ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେ଼ଙ୍କାନାଳ ଲକ୍ଷ୍ମୀବଜାର ସ୍ଥିତ ହୀରକ ଜୟନ୍ତୀ ର ତୃତୀୟ ଦିବସ

ଢେ଼ଙ୍କାନାଳ ( ମ ନି ସ) ୧୨/୧୦_ଆଜି ଢେ଼ଙ୍କାନାଳ ଲକ୍ଷ୍ମିବଜାର ସ୍ଥିତ ହୀରକ ଜୟନ୍ତୀ ର ତୃତୀୟ ଦିବସ ପାଳନ କରାଯାଇଛି। ମୁଖ୍ୟ ଅତିଥି ଭାବେ ମାନ୍ୟବର ବ୍ରିଗେଡିର ରାଜା ଶ୍ରୀ କାମାକ୍ଷା ପ୍ରସାଦ ସିଂହଦେଓ (ପୂର୍ବତନ କେନ୍ଦ୍ରମନ୍ତ୍ରୀ) , ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ତଥାଗତ ଶତପଥି ପୂର୍ବତନ ସାଂସଦ ଓ ଧରିତ୍ରୀ ସମ୍ପାଦକ, ସମ୍ମାନିତ ଅତିଥି ରାଣୀ ସାହେବ୍ ସାବିତ୍ରୀ ଦେବୀ, ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାରାୟଣ ଦାସ, ସଭାପତି ଜଗଦୀଶ ପ୍ରସାଦ ଅଗ୍ରୱାଲ, ସମ୍ପାଦକ ରବି ନାରାୟଣ ବେହେରା, କାର୍ଯ୍ୟକାରିଣୀ ସମ୍ପାଦକ ରଙ୍ଗାଧର ପାତ୍ର ଙ୍କ ଉପସ୍ଥିତିରେ ୭୫ ତମ ହୀରକ ଜୟନ୍ତୀ ସମାରୋହ ପାଳନ ହୋଇଥିଲା । ଆଜି ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ମହାଲକ୍ଷ୍ମୀଙ୍କ ପାଖରେ ଆଳତୀ କରିଥିଲେ। ମଞ୍ଚ ଉପରେ ଅତିଥି ମାନଙ୍କୁ ଉତ୍ତରୀୟ, ଫୁଲତୋଡ଼ା ଓ ବ୍ୟାଚ ପ୍ରଦାନ କରାଯାଇଥିଲା। ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି ୭୫ ତମ ହୀରକ ଜୟନ୍ତୀ ସମାରୋହକୁ ଉଦଘାଟନ କରିଥିଲେ। ଏହି ଅବସରରେ ଆଜି ଲକ୍ଷ୍ମୀ ବଜାର ଲକ୍ଷ୍ମୀପୂଜା କମିଟି ହୀରକ ଜୟନ୍ତୀ ସମାରୋହ ଅବସରରେ ପୂଜା କମିଟି ର ସମ୍ପାଦକ ଓ ସଭାପତି ମାନଙ୍କୁ ମିଳିତ ବଜାର କମିଟି ତରଫରୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଜରାଯାଇଥିଲା। ଏଥିରେ କର୍ମକର୍ତ୍ତା ଓ ଭକ୍ତମାନେ ଉପସ୍ଥିତ ଥିଲେ।

 ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ରୀକ୍ଷିରାମ ମେହେର ଙ୍କ କବିତା ଆଜିବି ବଞ୍ଚିଛି ତୁମରି ପାଇଁ

Sunil Chandra Nayak

ଡାବୁଗାଁ ଅଗ୍ନିଶମ ସେବା ସଂସ୍ଥା ତରଫରୁ ବିଦ୍ୟାଳୟରେ ମକ୍ ଡ୍ରିଲ ପ୍ରଦର୍ଶନ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଏଇ ମୋହରି ଗାଆଁ

Sunil Chandra Nayak

Leave a Comment

error: Content is protected !!