Uncategorizedଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା କୃଷ୍ଣ କେଶବ by Sunil Chandra NayakAugust 23, 20220148 Share2 କୃଷ୍ଣ କେଶବ କୁଞ୍ଚିତ କୁନ୍ତଳ କୃଷ୍ଣ ସୁମଞ୍ଜୁଳ କର୍ଣ୍ଣେ କନକ-କୁଣ୍ଡଳ କୁରଙ୍ଗ ଚାହାଣି କଳାକୃଷ୍ଣ ମଣି କାୟାରେ କେଶରୀ ବଳ |(୧) କରେ ଧରି ବେଣୁ କୋଟି ହୃଦ ଜିଣୁ କୁଞ୍ଜବନେ କରୁ କେଳି କୌସ୍ତୁଭମଣ୍ଡନ କୃଷ୍ଣ ଶ୍ୟାମଘନ କଳାକାହ୍ନୁ ବନମାଳି |(୨) କାଶ୍ୟପୀର କୋଳେ କାଳିନ୍ଦୀର କୂଳେ କଦମ୍ବମୂଳେ ତୋ ଖେଳ କାଞ୍ଚନ କଙ୍କଣ କର ଆଭୂଷଣ କଟି କିଙ୍କିଣୀ ରେ ଭୋଳ |(୩) କୋକନଦଧାରୀ କୃଷ୍ଣ ତୁ କଂସାରୀ କଞ୍ଜମାଳ ତୋ ଗଳାରେ କରୁ ତୁ କୁହୁକ କଳ୍ପନା ଅନ୍ତକ କାଳୀୟ ଦଳନ ଗୋପରେ |(୪) କମନୀୟା ପ୍ରିୟ କଳକଣ୍ଠି ପ୍ରିୟ କଦମ୍ବମୂଳିଆ କୃଷ୍ଣ କର ଯୋଡ଼ି କହେ କରୁଣାକର ହେ! କଞ୍ଜନୟନ ମୋହନ |(୫) କରୁଣାସାଗର କରୁଣା ବିତର କଟୁ ସର୍ବ ମୋହ ମାୟା । କୁଷ୍ଣ କୃଷ୍ଣ ଭଜି କୃଷ୍ଣ ପ୍ରେମେ ମଜ୍ଜି କୃତାର୍ଥ ହେଉ ଏ କାୟା |(୬) କାୟ,,ବାକ୍ୟ,ମନ, ତୋତେ ସମର୍ପଣ କରେ ମୁଁ ପ୍ରିୟଦର୍ଶିନୀ କୃପାଳୁ କହ୍ନେଇ କୃଷ୍ଣ ନାମ ଗାଇ କଟୁ ମୋ କ୍ଷୁଦ୍ର ଜୀବନୀ |(୭) ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଜୁନାଗଡ଼ ( କଳାହାଣ୍ଡି) ଜନ୍ମଭୂମି :-ମଣ୍ଡଳ ( ବଲାଙ୍ଗିର)