ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁଆ ଆଡାସ୍ଥଳୀ ଉପରେ ପୋଲିସ ଚଢ଼ାଉ : ୮ଟି ବାଇକ ମୋବାଇଲ ସହ ୯୫ ହଜାର ଟଙ୍କା ଜବତ ଏବଂ ୬ ଜଣଙ୍କୁ କୋର୍ଟ ଚାଲାଣ

ଗୋଳାମୁଣ୍ଡା/ମସିହା/୧୬/୫/ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଘୋଟିଆ ମଣ୍ଡି ପଛପଟେ ଥିବା ଟିକେନ୍ ଜୋର ପାଖରେ ଜୁଆ ଖେଳୁଥିବା ସମୟରେ କୌଣସି ମତେ ଦଶପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ଖବର ପାଇ ନିଜ ଷ୍ଟାଫ ଏବଂ ଗୋଳାମୁଣ୍ଡା ଥାନା ଅଧିକାରୀ ଯୁଗଳ ଶବର ଓ ଥାନା କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଜୁଆ ଆଡାସ୍ଥଳୀ ଉପରେ ଚଢ଼ାଉ କରିଥିଲେ । ପୋଲିସ ଆଠଟି ବାଇକ,ମୋବାଇଲ ସହ ୯୫ ହଜାର ଟଙ୍କା ଜବତ କରିଥିବା ସଙ୍ଗେ ୬ଜଣ ବ୍ୟକ୍ତିଙ୍କୁ ଅଟକ ରଖି ଆଜି ସକାଲେ ଗୋଳାମୁଣ୍ଡା ପୋଲିସ କେଶ ନଂ ୯୦/୨୦୨୨/୧୬/୫/୨୨ରେ ରୁଜୁ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ସେହି ୬ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ପ୍ରକାଶ ଚନ୍ଦ୍ର ମେହେର (୫୬ )ଚିଚିଗୁଡା ଥାନା ଜୁନାଗଡ଼, ଅନନ୍ତ ସାହୁ (୪୫ )ସାନଚେରଗାଁ,ନବ ପୁଟେଲ (୪୨ )କେଗାଁ ଥାନା କେଗାଁ , ଦେବେନ୍ଦ୍ର କଟା (୨୯) ଚାହାରପାଳି ଥାନା ସିନାପାଲି,ନୃପରାଜ ମେହେର (୪୨ )ଲିମସେର,ଅରକ୍ଷିତ ମେହେର (୪୧ )ଲିମସେର ଥାନା ଗୋଳାମୁଣ୍ଡା ବୋଲି ଜଣାପଡିଛି ।ସମସ୍ତ ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ଯୁଗଳ ଶବର ଙ୍କଠାରୁ ପ୍ରକାଶି।ଏହି ସମ୍ପର୍କରେ ଆଇଆଇସି ଯୁଗଳଶବର ଙ୍କୁ ପ୍ରତିକ୍ରିୟା ମାଗିବାରୁ ମନା କରିଥିଲେ,।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା,

Related posts

ରାଇରଙ୍ଗପୁର ମହାବିଦ୍ୟାଳୟର +୩ ବିଜ୍ଞାନ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଦ୍ବାରା ଉଦ୍ଧାର

Sunil Chandra Nayak

ଆରପାରି ରେ  କଳାହାଣ୍ଡିର ପୂର୍ବତନ ଲୋକସଭା ସଦସ୍ୟ ସୁବାସ ଚନ୍ଦ୍ର ନାୟକ

Sunil Chandra Nayak

ଅବକାରୀ ବିଭାଗ ପକ୍ଷରୁ ୪୦ ବୋତଲ ବେଆଇନ କଫ ସିରଫ, ଜବତ ଜଣେ ମହିଳା ଗିରଫ

Sunil Chandra Nayak

Leave a Comment

error: Content is protected !!