ନର୍ଲା -(ମ ନି ସ )-16/5/22 କଳାହାଣ୍ଡି ଜିଲ୍ଲା ନର୍ଲାରୋଡ ରେଳ ଷ୍ଟେସନ ରେ କୋରନା ଯୋଗୁଁ ଦ୍ରୁତ ଗାମୀ ଟ୍ରେନ ଗୁଡିକ ରହୁ ନ ଥିଲା l ବର୍ତମାନ ଗତ ଚଉଦ ତାରିଖ ଠୁ ନର୍ଲା ରୋଡ ଷ୍ଟେସନ ରେ କେନ୍ଦ୍ର ସରକାରଙ୍କ ରେଳ ବିଭାଗ ର ନିର୍ଦେଶ କ୍ରମେ ଜଗଦଳପୁର – ହାୱାରା ସମଲେଶ୍ୱରୀ ଏକ୍ସପ୍ରେସ, ପୁରୀ – ଅହମଦାବାଦ ଏକ୍ସପ୍ରେସ ଓ କୋରବା -ବିଶାଖାପାଟଣା ଏକ୍ସପ୍ରେସ ପୁନଃ ରହଣୀ ହୋଇ ଥିବାରୁ ଆଜି ନର୍ଲାରୋଡ ରେଳ ଯାତ୍ରୀ ସୁରକ୍ଷା ସମିତି ପକ୍ଷରୁ ଷ୍ଟେସନ ମାଷ୍ଟର, ଟ୍ରେନ ଡ୍ରାଇଭର ଓ ଗାର୍ଡ କୁ ମିଷ୍ଟାର୍ନ ଓ ଥଣ୍ଡା ଜଳ ଦେଇ କେନ୍ଦ୍ର ସରକାର ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ l ଏହି ଅବସରରେ ରେଳ ଯାତ୍ରୀ ସୁରକ୍ଷା ସମିତି ର ପ୍ରଦୀପ ନାଏକ, ରାମଚନ୍ଦ୍ର ପରିଡା ଙ୍କ ସମେତ ସରୋଜ ବୁଦ୍ଧିଆ, ଥବିରାମ ବୁଦ୍ଧିଆ, ଅଶ୍ୱିନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l
ନର୍ଲାରୁ ନିରଞ୍ଜନ ଗଉଡ଼ ଙ୍କ ରିପୋର୍ଟ