ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାୱାର କଟ୍ ସମସ୍ୟାକୁ ନେଇ ବିଦ୍ଯୁତ୍ ଜେଇଙ୍କୁ ଘେରିଲେ ଉପଭୋକ୍ତା

ବାଲେଶ୍ବର,୧୧/୫/୨୨- ଟାଟା ପାୱାର ଦାୟିତ୍ୱ ନେବାଠାରୁ ବାରମ୍ବାର ପାୱାର କଟ୍ ଜାରି ରହୁଛି । ଯାହା ଫଳରେ ଉପଭୋକ୍ତା ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ବିଦ୍ଯୁତ୍ ଜେଇଙ୍କୁ ଘେରାଉ କରିବା ପାଇଁ ପଛାଉ ନାହାନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ୫ ନମ୍ବର ଜିଲ୍ଲାପରିଷଦ ଜୋନ ଝାଟିଆ ଷ୍ଟ୍ରକଚରରେ । କୌଣସି କାରଣ ନଥାଇ ଅଘୋଷିତ ଭାବେ ବାରମ୍ବାର ଦୈନିକ ପାୱାର କଟ୍ ଦ୍ବାରା ଉପଭୋକ୍ତା ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ବାବଦରେ ପୂର୍ବରୁ ମଧ୍ୟ ଟାଟା ପାୱାର ଖଇରାକୁ ଅଭିଯୋଗ ପ୍ରଦାନ କରାଯାଇଥିଲା । ହେଲେ କୌଣସି ଅଭିଯୋଗକୁ ଜେଇ ଶୁଭ୍ରାଂଶୁ ପରିଡା କର୍ଣ୍ଣପାତ କରୁ ନଥିବାରୁ ଶେଷରେ ବାଧ୍ୟ ହୋଇ ଷ୍ଟ୍ରକଚର ନିକଟରେ ଜେଇ ଶ୍ରୀଯୁକ୍ତ ପରିଡାଙ୍କୁ ଘେରାଉ କରିଛନ୍ତି ଉପଭୋକ୍ତା ମାନେ । ଆଉ ଏଭଳି ମନମୁଖି ପାୱାର କଟ୍ କୁ ବରଦାସ୍ତ କରାଯିବ ନାହିଁ ବୋଲି ଉପଭୋକ୍ତା ମାନେ ଜେଇଙ୍କୁ ଚେତାବନୀ ଦେଇଛନ୍ତି । ଯଦି ଏଭଳି ପାୱାର କଟ୍ ଜାରିରୁହେ ଆଗାମୀ ଦିନରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ଟାଟା ପାୱାର ହିଁ ଦାୟୀ ରହିବ ବୋଲି ଜ୍ଞାନରଞ୍ଜନ ଆଚାର୍ଯ୍ୟ, ସାବିତ୍ରୀ ରାଉଳ, ବିଶ୍ବ ଭୂଷଣ ପ୍ରଧାନ, ଶ୍ରୀଧର ପତି, ବନମାଳି ପ୍ରଧାନ, ରାମଚନ୍ଦ୍ର ପତି ଓ ମିତାଲୀ ଯେନା ପ୍ରମୁଖ ସମ୍ମିଳିତ ଉପଭୋକ୍ତା ମାନେ ପ୍ରକାଶ କରିଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ଏମ୍ ରାମପୁର ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତା ରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ମୁକ୍ତିରାଣୀ ଦେବତା ଙ୍କ କବିତା ସତ୍ୟମ ଶିବମ ସୁନ୍ଦରମ୍

Leave a Comment

error: Content is protected !!