ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଳିଆ ଦର୍ଶନ ନୋହିଲା ! ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ରାଇରଙ୍ଗପୁର ଏଡିଜିଏମଙ୍କ ଦେହାନ୍ତ

ମୟୂରଭଞ୍ଜ ୩୦/୬/୨୨- (ମସିହା) ମୟୂରଭଂଜ ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି । ସୂଚନାଯୋଗ୍ୟ ୪୯ ନମ୍ବର ଜାତୀୟ ରାଜପଥ ଯଶିପୁର ଠାରୁ ୫କିମି ଦୂର ଚାଇଁନେବଦା ବିଦ୍ୟାଳୟ ନିକଟରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ରାଇରଙ୍ଗପୁର କୋର୍ଟର ଏସଡିଜିଏମ ସ୍ମରଣିକା ପ୍ରଧାନଙ୍କ ପ୍ରାଣବାୟୁ ଉଡି ଯାଇଥିଲା ବେଳେ ତାଙ୍କର ସ୍ବାମୀ ବିଶ୍ବନାଥ ଜେନା ଗୁରୁତର ଆହତ ହୋଇଛନ୍ତି ।ସୂଚନାଯୋଗ୍ୟ ରାତି ପାହିଲେ ଘୋଷଯାତ୍ରା । ରାଇରଙ୍ଗପୁର ଏସଡିଜିଏମ୍ ସ୍ମରଣିକା ପ୍ରଧାନ ଏବଂ ତାଙ୍କ ସ୍ବାମୀ ବିଶ୍ବଜିତ ଜେନା ସାଙ୍ଗ ହୋଇ ଟ୍ରେକା କାରରେ ଜଗା ଦର୍ଶନ ପାଇଁ ପୁରୀ ଅଭିମୁଖେ ଯାଉଥିବା ବେଳେ ଦୈବ ଦୁର୍ଘଟଣାରେ କାରଟି ଚାଇଁନେବଦା ସ୍କୁଲ ପାଖରେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇ ଗାଡ଼ିଟି କିଛି ଦୂରରେ ଓଲଟି ପଡିଥିଲା ।ଉଭୟ ବହୁ ସମୟ ଗାଡ଼ି ଭିତରେ ଚାପି ହୋଇ ପଡିରହିଥିଲେ । ପ୍ରାୟ ଅଧଘଣ୍ଟାଏ ପରେ ରାସ୍ତାରେ ଯାଉଥିବା ଲୋକେ ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ଦେଖି ଯଶିପୁର ପୋଲିସକୁ ଖବର‌ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଦୁଇଜଣଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଯଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଡାକ୍ତର ସେଠାରେ ଏସଡିଜିଏମ ସ୍ମରଣିକାଙ୍କୁ ମୃତ ଘୋଷଣା କରିଥିଲେ। ଖବରଟି ବିଜୁଳି ବେଗରେ ନିମିତ୍ତକେମାତ୍ରେ ଚାରିଆଡ଼େ ପ୍ରଚାରିତ ହୋଇଯାଇଥିଲା । ଘଟଣାସ୍ଥଳରେ ଯଶିପୁର ଜେଏମଏଫସି ବିଦ୍ୟୁତ ଲତା ମାଡାମ ପହଞ୍ଚିଥିଲେ ।ତଦସହ ରାଇରଙ୍ଗପୁର କୋର୍ଟର ବାରିପଦା ଜିଲ୍ଲା କୋର୍ଟ,କରଞ୍ଜିଆ କୋର୍ଟର ଜଣେ ଏବଂ କର୍ମଚାରୀ ପହଞ୍ଚିଥିଲେ ।ଶବ ବ୍ୟବଚ୍ଛେଦ ପାଇଁ ମୃତକଙ୍କୁ କରଂଜିଆ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନାଯୋଗ୍ୟ ଏସଡିଜିଏମ ସ୍ମରଣିକା ଏବଂ ତାଙ୍କ ସ୍ବାମୀ ବିଶ୍ବଜିତ ଜେନା ଟ୍ରେକା କାରରେ ନିଜର ପୈତୃକ ଗାଁ ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦ ବ୍ଲକର ବ୍ରହ୍ମପୁର ପଞ୍ଚାୟତର ପରଳ ଗାଁ କୁ ଯାଇଥାନ୍ତେ ।ତାଙ୍କ ଗାଁରେ ବାଲୁଙ୍କେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ଥାନ୍ତେ ! ଆସନ୍ତାକାଲି ପୁରୀରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦର୍ଶନ କରିଥାନ୍ତେ । କିନ୍ତୁ ଦୈବ ଦଉଡ଼ି ମଣିଷ ଗାଈ ଯେଣିକି ଟାଣଇ ସେଣିକି ଯାଅଇ ! ଜଗା ଦର୍ଶନ ପାଇଁ ଯାଉ ଯାଉ ଅଧା ରାସ୍ତାରେ ଜୀବନ ଯାତ୍ରାର ଅଙ୍କ ପଡ଼ିଗଲା । ଦେଢବର୍ଷ ତଳେ ସେ କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ନିକଟ ଅଁଳାକୁଦା ଗାଁ ର ବିଶ୍ବଜିତ ଜେନାଙ୍କ ସହ ବିବାହ ହୋଇଥିଲା ।ପତ୍ନୀକୁ ହରାଇ ବିଶ୍ବଜିତ ଜେନା ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିବା । ନିଜକୁ ବିଶ୍ଵାସ କରାପାରୁ ନାହାନ୍ତି ଯେ ସାତ ଜନମକୁ ସାଥୀ କରି ହାତ ଧରିଥିବା ତାଙ୍କ ପତ୍ନୀ କ’ଣ ତାଙ୍କୁ ଏକୁଟିଆ କରି ଚାଲିଗଲେ! ଯଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ କରଂଜିଆ ଉପଖଣ୍ଡ ଚିକିତ୍ସାଳୟ ଏଭଳି ଦୁଃଖଦ ଖବର ପାଇ ଲୋକରଣ୍ଯ ହୋଇ ଉଠିଛି । ରାଇରଙ୍ଗପୁର ସମେତ ତାଙ୍କ ପୈତୃକ ଗାଁ ରେ ଶୋକାକୁଳ ପରିବେଶ ହୋଇଉଠିଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ସାହିତ୍ୟ ଅଗଣା

Sunil Chandra Nayak

ନୂଆଖାଇ ଭେଟଘାଟ ଉପଲକ୍ଷେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ପତିତପାବନ

Sunil Chandra Nayak

Leave a Comment

error: Content is protected !!