ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଦ୍ୟପାନରେ ଓଡିଶା ଆଗରେ… ଜାତୀୟ ହାରରୁ ଅଧିକ

ସାରା ରାଜ୍ୟରେ ଲୋକମାନେ ଦିନକୁ ଦିନ ଅଧିକ ମଦ୍ୟପାନ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ମଦ୍ୟପାନରେ ଜାତୀୟ ହାରକୁ ପଛରେ ପକାଇଲା ଓଡ଼ିଶା । ଏପରିକି ବଡ଼ ରାଜ୍ୟମାନଙ୍କୁ ପଛରେ ପକାଇ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି । ସେପଟେ ଜାତୀୟ ସ୍ତରରେ ୧୮ ପ୍ରତିଶତ ପୁରୁଷ ମଦ୍ୟପାନ କରୁଥିବା ବେଳେ ଓଡ଼ିଶାରେ ୨୮.୮ ପ୍ରତିଶତ ପୁରୁଷ ମଦ ପିଉଛନ୍ତି। କେବଳ ପୁରୁଷ ନୁହନ୍ତି, ଓଡ଼ିଶାର ମହିଳାମାନେ ମଧ୍ୟ ଏଥିରେ ପଛରେ ନାହାନ୍ତି। କେନ୍ଦ୍ର ସରକାରଙ୍କ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୫ ଦ୍ବିତୀୟ ପର‌୍ୟ୍ୟାୟରେ ଏଭଳି ଚକିତ କଲାଭଳି ତଥ୍ୟ ସାମ୍ନାକୁ ଆସିଛି। ଅନ୍ୟପଟେ ଏନ୍ଏଫ୍‌ଏଚ୍‌ଏସ୍‌-୫ ପାଇଁ ୬,୩୬,୬୯୯ ପରିବାରକୁ ସାମିଲ କରାଯାଇଥିବା ବେଳେ ଓଡ଼ିଶାରେ ୨୬,୪୭୬ ପରିବାର ଏଥିରେ ସାମିଲ ହୋଇଥିଲେ।

ମଦ୍ୟପାନ କ୍ଷେତ୍ରରେ ୧୫ବର୍ଷରୁ ଅଧିକ ବୟସ୍କର ଲୋକଙ୍କଠାରୁ ଘର ଘର ବୁଲି ତଥ୍ୟ ସଂଗ୍ରହ କରାଯାଇଥିଲା। ଅରୁଣାଚଳ ପ୍ରଦେଶ ୫୨.୭, ଝାଡ଼ଖଣ୍ଡରେ ୩୫, ଛତିଶଗଡ଼ ୩୪.୮, ତାମିଲନାଡ଼ୁ ୨୫.୪, ଉତ୍ତରଖଣ୍ଡ ୨୫.୫, ପଞ୍ଜାବ ୨୨.୮, ମଧ୍ୟପ୍ରଦେଶ ୧୭.୧, ଉତ୍ତର ପ୍ରଦେଶ ୧୪.୬ ଓ ହରିଆଣା ୧୬.୧ ପ୍ରତିଶତ ଲୋକ ମଦ୍ୟପାନ କରୁଛନ୍ତି। ସେହିପରି ଜାତୀୟସ୍ତରରେ ୧.୬ ପ୍ରତିଶତ ମହିଳା ମଦ୍ୟପାନ କରୁଥିବା ବେଳେ ଓଡ଼ିଶାରେ ଏହା ୪.୩ ପ୍ରତିଶତ ରହିଛି। ଓଡ଼ିଶାରେ ଉଭୟ ପୁରୁଷ ଓ ମହିଳା ମଦ୍ୟପାନରେ ଜାତୀୟ ହାରକୁ ପଛରେ ପକାଇ ଦେଇଥିବା ସର୍ଭେରୁ ଜଣାପଡ଼ିଛି। ରାଜ୍ୟରେ ସହରାଞ୍ଚଳରେ ୨୨.୭ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୩୦.୨ ପ୍ରତିଶତ ପୁରୁଷ ମଦ୍ୟପାନ କରୁଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

ଵିଦ୍ୟାଧର ସାହୁଙ୍କ(ସଂଗୃହୀତ)ରିପୋର୍ଟ….

Related posts

ଯୌତୁକ ଜନିତ ହତ୍ୟା ,ଜଣେ କୋର୍ଟ ଚାଲାଣ

ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

ଜନ ରଞ୍ଜନ ପ୍ରଧାନ ଙ୍କ କବିତା – ଜୀବନ

Sunil Chandra Nayak

Leave a Comment

error: Content is protected !!