇ ପୋଖରୀ ସାରା  ମାଡିଯିବାରୁ ପୋଖରୀଟି ଏକ ଖେଳ ପଡିଆ ସଦୃଶ୍ୟ ଦେଖାଯାଉଛି । ସାଗରର ଶୋଚନୀୟ ଅବସ୍ଥା ବାବଦରେ ବାରମ୍ୱାର ଖବର କାଗଜ ମାନଙ୍କରେ  ପ୍ରକାଶିତ ହେବାପରେ ସାଂସଦ, ବିଧାୟକ ଓ ବିଭାଗୀୟ ଅଧିକାରୀ ମଧ୍ୟ ଉକ୍ତ ସାଗର ପରିଦର୍ଶନ ପାଇଁ ଆସିଥିଲେ ।

ନର୍ଲା ବିଧାୟକ ଭୁପିନ୍ଦର ସିଂହ ଉକ୍ତ ସାଗରର ଅବସ୍ଥା ଦେଖିବା ପରେ ବିଭାଗୀୟ ବରିଷ୍ଠ ଅଧିକାରୀ ମାନଙ୍କୁ ସାଙ୍ଗରେ ଆଣି ସାଗରର ଅବସ୍ଥା ଦେଖାଇଥିଲେ । ସାଗର ଅବସ୍ଥାକୁ ଦେଖି ଉନ୍ନତି ମୂଳକ କାର୍ଯ୍ୟପାଇଁ ୬୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବିଧାୟକ  ପ୍ରକାଶ କରିଥିଲେ । ଫଳରେ ସାଗରର ଉନ୍ନତି ମୂଳକ କାର୍ଯ୍ୟ ଆରମ୍ଭ କରିବା ପାଇଁ ପୋଖରୀରୁ କିପରି  ଜଳ ନିଷ୍କାଷନ ହୋଇପାରିବ ସେଥିପାଇଁ ଡିସେମ୍ୱର ମାସରେ ଗ୍ରାମ୍ୟ କମିଟିର ଆହ୍ୱାନରେ ଜଗନ୍ନାଥ ମନ୍ଦିର ପରିସରରେ ଜନସାଧାରଣ ତଥା ବୁଦ୍ଧିଯିବୀଙ୍କ ଉପସ୍ଥିତିରେ ଅବସରପ୍ରାପ୍ତ ଶିକ୍ଷକ ଗୋପାଳ କୃଷ୍ଣ ବେହେରାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସମସ୍ତଙ୍କ ସହମତି ଅନୁଯାୟୀ ପୋଖରୀର ଆଡି କଟାଯାଇ ଜଳ ନିଷ୍କାସନ କରାଯାଇଛି । 

ଏହି ସାଗରର ଶୋଚନୀୟ ଅବସ୍ଥା ବାବଦରେ  ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଜାଣିବା ପରେ ସ୍ଥାନୀୟ ବିଧାୟକ ଭୂପିନ୍ଦର ସିଂହଙ୍କ ସହ ଆଲୋଚନା କରି ଫେବୃଆରୀ ୨୫ ତାରିଖ ଦିନ ଅପରାହ୍ନରେ ଉକ୍ତ ସାଗର ପରିଦର୍ଶନରେ ଆସିଥିଲେ ।ମାତ୍ର ଦୀର୍ଘଦିନ ପରେ ମଧ୍ୟ ଉକ୍ତ ସାଗରର ଉନ୍ନତି କରଣ ପାଇଁ ୬୨ ଲକ୍ଷ ଟଙ୍କା  ମଞ୍ଜୁର ହୋଇଥିଲେ ମଧ୍ୟ ଟେଣ୍ଡର୍ ହୋଇନଥିବାରୁ ସେମିତି ଟଙ୍କା ପଡିରହିଥିବା ଜଣାପଡିଛି । ମାତ୍ର ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଯାଇଥିବାରୁ ଉକ୍ତ ପୋଖରୀ ଶୁଖା ପଡିରହିଥିବା ବେଳେ ଜନସାଧାରଣ ସ୍ନାନ ଶୌଚ ପାଇଁ ବହୁତ ଦୁଃଖ ପାଉଛନ୍ତି, କାରଣ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଫଳରେ ନଈନାଳ ମାନଙ୍କରେ ମଧ୍ୟ ଜଳସ୍ରୋତ ନଥିବାରୁ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଯାଇଛି । ଏହା ବ୍ୟତିତ ପାଣି ଟିକିଏ ପାଇଁ ଗାଈଗୋରୁ, ଛେଳିମେଣ୍ଡା ଓ ବିଭିନ୍ନ ପକ୍ଷୀ ବହୁତ କଷ୍ଟ ପାଉଥିବା ଦେଖିବାକୁ ମିଳିଛି ।

ପୋଖରୀ ବାବଦରେ ନର୍ଲା କ୍ଷୁଦ୍ର ଜଳ ସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ସୌମ୍ୟରଞ୍ଜନ ମାଝୀଙ୍କ ମତାମତ ଜାଣିବାରୁ କହିଲେ  ଉକ୍ତ ପୋଖରୀର ଉନ୍ନତି କରଣ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ରାଜ୍ୟ କମିଟିରୁ ମଧ୍ୟ CWC (Central Water Comission) ଙ୍କ ପାଖକୁ ଏପ୍ରୁଭ୍ ପାଇଁ ଯାଇଛି ଓ ଆସନ୍ତା ମାସରେ ଟେଣ୍ଡର୍ ପ୍ରକ୍ରୀୟା ହେବ ଓ ଖୁବ୍ ଶିଘ୍ର ପୋଖରୀର ଉନ୍ନତି ମୂଳକ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯିବ ବୋଲି କହିଲେ । ତଥାପି ଜଳ ସଙ୍କଟ ସମସ୍ୟାର ସମାଧାନ ପାଇଁ ଦରକାର ମୁତାବକ ସ୍ଥାନରେ ତିନୋଟି ଚହଲା ଖନନ କରିବାପାଇଁ କ୍ଷୁଦ୍ର ଜଳ ସେଚନ ବିଭାଗ ହେଉକି ବ୍ଲକ୍ ପ୍ରଶାସନ ଶିଘ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି ।ପ୍ରଦୀପ କୁମାର ସେନାପତି ଙ୍କ ରିପୋର୍ଟ 

Related posts

ତ୍ରିନାଥ ପଟ୍ଟନାୟକ ଙ୍କ କବିତା କାଳିଆର ରଥଯାତ୍ରା

Sunil Chandra Nayak

ଜଗଜ୍ଜୀବନ ସା ଙ୍କ କବିତା ମଣିଷ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ନିଦାଘ

Leave a Comment

error: Content is protected !!