ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମସୀହା ପ୍ରଭାବ : କୁମ୍ଭାରୀରେ ରାସ୍ତା ସଫେଇ କାର୍ଯ୍ୟକ୍ରମ

ଟେମରି (ମ.ନି.ସ ):-ଗୋଲାମୁଣ୍ଡା ବ୍ଲକ ଟେମରି ଗ୍ରାମ ପଂଚାୟତର କୁମ୍ଭାରୀ ଗ୍ରାମରେ ଗତ ମାର୍ଚ୍ଚ ମାସରେ ମସିହାରେ ପ୍ରକାଶିତ ହୋଇଥିବା “କୁମ୍ଭାରୀ ପୋଖରୀ ରାସ୍ତା ଅଳିଆବର୍ଜନା ପରିପୂର୍ଣ୍ଣ ” ଖବର ନୂତନ ସରପଞ୍ଚ ଓ ୱାର୍ଡମେମ୍ବର ବୃନ୍ଦଙ୍କୁ ପ୍ରଭାବିତ କରିଛି, ଯାହାଫଳରେ ଗାଁର ମଙ୍ଗଳ ପାଇଁ ରାସ୍ତା ସଫେଇ କାର୍ଯ୍ୟକ୍ରମ ହାତକୁ ନେଇ ବୁଦ୍ଧିଜୀବି ମହଲରେ ଚର୍ଚ୍ଚିତ ହୋଇଛନ୍ତି l ଦୀର୍ଘ 10ବର୍ଷ ଧରି ଜମି ରହିଥିବା ଅଳିଆବର୍ଜନା ପରିପୂର୍ଣ୍ଣ କୁମ୍ଭାରୀ ଚାରିକୋଣିଆ ପୋଖରୀ ରାସ୍ତା ଟେମରି ଗ୍ରାମ ପଂଚାୟତ ତରଫରୁ ସରପଞ୍ଚ ଶ୍ରୀ ମତି ଲକ୍ଷ୍ମୀ ସାଙ୍କ ତତ୍ୱାବଧାନରେ ୱାର୍ଡମେମ୍ବର ଙ୍କ ଜରିଆରେ ରାସ୍ତା ସଫେଇ କରାଯାଇଛି l ଆଗକୁ ପଂଚାୟତର ଗ୍ରାମମାନଂକରେ ଅଳିଆବର୍ଜନା କୁଣ୍ଡ ତିଆରି କରାଯିବ ବୋଲି ଅଭିମତ ରଖିଛନ୍ତି l ଏହି କାର୍ଯ୍ୟକ୍ରମରେ କୁମୁଦ ସା, ଦୁଃଖୀରାମ ସା, ଲବଣି ଗୋପାଳ, ଜୟ କୁମର ସୁନାନୀ, ଦିବ୍ୟ ପଧାନ, ମଙ୍ଗଳ ସୁନାନୀ ଓ ଯତୀନ୍ଦ୍ର ପଟେଲ ତଥା ଅନ୍ୟ ୱାର୍ଡ ମେମ୍ବର ଓ ଭଦ୍ର ବ୍ୟକ୍ତି ଉପସ୍ଥିତ ଥିଲେ l

Related posts

ବେଆଇନ୍ କେମ୍ପସ କମିଟି ବିରୋଧରେ ସାମ୍ବାଦିକ ସମ୍ମିଳନୀ, ଗଣଧାରଣା ଚେତାବନୀ ଦେଲେ ଶତାଧିକ ଛାତ୍ରଛାତ୍ରୀ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଆଜିର ତାଜା ଖବର

ଅନ୍ନପୂର୍ଣ୍ଣା ସାହୁ ଙ୍କ କବିତା ମାଣବସା ବ୍ରତ

Sunil Chandra Nayak

Leave a Comment

error: Content is protected !!