ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷା ହିଁ ଆଲୋକ,ଆତ୍ମନିର୍ଭରଶୀଳ ନହେଲେ ଭାଷା ବଂଚାଇବା ଅସମ୍ଭବ

ସୁନ୍ଦରଗଡ଼ ଜିଲ୍ଲା ଲେଖକ ସାମୁଖ୍ୟର ସାହିତ୍ୟ ଆସର ଓ ନାଗରା ଉନ୍ମୋଚନ ..

ରାଉରକେଲା/ ଶିକ୍ଷା ହିଁ ଆଲୋକ। କୁସଂସ୍କାର ରୁ ଶିଶୁ ମାନଙ୍କୁ ମୁକ୍ତ କରିବାକୁ ହେଲେ ସେମାନଙ୍କୁ ସଂସ୍କାର ଓ ଶିକ୍ଷା ଦେବାର ଆବଶ୍ୟକତା ରହିଛି। ଆତ୍ମନିର୍ଭରଶୀଳ ନହେଲେ ଭାଷାକୁ ବଂଚାଇବା ଅସମ୍ଭବ ବୋଲି ସଭାପତିତ୍ବ ଅଭିଭାଷଣରେ ଅଭୟ କୁମାର ଦାସ ସୁନ୍ଦରଗଡ ଜିଲ୍ଲା ଲେଖକ ସାମୁଖ୍ୟ ର ସାହିତ୍ୟ ଆସରରେ କହିଥିଲେ। ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ସୁନ୍ଦରଗଡ ଲେଖକ ସାମୁଖ୍ୟ ମାସିକ ସାହିତ୍ୟ ଆସର , କବିତା ପାଠୋତ୍ସବ ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଛେଣ୍ଡ ମଧୁସୂଦନ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି। ସାମୁଖ୍ୟର ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ବ ଓ ଅନୁଷ୍ଠାନର ମୁଖ୍ୟ ସ୍ତମ୍ଭକାର ଭୁପେନ ମହାପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରିମ୍ସ ର ଅଧ୍ୟକ୍ଷା ନଳିନୀପ୍ରଭା ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଡଃ ସୁମନ ଦତ୍ତ ଓ ସାମାଜିକ କର୍ମୀ ପଶୁପତିନାଥ ଚାଟାର୍ଜୀ ଯୋଗଦେଇ ଅନୁଷ୍ଠାନର ମୁଖପତ୍ର ନାଗରା ଓ ବିନୋଦିନୀ ନନ୍ଦଙ୍କ ମନ ତରଙ୍ଗ ପୁସ୍ତକକୁ ଉନ୍ମୋଚନ କରିଥିଲେ। ଶ୍ରୀ ମହାପାତ୍ର ଅତିଥିଙ୍କ ପରିଚୟ ପ୍ରଦାନ ପରେ ନିଜ ବକ୍ତବ୍ଯ ରେ କହିଥିଲେ ଯେ ଶିଶୁ ସାହିତ୍ୟରେ ଅନ୍ଧବିଶ୍ବାସ ଓ କୁସଂସ୍କାର ବିରୁଦ୍ଧରେ ଲେଖା ହେବା ଉଚିତ। ବିଶ୍ବ ରେ ସବୁଠାରୁ ଅଧିକ ଅନ୍ଧବିଶ୍ବାସ ଭାରତବର୍ଷରେ ରହିଛି। ଏହା ସହ ସେ ବିଚ୍ଛିନ୍ନାଞ୍ଚଳରେ ଓଡିଆ ଭାଷା ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋକପାତ କରିଥିଲେ। ସଭାପତି ଶ୍ରୀ ଦାସ ଅଶିକ୍ଷା କୁସଂସ୍କାର କୁ ଜନ୍ମ ଦିଏ ଓ ପିଲାମାନଙ୍କୁ ଟେକ୍ନୋଲୋଜି