ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲାରୋଡ ରେଳ ଯାତ୍ରୀ ସୁରକ୍ଷା ସମିତି ପକ୍ଷରୁ ମିଷ୍ଟାର୍ନ ବଣ୍ଟନ 

ନର୍ଲା -(ମ ନି ସ )-16/5/22 କଳାହାଣ୍ଡି ଜିଲ୍ଲା ନର୍ଲାରୋଡ ରେଳ ଷ୍ଟେସନ ରେ କୋରନା ଯୋଗୁଁ ଦ୍ରୁତ ଗାମୀ ଟ୍ରେନ ଗୁଡିକ ରହୁ ନ ଥିଲା l ବର୍ତମାନ ଗତ ଚଉଦ ତାରିଖ ଠୁ ନର୍ଲା ରୋଡ ଷ୍ଟେସନ ରେ କେନ୍ଦ୍ର ସରକାରଙ୍କ ରେଳ ବିଭାଗ ର ନିର୍ଦେଶ କ୍ରମେ ଜଗଦଳପୁର – ହାୱାରା ସମଲେଶ୍ୱରୀ ଏକ୍ସପ୍ରେସ, ପୁରୀ – ଅହମଦାବାଦ ଏକ୍ସପ୍ରେସ ଓ କୋରବା -ବିଶାଖାପାଟଣା ଏକ୍ସପ୍ରେସ ପୁନଃ ରହଣୀ ହୋଇ ଥିବାରୁ ଆଜି ନର୍ଲାରୋଡ ରେଳ ଯାତ୍ରୀ ସୁରକ୍ଷା ସମିତି ପକ୍ଷରୁ ଷ୍ଟେସନ ମାଷ୍ଟର, ଟ୍ରେନ ଡ୍ରାଇଭର ଓ ଗାର୍ଡ କୁ ମିଷ୍ଟାର୍ନ ଓ ଥଣ୍ଡା ଜଳ ଦେଇ କେନ୍ଦ୍ର ସରକାର ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ l ଏହି ଅବସରରେ ରେଳ ଯାତ୍ରୀ ସୁରକ୍ଷା ସମିତି ର ପ୍ରଦୀପ ନାଏକ, ରାମଚନ୍ଦ୍ର ପରିଡା ଙ୍କ ସମେତ ସରୋଜ ବୁଦ୍ଧିଆ, ଥବିରାମ ବୁଦ୍ଧିଆ, ଅଶ୍ୱିନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l

ନର୍ଲାରୁ ନିରଞ୍ଜନ ଗଉଡ଼ ଙ୍କ ରିପୋର୍ଟ

Related posts

ଲଡ଼ୁଗାଁ ଆମ୍ବେଦକର ଭବନ ଠାରେ ୭୩ ତମ ସମ୍ବିଧାନ ଦିବସ ପାଳିତ

Sunil Chandra Nayak

ତେରେସିଂହାରେ ତ୍ରିନାଥ ମେଳା ଅନୁଷ୍ଠିତ

Sunil Chandra Nayak

ଵହଳଦା ବନ୍ୟାଞ୍ଚଳ ଆନୁକୁଲ୍ୟରେ କୁଦରସାହି ଠାରେ ୬୮’ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

Sunil Chandra Nayak

Leave a Comment

error: Content is protected !!