ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହିଳାଙ୍କୁ ସଶକ୍ତ କରିବା ପାଇଁ ଅଭିନବ ପ୍ରୟାସ…

ଏଣିକି ହସ୍ପିଟାଲର ଦାୟିତ୍ୱ ସମ୍ଭାଳିବେ ଏସଏଚଜି ମହିଳା….

 ଏଣିକି ହସ୍ପିଟାଲର ପରିଚାଳନା ଦାୟିତ୍ୱ ସମ୍ଭାଳିବେ ଏସଏଚଜି ମହିଳା । ମିଶନ ଶକ୍ତି ଅନ୍ତର୍ଗତ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ଅଧିକ ସଶକ୍ତ କରିବାକୁ ଯାଇ ରାଜ୍ୟ ସରକାର ପୁଣି ଏକ ବଡ଼ ପଦକ୍ଷେପ ନେଇଛନ୍ତି । ତେବେ ରାଜ୍ୟରେ ଥିବା ହସ୍ପିଟାଲଗୁଡ଼ିରେ ଏସଏଚଜି ମହିଳାମାନଙ୍କୁ ସରକାର ନୂଆ ଦାୟିତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଏସଏଚଜି ମହିଳା ସଦସ୍ୟାଙ୍କୁ ଆଉ ୧୩ଟି ନୂତନ କାର୍ଯ୍ୟ ହସ୍ତାନ୍ତର କରାଯିବ । ହସ୍ପିଟାଲରେ ଡାଏଟ ମ୍ୟାନେଜମେଣ୍ଟ, ହାଉସକିପିଂ, ହେଲ୍ପଡେସ୍କ ପରିଚାଳନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ସଚେତନତା ସୃଷ୍ଟି, ମହାପ୍ରୟାଣ ଗାଡ଼ି ପରିଚାଳନା ଆଦି ୧୩ଟି କାର୍ଯ୍ୟରେ ଏସଏଚଜି ସଦସ୍ୟା ନିୟୋଜିତ ହେବେ ।

ଏନେଇ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ସୁମିତ୍ରା ସେନାପତି ମେଡିକାଲ କଲେଜ ଓ ହସ୍ପିଟାଲ ଡିନ ଓ ପ୍ରିନ୍ସିପାଲ ଏବଂ ସିଡିଏମଓମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ମିଶନ ଶକ୍ତି ଏବଂ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ଗାଇଡଲାଇନ ଅନୁସାରେ ଏମାନେ ସରକାରୀ କାର୍ଯ୍ୟରେ ନିୟୋଜିତ ହେବେ । ଅନ୍ୟପଟେ ପୂର୍ବରୁ ଏସଏଚଜି ସଦସ୍ୟାଙ୍କ ଜୀବିକାରେ ଉନ୍ନତି ଆଣିବା ପାଇଁ ସରକାର ବହୁ ପଦକ୍ଷେପ ନେଇଛନ୍ତି । ଧାନକିଣା ଠାରୁ ଆରମ୍ଭ କରି ଗାଁ ଗାଁରେ ବ୍ୟାଙ୍କସେବା, ଜଳ ଓ ପରିମଳ ପରିଚାଳନା, ମାଛଚାଷ, ସବୁଠି ସେମାନେ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ତୁଳସୀ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକର ପ୍ରତ୍ୟେକ ଗ୍ରାମାଞ୍ଚଳରେ ବୋଲେନ୍ ଯାତ୍ରା ଆୟୋଜିତ ହେଉଛି

କବିତା ସାହୁ  ଙ୍କ କବିତା ଆସିଲାନି ଶୀତ 

Sunil Chandra Nayak

Leave a Comment

error: Content is protected !!