ମାଧ୍ୟମରେ ଓଡିଆ ଭାଷା କିପରି ଶିକ୍ଷା ଦିଆଯାଇପାରିବ ସେ ସଂପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଶ୍ରମତୀ ପଟ୍ଟନାୟକ ଶ୍ରୀମା ଙ୍କ ଉପରେ ଆଲୋଚନା ସହ କବିତା ପାଠ କରିଥିଲେ। ସମ୍ମାନିତ ଅତିଥି ଡଃ ଦତ୍ତ ଖାଲି ଲେଖିଲେ ହେବନାହିଁ ବରଂ ପାଠକ ସୃଷ୍ଟି ଓ ଭାଷା ର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟତମ ଅତିଥି ଶ୍ରୀ ଚାଟାର୍ଜୀ କହିଲେ ଯେ ସାହିତ୍ୟ ଯଦି ଲୋକାଭିମୁଖି ଓ ସାଧାରଣ ମଣିଷର କଥା ନ କହିବ ତେବେ ସାହିତ୍ୟର ମୂଲ୍ୟ ରହିବ ନାହିଁ। ଏହି ଅବସରରେ ସ୍ମିତା ମିଶ୍ର ଓ ଡଲିରାଣୀ ବ୍ରହ୍ମାଙ୍କ ସଂଯୋଜନାରେ କବିତା ପାଠରେ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ,ବିନୋଦିନୀ ନନ୍ଦ,ସୁଶ୍ରୀ ସଂଗୀତା ଦାସ,ସୁଚିସ୍ମିତା ପଣ୍ଡା,ସ୍ମିତା ସୁଚରିତା, ଅଶୋକ କୁମାର ପଟ୍ଟନାୟକ, ରୀତାରାଣୀ ମହାପାତ୍ର,ବ୍ରହ୍ମାନନ୍ଦ ପାଢୀ, ଡଃ ସୁଚିତ୍ରା ମହାନ୍ତି,ବସନ୍ତ ବିଶ୍ବକର୍ମା, ମୀନକେତନ ପଶାୟତ, ଚିତ୍ତରଂଜନ ବ୍ରହ୍ମା ପ୍ରମୁଖ କବିତା ପାଠ କରିଥିବାବେଳେ ବବିତା ମହାଳିକ, ଗୀତାରାଣୀ ବେହେରା,ସୁପ୍ତି କର, କନକଲତା ମିଶ୍ର,ଡାକ୍ତର ମନୋଜ କୁମାର ନାୟକ ଓ ସ୍ମିତା ମିଶ୍ର ପ୍ରମୁଖ ଗଳ୍ପ ପଠନ କରିଥିଲେ। ଶେଷରେ ଚିତ୍ତରଂଜନ ବ୍ରହ୍ମା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଜୟ କୁମାର ବରାଳ,କିଶୋର ଚନ୍ଦ୍ର ନନ୍ଦ,କିଶୋରୀ ମୋହନ କର,କୌଶଲ୍ଯା ରାଉତ,ପ୍ରଫୁଲ୍ଲ ସାମଲ,ବିନତା ମହାନ୍ତ,ଦିଲୀପ କୁମାର ମହାନ୍ତ,ଜୈରାମ ସାମଲ,ବ୍ରଜକିଶୋର ପାଣି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ଗଣହତ୍ୟା ଓ ଦୁଷ୍କର୍ମର ଶିକାର  ଛାତ୍ରୀ କନକ ନିଆଲର ମୃତଦେହକୁ  ଦାହ କଲେ ଡମ୍ବ ସମାଜ , କଂଗ୍ରେସ ଓ ଏଓଏସସିଏଫ କର୍ମକର୍ତ୍ତା

Sunil Chandra Nayak

ବବି ଜୈନ୍ ଙ୍କ କବିତା କଳ୍ପନା

Sunil Chandra Nayak

ଜନରଞ୍ଜନ ପ୍ରଧାନ ଙ୍କ କବିତା ମାଆ ତାରିଣୀ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort