ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିୟମିତ ଚାକିରୀ ଦାବିରେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ୪ ହଜାର ଶିକ୍ଷକ ଶିକ୍ଷୟତ୍ରୀ

ଚାକିରୀ ନିୟମିତ କରିବା ଦାବିରେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ୪ ହଜାର ଶିକ୍ଷକ ଶିକ୍ଷୟତ୍ରୀ । ଏନେଇ ରାଜ୍ୟର ୪ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ନିୟମିତ କରିବା ଦାବିରେ ଓଡ଼ିଶା ସରକାରୀ ହାଇସ୍କୁଲ ପ୍ରାରମ୍ଭିକ ନିଯୁକ୍ତି ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ଗଣଶିକ୍ଷା ବିଭାଗ ଦ୍ୱାରା ଏହି ୪ ହଜାର ଶିକ୍ଷକଙ୍କୁ ୨୦୧୫ ଜୁନରେ ନିଯୁକ୍ତି ଦିଆଯାଇଥିଲା । ୬ ମାସ କାର୍ଯ୍ୟ କରିବା ପରେ କୌଣସି ଭୁଲ ନଥାଇ ସରକାର ସେମାନଙ୍କୁ ହଠାତ ଛଟେଇ କରିଦେଲେ । ପୁନଃନିଯୁକ୍ତି ଦାବିରେ ଦୀର୍ଘଦିନ ଧରି ସେମାନେ ରାଜରାସ୍ତାରେ ଆନ୍ଦୋଳନ କରିବା ପରେ ୨୦୧୬ ଏପ୍ରିଲରେ ପୁଣି ନିଯୁକ୍ତି ଦିଆଗଲା । ତେବେ ସରକାରଙ୍କ ନିୟମ ଅନୁସାରେ ୬ ବର୍ଷର ଶିକ୍ଷକତା ପରେ ନିୟମିତ ହେବା ସହ ସମସ୍ତ ସରକାରୀ ସୁବିଧା ସୁଯୋଗ ପାଇପାରିବେ ।ଏହି ୪ ହଜାର ଶିକ୍ଷକଙ୍କର ୨୦୨୨ ଏପ୍ରିଲରେ ୬ ବର୍ଷ ପୂରି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କୁ ନିୟମିତ କରିବା ପାଇଁ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇ ନାହିଁ । ଏହା ସମସ୍ତ ଶିକ୍ଷକଙ୍କୁ ବ୍ୟଥିତ କରିଛି । ଏନେଇ ବିଭାଗୀୟ ମନ୍ତ୍ରୀ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସୁଫଳ ମିଳିପାରି ନାହିଁ ବୋଲି ସଂଘ ମହାସଚିବ ବିଶ୍ୱଜିତ ବିଶ୍ୱାଳ କହିଛନ୍ତି । ଆସନ୍ତା ୭ ଦିନ ଭିତରେ ଯଦି ସରକାର ନିୟମିତ କରିବା ପାଇଁ କୌଣସି ପଦକ୍ଷେପ ନ ନିଆଯାଏ ତେବେ ସଂଘ ବାଧ୍ୟହୋଇ ଆନ୍ଦୋଳନକୁ ଓହ୍ଳାଇବ ବୋଲି ସଂଘ ସଭାପତି ପଞ୍ଚାନନ ଜେନା ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବାହୁଡା଼ ଲୀଳା

ତ୍ରିଲୋଚନ ପାଢ଼ୀ ଙ୍କ କବିତା ପ୍ରଭୁ ଜଗନ୍ନାଥଙ୍କୁ ମୋ ଚିଠି

Sunil Chandra Nayak

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!