ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା – କମ୍ରେଡ ବନମାଳୀ ଧୁପାଳଙ୍କ ପ୍ରଥମ ସ୍ମୃତି ଚାରଣ ସଭା

ଖଟିଖିଆ ଓ ମେହନତୀ ଶ୍ରମିକଙ୍କ ସ୍ବର ଥିଲେ କମ୍ରେଡ ବନମାଳୀ

ରାଉରକେଲା/ ଖଟିଖିଆ ଓ ମେହନତୀ ଶ୍ରମିକଙ୍କ ସ୍ବର ଥିଲେ କମ୍ରେଡ ବନମାଳୀ ଧୁପାଳ। ସେ ଥିଲେ ସେମାନଙ୍କର ତ୍ରାଣକର୍ତା। ସେ ଶ୍ରମିକଙ୍କ ପ୍ରତ୍ୟେକ ସମସ୍ୟା ସହ ଅଙ୍ଗାଅଙ୍ଗୀ ଭାବେ ଜଡିତ ଥିଲେ ବୋଲି ତାଙ୍କର ପ୍ରଥମ ସ୍ମୃତି ଚାରଣ ସଭାରେ ଅତିଥିମାନେ ମତ ପ୍ରକାଶ କରିଥିଲେ। କମ୍ରେଡ ବନମାଳୀ ଧୁପାଳ ଚାରିଟେବୁଲ ଟ୍ରଷ୍ଟ ପରିଚାଳିତ ଅଲ ଇଣ୍ଡିଆ ଓମେନ୍ସ ଆଣ୍ଡ ଚାଇଲ୍ଡ ୱେଲଫେୟାର ଆସୋସିଏସନ୍ ତରଫରୁ ଡଃ ମଧୁସ୍ମିତା ଧୁପାଳ ଓ ଡାକ୍ତର ଦୀପ୍ତିରଂଜନ ତ୍ରିପାଠୀଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ,ସ୍ତମ୍ଭକାର ଭୂପେନ ମହାପାତ୍ର, ଡଃ ପ୍ରଭାତ କୁମାର ମଲ୍ଲିକ, ଡାକ୍ତର ଶ୍ରଦ୍ଧାନନ୍ଦ ମହାପାତ୍ର, ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର, ବିଜେପି ନେତା ଧୀରେନ ସେନାପତି, କମ୍ରେଡ ବିମାନ ମାଇତି, ପ୍ରଦୋଷ ମହାନ୍ତି, ରାଜକିଶୋର ପ୍ରଧାନ, ଶ୍ରମିକ ନେତା ପ୍ରଶାନ୍ତ ବେହେରା, ଅକ୍ଷୟ ରାଉତ, ଏ.କେ.ମଲ୍ଲିକ, ଶିକ୍ଷାବିତ୍ ରାଜକୁମାର ମହାନ୍ତି ପ୍ରମୁଖ ସ୍ବର୍ଗତ କମ୍ରେଡ ଧୁପାଳଙ୍କ ସ୍ମୃତି ଚାରଣ କରିବା ସହ ଶ୍ରମିକଙ୍କ ଆନ୍ଦୋଳନରେ ତାଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ। ସ୍ବର୍ଗତ ଧୂପାଳ ଆଦିବାସୀ ଅଧ୍ୟୁଷିତ କୋଇଡା, କାଲଟା, ଟେନସା ଭଳି ଅଗମ୍ଯ ଦୁର୍ଗମ ଅଂଚଳରେ ଶ୍ରମିକଙ୍କ ସମସ୍ୟାକୁ ନେଇ ଲଢେଇ କରୁଥିଲେ । ଶ୍ରମିକଙ୍କ ପାଇଁ ତାଙ୍କ ତ୍ୟାଗ ସର୍ବଦା ଚିରସ୍ମରଣୀୟ ହୋଇ ରହିବ। ମୃତ୍ୟୁ ପରେ ତାଙ୍କର ଅଙ୍ଗ ଦାନ କରି ମାନବ ଦର୍ଶନ ଯଥାର୍ଥତା ପ୍ରତିପାଦନ କରିପାରିଛନ୍ତି ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ କବି ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତ ସ୍ବର୍ଗତ ଧୁପାଳଙ୍କ ଉଦ୍ଦେଶ୍ୟରେ ଏକ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମର ଆବାହିକା ଡଃ ଧୁପାଳ ପିତା ସ୍ବର୍ଗତ ଧୁପାଳଙ୍କ ଶ୍ରମିକଙ୍କ ପାଇଁ ଜୀବନବ୍ୟାପୀ ସଂଘର୍ଷର ଅବତାରଣା କରିଥିବା ବେଳେ ଜ୍ବାଇଁ ଡାକ୍ତର ତ୍ରିପାଠୀ ସ୍ବର୍ଗତ ଧୁପାଳଙ୍କ କର୍ମମୟ ଜୀବନ କିପରି ପ୍ରେରିତ କରିଛି ସେ ସଂପର୍କରେ ମତ ରଖିଥିଲେ। ଏହା ସହ ଅନୁଷ୍ଠାନ ତରଫରୁ କୁମଝରିଆ ବ୍ଲକ ଅନ୍ତର୍ଗତ ଲାସେ ଗ୍ରାମରେ ପୋଷାକ ବଣ୍ଟନ ସହ ସ୍ବାସ୍ଥ୍ୟ ସେବା ଶିବିର, ଶାନ୍ତି ଭବନଠାରେ ଖାଦ୍ୟ ବଣ୍ଟନ ଓ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ତଥା ଔଷଧ ବଣ୍ଟନ ଓ କ୍ୟାନସର ରୋଗୀଙ୍କ ଉଇଗ ପାଇଁ କେଶ ଦାନ ସଂପର୍କରେ ଆଲୋଚନା କରିଥିଲେ। ସ୍ବୟଂ ଡଃ ଧୁପାଳ ଓ ସୁଚିତ୍ରା ନାୟକ କେଶ ଦାନ କରି ଏହି କାର୍ଯ୍ୟ ସଂପାଦନ କରିବେ ବୋଲି କହିଥିଲେ। ସେହିପରି ପାଠ୍ୟକ୍ରମ ରେ ନୈତିକତା, ମୂଲ୍ୟବୋଧ ଓ ସମାଜସେବା ଅନ୍ତର୍ଭୁକ୍ତ ହେବା ସଂପର୍କରେ ମତ ରଖିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ତର୍କ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମର ସଭାପତି ପ୍ରମୋଦ ସାମଲ ଓ ଚନ୍ଦ୍ରଭାନୁ ଦାସ ମଂଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଜୋସ୍ନାମୟୀ ଧୁପାଳ,ଲକ୍ଷ୍ମୀ ନାରାୟଣ ରାଓ,ଦୈତାରୀ ସାହୁ,ଅଂଶୁମାନ ତ୍ରିପାଠୀ, ପ୍ରିୟବ୍ରତ ଦାସ ପ୍ରମୁଖ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର

Sunil Chandra Nayak

ସରପଞ୍ଚ ସଙ୍ଘ ପକ୍ଷରୁ ବ୍ଳକ ସ୍ତରୀୟ କାର୍ଯ୍ଯ କାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

ସଚେତନତା ଧର୍ମି କଥାବସ୍ତୁ କୁ ନେଇ ମୁକ୍ତିଲାଭ କଲା “ବଦନି” କ୍ଷୁଦ୍ର ଚଳଚ୍ଚିତ୍ର

Sunil Chandra Nayak

Leave a Comment

error: Content is protected !!