ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେହେରା ଲଖିରାମ ଅଗ୍ରଓ୍ୱାଲ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ବେହେରା -:   ଧର୍ମଗଡ ବ୍ଳକ ଅନ୍ତର୍ଗତ ବେହେରା ଲଖିରାମ ଅଗ୍ରଓ୍ୱାଲ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟରେ ଆଜି ମହିଳା ଆତ୍ମ ସୁରକ୍ଷା ତାଳିମ ଶିବିର ଉଦଯାପିତ ହୋଇଯାଇଛି। ଆଠ ଦିନ ବ୍ୟାପି ଏହି ଶିବିରକୁ ପ୍ରଶିକ୍ଷିକା ମାଳତୀ ପଟେଲ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ କଲେଜ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଦନ୍ତେଶ୍ବରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୁପେନ୍ଦ୍ର ବାଣୁଆ ମୂଖ୍ଯ ଅତିଥି ଭାବରେ ଯୋଗ ଦେଇଥିଲେ। ମୂଖ୍ଯ ବକ୍ତା ଭାବରେ ଯୁବ ରେଡକ୍ରସ ସଂଯୋଜକ ଅଧ୍ୟାପକ ମୋହନ ଚରଣ ବିଷି ଯୋଗଦେଇଥିଲେ। ବେହେରା ସମିତି ସଭ୍ଯ କିଶୋର ନାଗ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଚକ୍ରଧର ବାରିକ,ସୁରେନ୍ଦ୍ର ନାଏକ ପ୍ରମୂଖ ମଞ୍ଚାସୀନ ଥିଲେ। ଇତିହାସ ଅଧ୍ୟାପକ ନିକୁଞ୍ଜ ସାହୁ ସ୍ବାଗତ ଭାଷଣ ଦେଇଥିଲେ।ସଭାଟିକୁ ଅଧ୍ୟାପକ ଅକ୍ଷୟ ପଟ୍ଟନାୟକ ସଂଯୋଜନା କରିଥିଲେ ତଥା ଖେଳ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଆତ୍ମ ସୁରକ୍ଷା ତାଳିମ ନେଇଥିବା ଛାତ୍ରୀମାନେ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ। ପ୍ରଶିକ୍ଷିକା ଓ ଛାତ୍ରୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଫକିର ଚଣ୍ଡି,ଆଶୋକ ଚଣ୍ଡି,ସାନୁର୍ଯ୍ୟ ଗୋପାଳ ସହଯୋଗ କରିଥିଲେ। ।ମହାବିଦ୍ୟାଳୟର ଏକାଦଶ ଶ୍ରେଣୀର ୭୩ଜଣ ଛାତ୍ରୀ ପ୍ରଶିକ୍ଷଣ ନେଇଥିଲେ। ବେହେରା ରୁ କାମେସ ନାଗ ଙ୍କ ରିପୋର୍ଟ

Related posts

ଜାତି ସମାଜର ମୁଖ୍ୟମାନଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ 

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଭାତ

Sunil Chandra Nayak

ରତି ନାରାୟଣ ରାଉତ ଙ୍କ କବିତା – ବିଶ୍ରାମ

Sunil Chandra Nayak

Leave a Comment

error: Content is protected !!